• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କମିଲା ବସ୍ ଭଡ଼ା । ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍‌ରେ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା । ସେହିଭଳି ଏକ୍ସପ୍ରେସ ୯୬ ପଇସାରୁ ହ୍ରାସ ପାଇ ୯୧ ପଇସା, ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୧.୩୫ ପଏଇସାରୁ ହ୍ରାସ ପାଇ ୧.୨୫ ପଇସା ହେଲା । ଅନ୍ୟପଟେ ଏସି ଡିଲକ୍ସ ୧.୬୩ ପଇସାରୁ ହ୍ରାସ ପାଇ ୧.୫୩ ପାଇସାରେ ପହଞ୍ଚିଛି ଓ ସୁପର ପ୍ରିମିୟମ ୨.୫୩ ପିସାରୁ ହ୍ରାସ ପାଇ ୨.୩୮ରେ ପହଞ୍ଚିଛି । 
ପ୍ରଥମେ କେନ୍ଦ୍ର ସରକାର ତାପରେ ରାଜ୍ୟ ସରକାର ।  ପ୍ରଥମେ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ପେଟ୍ରୋଲ ଦର ୫ ଟଙ୍କା, ଡିଜେଲ ୧୦ ଟଙ୍କା କମ କରାଯାଇଥିଲା । ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ ପାଇଥିବା ବେଳେ ପେଟ୍ରୋଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ୫ ଟଙ୍କା ହ୍ରାସ ପାଇଥିଲା । ଏହାପରେ ରାଜ୍ୟ ସରକାର ୩ ଟଙ୍କା ଭାଟ୍ ହ୍ରାସ କରିଥିଲେ । ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଭାଟ୍‌ ହ୍ରାସ ନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଭାଟ୍ ହ୍ରାସ ପରେ ନୂଆ ଦର ୫ ତାରିଖ ମଧ୍ୟରାତ୍ରରୁ ଲାଗୁ କରାଯାଇଛି ।

 

ତେବେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଦର ହ୍ରାସ ପାଇବା ପରେ ଏବେ ବସ୍‌ ଭଡ଼ା ମଧ୍ୟ ହ୍ରାସ ପାଇଛି । ଆଗକୁ ଅନ୍ୟ ନିତ୍ୟ ବ୍ୟବହାର ସମାଗ୍ରୀ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।