• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କୋଟିଆରେ ପୁଣି ଆନ୍ଧ୍ରର ଉପସ୍ଥିତି

  • ନେରେଡିୱାଲସା ଓ ୫ ସୀମାନ୍ତ ଗାଁରେ ଚିକିତ୍ସା ସୁବିଧା ଦେଉଛି ଆନ୍ଧ୍ର

  • କୋଟିଆ ପଞ୍ଚାୟତ ଗଞ୍ଜେଇପଦର ଗାଁରେ ଗ୍ରାମସଭ

କୋଟିଆ: କୋଟିଆରେ ଆନ୍ଧ୍ରର ଦାଦାଗିରି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ଏକ ଗ୍ରାମ ସଭାର ଆୟୋଜନ କରିଥିଲା । କୋଟିଆ ସ୍ଥିତ ସାଲୁର ମଣ୍ଡଳ ଅଧିକାରୀଙ୍କ ଦ୍ୱାରା ଗଂଜେଇପଦରରେ ଏହି ଗାଁ ସଭା ଅନୁଷ୍ଠିତ ହୋଇଛି । ଗତକାଲି କୋଟିଆର ନେରେଡିୱାଲସା ସମେତ ସୀମାନ୍ତର ୫ଟି ଗାଁରେ ଆନ୍ଧ୍ର ସ୍ୱାସ୍ଥ୍ୟ ଟିମ୍‌ଙ୍କ ଦ୍ୱାରା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ସରକାରଙ୍କ ଦ୍ୱାରା କେଉଁ କେଉଁ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଏବଂ ଆଗକୁ କଣ ସବୁ କରାଯାଇପାରିବ ସେନେଇ ଆୟୋଜିତ ସଭାରେ ଆଲୋଚନା କରାଯାଇଛି । କେବଳ ଏତିକି ନୁହେଁ ପ୍ରସ୍ତାବ ପାରିତ ଯୋଜନାଗୁଡିକର କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ ବୋଲି ଆନ୍ଧ୍ର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ।

କୋଟିଆରେ ଅନୁଷ୍ଠିତ ଗ୍ରାମ ସଭାରେ ସାଲୁର ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ, ମଣ୍ଡଳ ପରିଷଦ ଶିକ୍ଷାଧିକାରୀ, ଯୋଗାଣ ବିଭାଗ ଓ ତହସିଲଦାର ଦାୟିତ୍ୱରେ ଥିବା ଚନ୍ଦ୍ରଶେଖରଙ୍କ ସମେତ ଆନ୍ଧ୍ର ଦ୍ୱାରା ଗଠିତ ଗଂଜେଇପଦର ପଂଚାୟତର ସମ୍ପାଦକ , ମନୋନୀତ ସରପଂଚ ଆଦି ଉପସ୍ଥିତ ରହି ଗାଁର ବିଭିନ୍ନ ଯୋଜନା ଆଦି ଉପରେ ଆଲୋଚନା କରିଥିଲେ । ଗାଁରେ ଲାଗୁ କରାଯାଇଥିବା ଯୋଜନାମାନ ସଠିକ୍‌ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ, ଏହାସହ ଗାଁରେ କଣ ସବୁ ଅସୁବିଧା ରହିଛି ଯାହାର ନିରାକରଣ କରିହେବ ସେନେଇ ଆଲୋଚନା କରାଯାଇଥିଲା ।

ଗାଁର ଶତାଧିକ ଲୋକ ମଧ୍ୟ ଏହି ଗ୍ରାମ ସଭାରେ ଉପସ୍ଥିତ ରହିଥିଲେ । ଏହି ଗ୍ରାମସଭା ମାଧ୍ୟମରେ ଆନ୍ଧ୍ର ଓଡିଶା ସରକାର ତଥା କୋରାପୁଟ ଜିଲ୍ଲା ପ୍ରଶାସନକୁ କଡା ଜବାବ ଦେଇଥିବାର ଜଣାପଡିଛି । ପଡ଼ୋଶୀ ରାଜ୍ୟ ପ୍ରଶାସନର ଉପସ୍ଥିତି ସତ୍ତ୍ୱେ କୋରାପଟୁ ପ୍ରଶାସନ ଏବେ ପୁଣି ବ୍ୟାକଫୁଟରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆନ୍ଧ୍ରର ଏପରି ବାରମ୍ୱାର ଦାଦାଗିରି ସତ୍ତ୍ୱେ ପ୍ରଶାସନର କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ ।