• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କମ୍‌ ଖର୍ଚ୍ଚରେ ସତେଜ ରହିବ ପରିବା

  • ଲାଭବାନ୍ ହେବେ ଚାଷୀ

  • ମାତ୍ର ୩ ହଜାର ଟଙ୍କାରେ ମିଳିବ ମେସିନ୍

କୋରାପୁଟ୍(ସୂର୍ଯ୍ୟ ପଣ୍ଡା): ଅମଳ ପରେ ଫସଲକୁ ସାଇତି ରଖିବକୁ ଶୀତଳ ଭଣ୍ଡାର ଆବଶ୍ୟକତା ଜରୁରୀ। କାରଣ ପନିପରିବାକୁ ଅଧିକ ଦନି ସତେଜ ରଖିଥାଏ ଶୀତଳ ଭଣ୍ଡାର । ହେଲେ ଯେଉଁ ଚାଷୀ ଭାଇଙ୍କ ଅଂଚଳରେ ଶୀତଳ ଭଣ୍ଡାରର ସୁବିଧା ନଥାଏ ସେମାନେ ପ୍ରତିବର୍ଷ ଅନେକ କ୍ଷତିର ସମ୍ମୁଖିନ ହୋଇଥାନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ଶୀତଳୀକରଣ ଭଣ୍ଡାର “ସବଜିକୁଲର”।

ଶୀତଳଭଣ୍ଡାର ଓଡିଶାର ଅନେକ ଗାଁ ପାଇଁ ଏବେ ଏକ ସ୍ୱପ୍ନ ପରି । ତଥାପି କୋରାପୁଟର ଚାଷୀଙ୍କ ପାଇଁ ଏବେ ସବଜିକୁଲର ସାଜିଛି ବିକଳ୍ପ ପନ୍ଥା । କୃଷକ ମାନେ ସେମାନଙ୍କର ଉତ୍ପାଦକୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିପାରୁଛନ୍ତି । ଯାହା ସେମାନଙ୍କୁ କ୍ଷତିର କଷ୍ଟରୁ ବଂଚାଉଛି ବୋଲି ଚାଷୀ କହିଛନ୍ତି ।

ଏହି ବକ୍ସର ନାମ ହେଉଛି ସବଜିକୁଲର। ଏଥିରେ ଆପଣ ଫଳ ଶାଗ,ଫୁଲ ଓ ପନିପରିବା ସପ୍ତାହ ଯାଏଁ ସତେଜ ରଖିପାରିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରେ ସାମଗ୍ରୀ ରଖିବାକୁ ହେଲେ କୌଣସି ବିଦ୍ୟୁତ କିମ୍ବା ସୋଲାର ଓ ବ୍ୟାଟେରୀର ଆବଶ୍ୟକ ପଡେନାହିଁ । ରୁକାଟ ଟେକ୍ନୋଲୋଜି ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି ।ଏଥିରେ ଧାତୁ ଚାମ୍ବରକୁ କୁଲିଂ କରିବା ପାଇଁ ୧୬୦୦ରୁ ଅଧିକ ପ୍ଲାଷ୍ଟିକ ନୈଟ୍ରୋଜେନ ବଲ ବ୍ୟବହାର ହୋଇଥାଏ । କୃଷକ କେବଳ କୁଲର ରଖିବା ପାଇଁ ଇଟା ଓ ସିମେଂଟର ଚାମ୍ବର ନିର୍ମାଣ କରିବା ଆବଶ୍ୟକ ରହିଛି । ଚାଷୀ ମାତ୍ର ୩ ହଜାର ୫ଶହ ଟଙ୍କା ଦେବା ବେଳେ ସରକାରୀ ପ୍ରୋତ୍ସାହନ ରହିଛି ୪୭ହଜାର ଟଙ୍କା । ମୋଟ୍‌ ଉପରେ ଏହି ଅତ୍ୟାଧୁନିକ ମେସିନ୍ ସମୁଦାୟ ୫୦ହଜାର ୫୦୦ ଟଙ୍କାରେ ତିଆରି କରାଯାଇଛି ।

ପନିପରିବା ଶୀତଳୀକରଣ କୁଲରର କାର୍ଯ୍ୟକାରିତା ଉପରେ ନଜର ରଖୁଥିବା ଜିଲ୍ଲା ଜୀବିକା ମିଶନ ପରିଚାଳିକା ସସ୍ମିତା ସାମନ୍ତରାୟ କହିଛନ୍ତି, ଜିଲ୍ଲାରେ ଆହୁରି ଏପରି ୨୦୦ ୟୁନିଟ ସ୍ଥାପନ କରିବାର ଯୋଜନା ରହିଛି ।