• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମନ୍ତ୍ରୀ ଥିବା ଡାକବଙ୍ଗଳା ଆଗରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ

  • ବିଜେଡି କର୍ମୀ ବି ପହଞ୍ଚି କଲେ ନାରାବାଜି

  • ଘଟଣାସ୍ଥଳରୁ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କୁଚିଣ୍ଡା : କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ତିନି ଦଳର କର୍ମୀ ମୁହାଁମୁହିଁ । ମନ୍ତ୍ରୀ ଟୁକୁନି ସାହୁ ରହିଥିବା ଡାକ ବଙ୍ଗଳା ଆଗରେ ତିନି ଦଳର କର୍ମୀଙ୍କ ହୋହାଲ୍ଲା ଓ ନାରାବାଜି ଆନ୍ଦୋଳନ ବେଳେ ତିନି ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ଏପରି ସ୍ଥିତି ଉପୁଜିଛି । ପ୍ରତିବାଦ ବେଳେ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

ସେହିପରି ମନ୍ତ୍ରୀଙ୍କୁ ଛାଡ଼ିବା ଦାବିରେ ଡାକବଙ୍ଗଳା ନିକଟରେ ପହଞ୍ଚି ବିଜେଡି କର୍ମୀ ମଧ୍ୟ ନାରାବାଜି କରିଛନ୍ତି । ରାଜ୍ୟ ସରକାରଙ୍କ ସମର୍ଥନରେ ବିଜେଡି କର୍ମୀମାନେ ନାରାବାଜି କରିବା ସହ ମନ୍ତ୍ରୀଙ୍କୁ ଛାଡ଼ିବା ପାଇଁ ଦାବି କରିବା ବେଳେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା । ପ୍ରତିବାଦ ବେଳେ ଘଟଣାସ୍ଥଳରୁ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବିଜେପି ଓ କଂଗ୍ରେସ କର୍ମୀଙ୍କ ଉପରକୁ ବିଜେଡି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଆଜି କଂଗ୍ରେସ ଓ ବିଜେପି କର୍ମୀମାନେ ବନ୍ଦ ପାଳନ କରୁଥିଲେ । ତେବେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ଟୁକୁନି ସାହୁ ଆଜି କୁଚିଣ୍ଡା ଗସ୍ତରେ ଆସିଥିବା ବେଳେ କଂଗ୍ରେସ ଓ ବିଜେପି କର୍ମୀମାନେ ତାଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ବନ୍ଦ ବେଳେ ମନ୍ତ୍ରୀ କଣ ପାଇଁ କୁଚିଣ୍ଡା ଆସିଥିଲେ ବୋଲି ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି