• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଡିଆଳ(କୁନାଲ ଚରଣ ବେହେରା) : ନିଷ୍ଠୁର ହେଲା ଦଇବ । ବାପା ଚାଲିଗଲେ, ମାଁ ଚାଲିଗଲେ । ଏତେ ବଡ ଦୁନିଆରେ ଆହା ପଦେ କହିବାକୁ କେହି ନାହିଁ । ମୁଣ୍ଡ ଉପରେ ସାନ ଭାଇର ବୋଝ । କୋମଳ ବୟସରେ ପରଘରେ ମୂଳ ଲାଗୁଛି ସରିତା । ଦୁଇ ଅନାଥ ଭାଇ ଭଉଣୀଙ୍କ ବି ଏବେ ଅସହାୟ ଅବସ୍ଥାରେ । 

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖାସବାହାଲ ଗ୍ରାମର ନାବାଳକ କେଦାର ନାଥ ଶବର ଓ ନାବାଳିକା ଝିଅ ସରିତା ଶବର, ବୟସ ୧୭ବର୍ଷ । ଜୀବନ କ’ଣ ବୁଝିବା ଆଗରୁ ମାଁ ବାପା ଚାଲିଗଲେ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଅ ବର୍ଷ ତଳେ ଆଖି ବୁଝିଥିଲା ମା । ଛ ମାସ ତଳେ ଆରପାରିକୁ ଚାଲିଗଲା ବାପା । ଏବେ ଅସହାୟତାର ଅନ୍ଧାରରେ ଜୀବନ ଜିଉଁଛନ୍ତି ଦୁଇ ଭାଇ ଭଉଣୀ । ବାପାମାଙ୍କ ଚିକିତ୍ସା ବାବଦରେ ଯାହା ଜମାପୁଞ୍ଜି ‌ଥିଲା ସବୁ ଖର୍ଚ୍ଚ ହୋଇସାରିଛି । ଏବେ ଘରେ ଫଟାପାହୁଲା ଟିଏ ନାହିଁ । ଅଭାବ ଅନଟନରେ ଚଳୁଛନ୍ତି ଭାଇଭଉଣୀ ।

ସରିତା ଏବେ ଭାଇ ପାଇଁ ଉଭୟ ବାପା, ମାଆ । ପରଘରେ ମୂଲ ଖଟି ଭାଇ ମୁହଁରେ ଆହାର ଦେଉଛି । ଯୁକ୍ତ ତିନିରେ ପଢୁଥିବା ବେଳେ ରି-ଏଡମିଶନ ପାଇଁ ପଇସା ଯୋଗାଡ଼ ହୋଇପାରୁନି । ସେପଟେ ସାନଭାଇ କେଦାର ଏବର୍ଷ ମ୍ୟାଟ୍ରିକ ପାସ କରିଛି କିନ୍ତୁ ଅର୍ଥାଭାବରୁ ଯୁକ୍ତ ଦୁଇ ପଢିବିନ ବୋଲି କହୁଛି ।

ଗରିବ ତଥା ଅନାଥ ପିଲାଙ୍କ ପାଇଁ ସରକାରୀ ସ୍ତରରେ ‌ଅନନେକ ଯୋଜନା ପ୍ରଣୟନ କରାଯାଉଛି । କିନ୍ତୁ ସମସ୍ତେ ଏହାର ସୁବିଧା ପାଇ ପାରୁନାହାନ୍ତି । ଏବେ ପ୍ରଶ୍ନ ଉଠୁଛି ଏବେ ସରିତା ଆଉ କେଦାର କଥା ବୁଝିବ କିଏ ?