• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଭୁବନେଶ୍ୱରର ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍‌ସି କମିଶନରଙ୍କ ପୋଷ୍ଟର ଜାଳି ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ୨୦୧୫ରୁ ଡ୍ରେନ ପାଣିରେ ଭାସି ଭୁବନେଶ୍ୱରରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ତଥାପି ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନଥିବା କଂଗ୍ରେସ ଅଭିଯୋଗ କରିଛି । ସରକାରଙ୍କ ଅବହେଳା ଓ ବେଖାତିର ଯୋଗୁଁ ଏପରି ହେଉଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଲ୍ଡିଂ ନିର୍ମାଣରେ ଅନିୟମିତତା ହେଉଛି । ତେଣୁ ଡ୍ରେନେଜ୍ ସମସ୍ୟା ଦେଖାଦେଉଥିବା ପିସିସି ସଭାପତି ଦୋହରାଇଛନ୍ତି । ସେହିପରି ଏବେ ବି ଭୁବନେଶ୍ୱରରେ ଏକାଧିକ ଡ୍ରେନ୍ ମୁକୁଳା ପଡ଼ିଛି । ରାଜାର ମୃତ୍ୟୁ ପରେ ବି ସରକାର ନିଘୋଡ଼ ନିଦ୍ରାରେ ଶୋଇଥିବା ଛାତ୍ର କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି । ନଗର ଉନ୍ନୟନ ସଚିବଙ୍କୁ ସିଧାସଳଖ ଟାଗେର୍ଟ କରିବା ସହ ଲମ୍ବା ସମୟ ଧରି ଦାୟିତ୍ୱରେ ରହିବା ପରେ ବି କାହିଁକି ଭୁବନେଶ୍ୱରରେ ଏଭଳି ଅବସ୍ଥା ? ସେନେଇ ଛାତ୍ର କଂଗ୍ରେସ ପ୍ରାନ କରିଛି । କଂଗ୍ରେସର ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ବିଏମ୍‌ସିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ଡ୍ରେନ୍‌ରେ ଭାସି ମୃତ୍ୟୁ ବରଣ କରିଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜ୍ୟୋତି ପଢୁଥିବା ଭୁବନେଶ୍ୱର ୟୁନିଟ- ୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ର ଓ ଶିକ୍ଷକ ମାନେ ଏକ ଶୋକ ସଭା କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଜ୍ୟୋତିଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହି ସମୟରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ ରହିନଥିଲା ।

ତେବେ ଗତକାଲି ଏହି ମୁକୁଳା ଡ୍ରେନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି । ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବିଏମସି ଓ ରାଜ୍ୟ ସରକାରଙ୍କ ଖାମଖିଆଲ ମନୋଭବ ଯୋଗୁଁ ପ୍ରତିବର୍ଷ ନୀରିହଙ୍କ ଜୀବନ ଯାଉଥିବା ବିଜେପି ଅଭିଯୋଗ କରିଥିଲା । ତୁରନ୍ତ ବିଏମସି କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ଦେବାକୁ ଦାବି କରିଥିଲା ବିଜେପି ।