• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜଧାନୀର ଡ୍ରେନେଜ ବ୍ୟବସ୍ଥା ନେଇ ସରକାରଙ୍କୁ ପ୍ରଶ୍ନ

  • ଏହାର ସ୍ଥାୟୀ ସମାଧାନ ପାଇଁ କହିଲେ ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱରରେ ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିବା ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ପ୍ରଶ୍ନ କରିଛନ୍ତି, ୬ ବର୍ଷରେ ଡ୍ରେନରେ ଭାସି ଯାଇ ୭ ଜଣଙ୍କ ମୃତ୍ୟୁ ହୋଇଛି ଏଥିପାଇଁ ଦାୟୀ କିଏ ? ୧୩ଟି ପ୍ରାକୃତିକ ନାଳର ଯେଉଁ ବ୍ୟବସ୍ଥା ହେବା କଥା, ତାହା କାହିଁକି ହୋଇନାହିଁ ? ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ହଜାରେ କୋଟି ଟଙ୍କା କୁଆଡ଼େ ଗଲା ? ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ଯୋଜନା ଦରକାର । କେନ୍ଦ୍ର ସରକାରଙ୍କ ସାହାଯ୍ୟ ଦରକାର ହେଲେ, ଯୋଗାଇ ଦିଆଯିବ । ସେହିପରି ଡ୍ରେନେଜ ସ୍ଥିତିର ସ୍ଥାୟୀ ସମାଧାନ ଦରକାର ବୋଲି ସେ କହିଛନ୍ତି ।

ଏହାସହ ଜ୍ୟୋତିପ୍ରକାଶଙ୍କ ସାନ ଭାଇକୁ ଏମନି କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇ ଦ୍ୱାଦଶ ଯାଏ ତା ପାଠପଢ଼ାର ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଡ୍ରେନରେ ପିଲା ଭାସିଯାଉଥିବା ବେଳେ ଏହା କେମିତି ସ୍ମାର୍ଟ ସିଟି ବୋଲି ଜ୍ୟୋତିର ବାପା କହିଛନ୍ତି । ଏହାକୁ ନେଇ ବିଏମସି କି ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । 

ସେପଟେ ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍‌ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ଗତକାଲି ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍‌ସି କମିଶନର କହିଛନ୍ତି, ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି । ତେବେ ପୂର୍ବରୁ ମାତ୍ର ୨୭ଟି ବିପଦପୂର୍ଣ୍ଣ ସ୍ଥାନ ଅଛି କହି ଚୁପ୍ ବସିଥିବା ବିଏମ୍‌ସି ଏଥର ଏକ ନିରୀହ ପିଲାର ମୃତ୍ୟୁ ପରେ ସଜାଗ ହୋଇ ପଦକ୍ଷେପ ନେବ ତ ? ଏ ପ୍ରଶ୍ନ ଏଥିପାଇଁ କାରଣ ମାଳ ମାଳ ଯୋଜନା ଓ କୋଟି କୋଟି ଟଙ୍କାର ପାଣ୍ଠି ସତ୍ତ୍ୱେ କ୍ୟାପିଟାଲ୍ ସାରା ରହିଛି ଶହ ଶହ ମୁକୁଳା ଡ୍ରେନ୍ ।