• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦାୟିତ୍ୱ ଗ୍ରହଣ ସମୟରେ ଉପସ୍ଥିତ ଥିଲେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ

  • ବିଶେଶ୍ୱର ଟୁଡୁଙ୍କ ଗାଁରେ ଖୁସିର ଲହରୀ

 

ଭୁବନେଶ୍ୱର : ଦାୟିତ୍ୱ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମନ୍ତ୍ରାଳୟରେ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି ।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ବିଶେଶ୍ୱର ଟୁଡୁ । ମୟୁରଭଞ୍ଜ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଯାଇ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ମଧ୍ୟରେ ସେ  ବହୁ ଉତଥାନ ପତନର ସାମ୍ନା କରିଛନ୍ତି । ୧୯୬୫ ମସିହାରେ ମାର୍ଚ୍ଚ ୨୮ ତାରିଖରେ ମୋରଡା ବ୍ଲକ ସାନମୁଣ୍ଡାବଣି ପଞ୍ଚାୟତ ଖୁଣ୍ଟାପାଳ ଗାଁରେ ଜନ୍ମ ଲାଭ କରିଥିଲେ ବିଶେଶ୍ୱର ଟୁଡୁ । ବାପା ଶୁକୁଲ ଟୁଡୁ ଥିଲେ ଭାରତୀୟ ସେନାର ଜଣେ କର୍ମଚାରୀ । ଅବସର ପରେ ତାଙ୍କ ବାପା ନିଜ ପଞ୍ଚାୟତରେ ସରପଞ୍ଚ ମଧ୍ୟ ହୋଇଥିଲେ । ବିଶେଶ୍ୱରଙ୍କ ପତ୍ନୀ ସୁମିତ୍ରା ଜଣେ ଗୃହିଣୀ । ସେମାନଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ । ଜଣେ ଝିଅ ଇଞ୍ଜିନିୟରିଂ ପଢୁଥିବା ବେଳେ ଆଉ ଜଣେ ନର୍ସ ଏବଂ ପୁଅ ଯୁକ୍ତ ଦୁଇ ଛାତ୍ର ।

ବିଶେଶ୍ୱର ପିଲା ଦିନରୁ ମେଧାବୀ । ଗାଁ ପାଖ ଖୁଣ୍ଟା ପାଳ ସ୍କୁଲର ପ୍ରେମିକ ଶିକ୍ଷା ପରେ ଗାଁ ପାଖ ପାରେଶ୍ଵର ବିଦ୍ୟାପୀଠରୁ ୧୯୮୧ ମସିହାରେ ପ୍ରଥମ ଶ୍ରେଣୀରେ ମେଟ୍ରିକ୍ ପାସ୍ କରିଥିଲା । ଆଉ ତା’ପରେ ରାଉରକେଲା ସ୍ଥିତ ସରକାରୀ ପଲିଟେକନିକରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଉତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ରେଙ୍ଗାଲି ଡ୍ୟାମରେ ଜୁନିଅର ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ ।

ଛାତ୍ର ଜୀବନରୁ ଆରଏସଏସ୍ ସହ ସଂପୃକ୍ତ ବିଶେଶ୍ୱର ତିନି ଦଶନ୍ଧି ଧରି ବନବାସୀ କଲ୍ୟାଣ ଆଶ୍ରମ ସହ ଜଡ଼ିତ ଥିଲେ । ଆରଏସ୍ଏସ୍ ର ମୁଖ୍ୟ ମୋହନ ଭାଗବତଙ୍କ ସହ ତାଙ୍କର ଭଲ ସଂପର୍କ । ୨୦୧୨ରେ ନିଜ ପଞ୍ଚାୟତରେ ସମିତି ସଭ୍ୟ ଭାବେ ଆସନ ଅକ୍ତିଆର କରିବା ପରେ ଜିଲ୍ଲା ପରିଷଦ ଆସନ ନିର୍ବାଚନରେ ପରାଜିତ ହୋଇଥିଲେ । ୨୦୧୯ ରେ ହଠାତ୍ ଲୋକସଭା ଟିକେଟରେ ନିର୍ବାଚିତ ଯାଇଥିଲେ ।

ସାଂସଦ ହେବା ପରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ, ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ମଧ୍ୟପ୍ରଦେଶରର ସହପ୍ରଭାରୀ ଭାବେ ବିଭିନ୍ନ ଦାୟିତ୍ୱ ନେଇଥିଲେ । ପଶ୍ଚିମବଙ୍ଗର ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ଦଳୀୟ ପ୍ରାଥୀଙ୍କ ପାଇଁ ପ୍ରଚାର କରିଥିଲେ । ସେ ଏବେ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଗାଁଲୋକ. ବନ୍ଧୁବାନ୍ଧବ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।