• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଧିକରୁ ଅଧିକ ଉତ୍ସବ ଆୟୋଜନ ଲକ୍ଷ୍ୟ

  • କରୋନାରେ ଭାଙ୍ଗି ପଡ଼ିଥିବା ପର୍ଯ୍ୟଟନ ବ୍ୟବସ୍ଥାରେ ସୁଧାର ଲକ୍ଷ୍ୟ

  • କରୋନାରେ ଭାଙ୍ଗି ପଡ଼ିଥିବ ପର୍ଯ୍ୟଟନ ଶିଳ୍ପକୁ ସଜାଡିବାକୁ ଅଣ୍ଟାଭିଡିଲା ସରକାର

ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ) : ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ । ରାଜ୍ୟରେ ଶୀତ ପଡ଼ିଲାଣି ଆଉ ତାସହ ଛୁଟିଲାଣି ପର୍ଯ୍ୟଟକଙ୍କ ସୁଅ । ପୁରୀ, ଗୋପାଳପୁର, କୋଣାର୍କ, ଚିଲିକା, ପାରାଦ୍ୱୀପ ଓ ବାଲେଶ୍ୱରରେ ପହଁଚିଲେଣି ପର୍ଯ୍ୟଟକ । ଗତ ତିନି ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ହୋଟେଲ ଆଣ୍ଡ ହସ୍ପିଟାଲିଟି ସେକ୍ଟରରେ ବଢିଛି ବ୍ୟବସାୟ ।

ହେଲେ କରୋନା ମାଡ଼ରେ ଏଯାଏଁ ରାଜ୍ୟର ୯୦ ପ୍ରତିଶତ ଟୁର୍ ଅପରେଟର ନିଜର ସଟର ଖୋଲି ପାରୁନାହାନ୍ତି । ସେପଟେ କଟକଣା କୋହଳ ହୋଇଥିବାରୁ ହୋଟେଲ ଆଣ୍ଡ ହସ୍ପିଟାଲିଟି ସେକ୍ଟର ମାଲିକଙ୍କ ମୁହଁରେ ହସ ଫୁଟିଲାଣି । ଏବର୍ଷ ଅଧିକରୁ ଅଧିକ ଉତ୍ସବ ଆୟୋଜନ କରି ରାଜ୍ୟକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆଣିବାକୁ ଲକ୍ଷ୍ୟ ରଖିଛି ପର୍ଯ୍ୟଟନ ବିଭାଗ

ପର୍ଯ୍ୟଟନ ଶିଳ୍ପର ଅଣ୍ଟା ଭାଙ୍ଗିଦେଇଛି କରୋନା ଭାଇରସ୍ । କଟକଣା ଓ ଭୟ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି । ଓଡିଶା ଆସୁଥିବା ପର୍ଯଟକଙ୍କ ଗତ ୫ବର୍ଷର ରେକର୍ଡ଼ ଅନୁସାରେ ୨୦୧୫ରେ ଓଡିଶା ଆସିଥିଲେ ୧କୋଟି ୧୭ ଲକ୍ଷ ୮୬ ହଜାର ପର୍ଯ୍ୟଟକ । ୨୦୧୬ରେ ୧କୋଟି ୨୮ଲକ୍ଷ ୪୩ ହଜାର, ୨୦୧୭ରେ ୧କୋଟି ୪୦ଲକ୍ଷ ୧୧ହଜାର, ୨୦୧୮ରେ ୧କୋଟି ୫୨ ଲକ୍ଷ ୯ ହଜାର, ୨୦୧୯ରେ ୧କୋଟି ୫୩ଲକ୍ଷ ୮ହଜାର ପର୍ଯ୍ୟଟକ ଓଡିଶା ଆସିଥିଲେ ।

ସେହିପରି ମହାମାରୀ ଯୋଗୁଁ ୨୦୨୦ରେ ଓଡିଶାକୁ ଆସିଥିଲେ ମାତ୍ର ୪୬ଲକ୍ଷ ୨୨ହଜାର ପର୍ଯ୍ୟଟକ । ଚଳିତ ବର୍ଷ କିନ୍ତୁ କ୍ଲାସିକାଲ ଡ୍ୟାନ୍ସ ଓ ମ୍ୟୁଜିକ ଫେଷ୍ଟିବାଲ ଆୟୋଜନ କରି ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖାଯାଛି । ଏଥର ୭ରୁ ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ ହେବ । ପରବ ଉତ୍ସବ ଏବଂ ବାରିପଦାର ଛଉ ଉତ୍ସବକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଦେଇ ଧୁମଧାମରେ ଅୟୋଜନ କରିବ ପର୍ଯ୍ୟଟନ ବିଭାଗ । ଖାଲି ସେତିକି ନୁହେଁ, ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଓଡ଼ିଆ ଖାଦ୍ୟ ପରଷିବା ପାଇଁ ନିମନ୍ତ୍ରଣ ହୋଟେଲ ଖୋଲିବ ରାଜ୍ୟ ପର୍ଯ୍ୟଟନ ବିଭାଗ । ଏଥିସହ ରାଜ୍ୟର ବିଭିନ୍ନ ଜଳରାଶିରେ କ୍ରୁଜ୍ ବ୍ୟବସ୍ଥା କରାଯିବ