• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଶୋଚନୀୟ ଅବସ୍ଥାରେ ପଡିରହିଛି ରାସ୍ତା

  • ବାଉଁଶ ପୋଲ ଉପରେ ନିର୍ଭରଶୀଳ ଗ୍ରାମବାସୀ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା) : ବାଉଁଶ ପୋଲ ଉପରେ ନିର୍ଭରଶୀଳ ଗ୍ରାମବାସୀ । ଜଗତସିଂହପୁର ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି । କଲଭର୍ଟ ନିର୍ମାଣରେ ବିଳମ୍ବ ହେଉଥିବାରୁ ଅସମ୍ପୁର୍ଣ୍ଣ ରାସ୍ତାକୁ ନେଇ ଗ୍ରାମବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବାଧ୍ୟ ହେଇ ବାଉଁଶର ପୋଲ ଉପରେ ଗାଁ ଲୋକମାନେ ନିର୍ଭର କରି ରହିଛନ୍ତି ।

ରାସ୍ତାର ଅବସ୍ଥା ଶୋଚନୀୟ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ରଘୁନାଥପୁର ବ୍ଲକରୁ ଜଗତସିଂହପୁର ଜିଲ୍ଲା ସଦରମହକୁମାକୁ ସଂଯୋଗ କରୁଥିବା ରାସ୍ତା ରାସ୍ତାର ନବୀକରଣ ପାଇଁ କଟକର ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ପ୍ରାୟ ୬କୋଟି ୪୪ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଜୁଲାଇ ୩୧ , ୨୦୨୧ ଡେଡଲାଇନ ସ୍ଥିର କରାଯାଇଥିଲା ହେଲେ ଡେଡଲାଇନ ସରିବାର ୨ ମାସ ବିତିବାର ପରେ ମଧ୍ୟ ରାସ୍ତାର ଅବସ୍ଥା ଅସମ୍ପୁର୍ଣ୍ଣ ହୋଇ ପଡିରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଦୀର୍ଘ ଦିନ ହେବ ରାସ୍ତାଟି ଖୋଳା ହୋଇକି ପଡିରହିଥିବାରୁ ଆମେ ଯିବାଆସିବା ପାଇଁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ କରୁଛୁ । ଜୁଲାଇ ମାସ ସୁଦ୍ଧା ଉକ୍ତ ରାସ୍ତା କାମ ସରିବ ବୋଲି କହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରିନାହିଁ । ଏହି ରାସ୍ତା ୨ଟି ବ୍ଲକ ତଥା ରଘୁନାଥପୁର ଓ ଜଗସିହଂପୁରକୁ ସଂଯୋଗ କରୁଛି । ଫଳରେ ରଘୁନାଥପୁର ଓ ଜଗସିହଂପୁରର ପ୍ରାୟ ୧୦ରୁ ଅଧିକ ପଞ୍ଚାୟତର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏମତି କି ସ୍କୁଲ ଓ କଲେଜ୍‌ ପିଲାଠାରୁ ଆରମ୍ଭ କରି ସମସ୍ତ ଗ୍ରାମବାସୀମାନେ ଦୈନନ୍ଦିନ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି । ହେଲେ ଆଜି ଏହି ରାସ୍ତା ପାଇଁ ଲୋକମାନେ ଅସହ୍ୟ ଯନ୍ତ୍ରଣାକୁ ସହୁଛନ୍ତି । ତେଣୁ ରାସ୍ତାର କାମ ଅବିଳମ୍ୱେ ସମ୍ପୂର୍ଣ୍ଣ ହେବାର ନିହାତି ଆବଶ୍ୟକ ରହିଛି ବୋଲି କହିଛନ୍ତି ଗ୍ରାମବାସୀ ।

ରାସ୍ତା କାମ ଚାଲୁ ରହିଥିଲା କିନ୍ତୁ ଗତ ୩-୪ ଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ କାମ କରିବା ସମ୍ଭବପର ହେଇନଥିଲା । ଯାହା ଫଳରେ କାମକୁ ବନ୍ଦ କରିଦିଆଯାଇଥିଲା । ସଦେଇପୁରର କଲଭର୍ଟ କାମ ସରିଯାଇଛି ହେଲେ ତାର ୨ ପଟ ଆପ୍ରୋଜ ରୋଡ୍‌ ହୋଇପାରିନାହିଁ ବର୍ତ୍ତମାନ ପାଣିରେ ବୁଡି ରହିଥିବାରୁ କାମ କରିହେବନାହିଁ । ପାଣି ଶୁଖିଲେ କାମକୁ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

କେବଳ ଏତିକି ନୁହେଁ ବରଂ ଉକ୍ତ ରାସ୍ତାର ସଦେଇପୁର ନିକଟରେ କରାଯାଇଥିବା କଲଭର୍ଟର ସଂଯୋଗୀକରଣ ରାସ୍ତା ନିର୍ମାଣରେ ବିଳମ୍ବ ହୋଉଥିବା ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢିଯାଇଛି । ଶେଷରେ ଗ୍ରାମବାସୀ ମନେ ବାଧ୍ୟ ହୋଇ ଏକ ବାଉଁଶ ପୋଲ ନିର୍ମାଣ କରିଛନ୍ତି । ଯେଉଁଥିରେ ଗାଁଲୋକେ ଅତି ବିପଦଜନକ ଭାବେ ଗମନାଗମନ କରୁଛନ୍ତି । ଅପରପକ୍ଷେ, ବର୍ଷା ଯୋଗୁ ନିର୍ମାଣ ବାଧାପ୍ରାପ୍ତ ହୋଇଛି ଯାହାର ନିର୍ମାଣ କାମକୁ ଖୁବଶୀଘ୍ର ସମ୍ପୁର୍ଣ୍ଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।