• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଢାଖୋଲ (ରମାକାନ୍ତ ମହାନନ୍ଦ) : ’ଖାଇବାକୁ ଦେଲେନି । ପିଠିରେ ପିଟିଲେ ସିନା ସହିହେବ, ପେଟରେ ପିଟିଲେ ସହିହେବ କି ବାବୁ । ଘରୁ ପଳେଇ ଆସିଛି, ମନକୁ ବାଧୁଛି । ପୁଅ ଥରେ ପିଟିଥିଲା ଯେ ଆଙ୍ଗୁଠି ଭାଙ୍ଗି ଦେଇଥିଲା । କେବଳ ପୁଅ ନୁହେଁ ବୋହୂ ବି ପ୍ରବଳ ପିଟେ । ବୁଢ଼ୀ ମଣିଷ ଟାକୁ ଘୋଷାଡ଼ି ଘୋଷାଡ଼ି କେବେ ଦାଣ୍ଡ ଆଡ଼େ ତ ଆଉ କେତେବେଳେ ବାଡ଼ିଆଡ଼େ ନେଇଯାଏ ବୋହୂ ।’ କେତେଦିନ ଏ କଷ୍ଟ ସହିବି ଘରକୁ ଫେରିବିନି, ମରିବା ପର୍ଯ୍ୟନ୍ତ ଏମିତି ରହିବି ’ ।

ଯେଉଁ ପଣତକାନିରେ ପୁଅର ମୁହଁକୁ ପୋଛୁଥିଲା ଏବେ ବାହୁନି ବାହୁନି କାନ୍ଦି ସେହି ପଣତକାନିରେ ନିଜ ଲୁହ ପୋଛିବା ସହ ଦୁଃଖ ବଖାଣୁଛି ବୁଢ଼ୀ ମା । ଅସହ୍ୟ ହେଲା କୁଳାଙ୍ଗାର ପୁଅର ଅତ୍ୟାଚାର । ନିଜର ଏକ ମାତ୍ର ପୁଅ ଓ ବୋହୁ ଖାଇବାକୁ ଦେଲେନି । ଶେଷରେ ବୁଢ଼ୀ ମଣିଷ ଟାକୁ ମାଡ଼ ମାରି ଘରୁ ବାହାର କରିଦେଲେ । ଲୋକ ଲଜ୍ଜାରେ ନିଜ ଗାଁରେ ନରହି ଏବେ ରେଢାଖୋଲ ବ୍ଲକ କଦଳୀଗଡର ବିଭିନ୍ନ ଦୋକାନ ବାରଣ୍ଡାରେ ସମୟ କାଟୁଛନ୍ତି ଅସହାୟ ବୃଦ୍ଧ ମହିଳା ।

ଅନୁଗୁଳ ଜିଲ୍ଲା କିଆକଟା ଥାନା ଉରୁର୍ଡା ଗାଁ ଦର୍ପଣୀ ପ୍ରଧାନ । ବୟସ ପାଖାପାଖି ୯୦ ବର୍ଷ । ଏକମାତ୍ର ପୁଅ, ବୋହୂୁ ଓନାତୁଣିକୁ ନେଇ ସଂସାର । ବୋହୂ ଆସିଲା ପରେ କିଛିବର୍ଷ ଭଲରେ ଚାଲିଲା ଜୀବନ । ହେଲେ ଏବେ କିଛିଦିନ ହେଲା ବଳବୟସ କମିବାରୁ ବଢ଼ୀ ମଣିଷଟା ଆଉ ଘରେ କିଛି କାମଧାମ କରିପାରିଲାନି । ଶେଷରେ ଅତ୍ୟାଚାର ଆରମ୍ଭ ହେଲା । କଥା କଥାକେ ପୁଅବୋହୂ ବାଡ଼େଇବା ଆରମ୍ଭ କରିଦେଲେ ।

ତେବେ ଅତ୍ୟାଚାର ସହିନେହବାରୁ ଘର ଛାଡ଼ି ଦେଇଛନ୍ତି ଦର୍ପଣୀ ପ୍ରଧାନ । ହେଲେ ଦୁଃଖର କଥା ହେଲା ଘରୁ ବାହାରି ଆସିଲାବେଳେ ପୁଅ ଥରେ ବି ପଚାରିଲାନି ମାଁ କାହିଁ ଯାଉଛୁ । ବର୍ତ୍ତମାନ କଦଳୀଗଡ ଗାଁ ଲୋକେ ବୁଢ଼ୀମା’କୁ ଖାଇବା ପିଇବା ଦେଇ ରଖିଛନ୍ତି । ସରକାରୀ ବ୍ୟବସ୍ଥାରେ ତାଙ୍କୁ ଶେଷ ସମୟରେ କେଉଁଠି ରହିବା ବ୍ୟବସ୍ଥା କରାଗଲେ ଭଲହୁଅନ୍ତା ବୋଲି କଦଳୀଗଡ ବାସିନ୍ଧା କହିଛନ୍ତି ।