• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର,ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ଯାତ୍ରୀ ଆହତ ।  ଗଂଜାମ ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଓଲଟିଛି ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ।  ନୀଳକଣ୍ଠ ନାମକ ଘରୋଇ ବସ ଟି ସୋରଡା ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସ ରେ ୩୦ ରୁ ଅଧିକ ଯାତ୍ରୀ ଥିଲେ । 

ବୁଲାଣି ରାସ୍ତାରେ ଏକ ବାଇକ ଚାଳକକୁ ରକ୍ଷା କରିବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ଫଳରେ ୧୨ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି।

ସେପଟେ ବସ ଡ୍ରାଇଭରକୁ ପିଟିଲା ଅଟୋ । ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି  । ଭୁବନେଶ୍ୱରରୁ ଚିକିଟି ଯାଉଥିବା ମା 'ଲକ୍ଷ୍ମୀ ବସ ଦିଗପହଣ୍ଡି ନିକଟରେ ଛିଡା ହୋଇଥିଲା ।  ଡ୍ରାଇଭର ଜଣକ ବସରୁ ଓହ୍ଲାଇ ଶୌଚ ପାଇଁ ଗାଡି ପଛରେ ଠିଆ ହୋଇଥିଲେ । ଏହି ସମୟରେ ଏକ ଅଟୋ ପଛରୁ ଆସି ଡ୍ରାଇଭର ଜଣଙ୍କୁ ଧକ୍କା ଦେଇଥିଲା । ମୃତ ଡ୍ରାଇଭର ଜଣକ ନୟାଗଡ଼ ଅଂଚଳର ବୋଲି ଜଣାପଡିଛି ।   ଦୁର୍ଘଟଣାରେ ଅଟୋ ଡ୍ରାଇଭରଙ୍କ ସହ ଅଟୋରେ ଥିବା ଅନ୍ୟ ୪ ଯାତ୍ରୀ ଆହତ ହୋଇଛନ୍ତି ।