• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୮ ଦିନ ବିତିଗଲା, ସାମ୍ନାକୁ ଆସିଲାନି ମୃତ୍ୟୁ ପଛର ସତ ।

  • ପରିବାରର ବୟାନବାଜି ପରେ ଆସୁଛି ନୂଆ ନୂଆ ଟ୍ୱିଷ୍ଟ ।

  • ସୌମ୍ୟଙ୍କୁ ଦେବତା ଭଳି ଜ୍ୱାଇଁ କହିଛନ୍ତି ଶ୍ୱଶୁର ।

ପାରଳାଖେମୁଣ୍ଡି: ଗତ ମଙ୍ଗଳବାରଠୁ ଏ ମଙ୍ଗଳବାର, ୮ ଦିନ ବିତିଗଲା । ତଥାପି ସାମ୍ନାକୁ ଆସିଲାନି ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ପଛର ସତ । କିନ୍ତୁ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆସିଛି । ଏହି ହାଇପ୍ରୋଫାଇଲ୍ ମାମଲାରେ ସୌମ୍ୟଙ୍କୁ ଦେବତା ଭଳି ଜ୍ୱାଇଁ ବୋଲି ଶ୍ୱଶୁର କହୁଥିବାବେଳେ ପତ୍ନୀ ବିଦ୍ୟା ଅନ୍ୟ ଝିଅ ସହ ସୌମ୍ୟଙ୍କ ପରକୀୟା ସମ୍ପର୍କ କଥା କହି ନୂଆ ଦିଗକୁ ଉଜାଗର କରିଛନ୍ତି । ତେଣେ ପୋଲିସକୁ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି ପାରଳାଖେମୁଣ୍ଡିରେ ।

ସୌମ୍ୟଙ୍କ ମୃତ୍ୟୁ ପଛରେ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ହିଁ ଦାୟୀ ବୋଲି ଉଠିଥିବା ଅଭିଯୋଗକୁ ନେଇ ହଟଚମଟ ପରେ ମାମଲାରେ ନୂଆ ମୋଡ଼ ଆଣିଛନ୍ତି ପତ୍ନୀ ବିଦ୍ୟାଭାରତୀ । ସ୍ୱାମୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି କହିଥିବା ବିଦ୍ୟା, ମୃତ୍ୟୁର ସପ୍ତାହେ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତି କଥା ଆଣିଛନ୍ତି ମିଡିଆ ସାମ୍ନାକୁ । କହିଛନ୍ତି ଅନ୍ୟ ଜଣେ ଝିଅକୁ ମୋବାଇଲ୍‌ରେ ସୌମ୍ୟ ଲେଖିଥିଲେ ଆଇ ଲଭ୍‌ ୟୁ । ଇୟରଫୋନ୍ ଲଗାଇ କଥା ହେଉଥିଲେ, ଆଉ ସେପଟୁ ଶୁଭୁଥିଲା ଜଣେ ଝିଅର ସ୍ୱର । ବିବାହର ୩ ମାସ ପରେ ଏକଥା ଧରାପଡ଼ିବାରୁ ମୋବାଇଲ୍ ପାସୱାର୍ଡ ବଦଳାଇବା ସହ ସୌମ୍ୟ ହ୍ୱାଟ୍ସଆପ୍ ଏବଂ କଣ୍ଟ୍ରାକ୍ଟ ଲିଷ୍ଟ ଡିଲିଟ୍ କରିଦେଇଥିଲେ ବୋଲି କହିଛନ୍ତି ବିଦ୍ୟା । ତାସହ ସୌମ୍ୟଙ୍କ ସହ କୌଣସି ଏଗ୍ରିମେଣ୍ଟ ହୋଇନଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ବଲାଙ୍ଗିରରେ ଯେଉଁ ବ୍ୟାଚଲର୍ ପାର୍ଟି କଥା ଶ୍ୱଶୁର ଘର ଲୋକେ କହିଥିଲେ, ତାହା ବାହାଘର ଖୁସିରେ ଫିଷ୍ଟ ଥିଲା । ତେଣେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ମା’ କହିଛନ୍ତି, କୋଉ ଝିଅ ସହ ସମ୍ପର୍କ କଥା ଯଦି ବୋହୂ ଜାଣିଥିଲା, ତାଙ୍କୁ କାହିଁକି କହିନଥିଲା ? ମାମଲାରୁ ଖସିଯିବାକୁ ବୋହୂ ଏପରି ଚାଲ୍ ଖେଳୁଥିବା କହିଛନ୍ତି ସୌମ୍ୟଙ୍କ ମାଆ ।

ଏହି ନାଟକୀୟ ମୋଡ଼ ଭିତରେ ସାମ୍ନାକୁ ଆସିଛି ଏକ ଅଡିଓ କ୍ଲିପ୍ । କୁହାଯାଉଛି, ଅନ୍ୟ ଝିଅ ସହ ସମ୍ପର୍କକୁ ନେଇ ସୌମ୍ୟ ଏବଂ ବିଦ୍ୟାଭାରତୀଙ୍କ କଥାବାର୍ତ୍ତା ବେଳେ ଏହା ରେକର୍ଡିଂ ହୋଇଛି । ଯାହାକୁ ଗଣମାଧ୍ୟମକୁ ଦେଇଛନ୍ତି ବିଦ୍ୟାଙ୍କ ବାପା । ତେବେ କିଏ ଏହାକୁ ରେକର୍ଡିଂ କଲେ ? ରେକର୍ଡିଂ କରି ରଖିବାର ଉଦ୍ଦେଶ୍ୟ କଣ ? ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ବିଦ୍ୟାଙ୍କ ବାପା କିନ୍ତୁ କହିଛନ୍ତି ଭିନ୍ନ କଥା ।

ଜ୍ୱାଇଁ ସୌମ୍ୟଙ୍କୁ ଦେବତା ସହ ତୁଳନା କରିଛନ୍ତି ବିଦ୍ୟାଙ୍କ ବାପା । ଏହାସହ ଝିଅ-ଜ୍ୱାଇଁ ମଧ୍ୟରେ ଭଲ ସମ୍ପର୍କ ଥିଲା, ଯାହା ମନୋମାଳିନ୍ୟ ଥିଲା, ସମାଧାନ ହୋଇସାରିଥିଲା ବୋଲି କହିଛନ୍ତି । ତା’ସହ ଝିଅ-ଜ୍ୱାଇଁଙ୍କ ଖୁସି ମୁହୂର୍ତ୍ତର କିଛି ଫଟୋ ଦେଖାଇଛନ୍ତି ସୌମ୍ୟଙ୍କ ବାପା, କିନ୍ତୁ ସମସ୍ତ କଥାକୁ ଖଣ୍ଡନ କରିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁକୁ ଆଜି ଠିକ୍ ୮ଦିନ ପୁରିଥିଲେ ବି ସାମ୍ନାକୁ ଆସିନି ଠୋସ୍ ସୁରାକ୍ । ସେପଟେ ଦ୍ୱିତୀୟ ଦିନ ପାଇଁ ସୌମ୍ୟଙ୍କ ପତ୍ନୀ ଏବଂ ତାଙ୍କ ବାପା, ମା’ଙ୍କୁ ପ୍ରାୟ ୫ ଘଣ୍ଟା ଧରି ପଚରାଉଚରା କରିଛି ସ୍ୱତନ୍ତ୍ର ପୋଲିସ ଟିମ୍ । ତାସହ ୨ଟି ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଟିମ୍ ପାରଳାଖେମୁଣ୍ଡି ବାହାରିଛି । ଅପରପକ୍ଷେ ମାମଲାର ଗମ୍ଭୀରତାକୁ ଦେଖି ପୋଲିସକୁ ସହଯୋଗ ପାଇଁ ପାରଳାଖେମୁଣ୍ଡି ଯାଇଛି କ୍ରାଇମବ୍ରାଞ୍ଚର ଏକ ଟିମ୍ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜଣେ DSPଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପହଞ୍ଚି ଗଜପତି ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି ।