• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୂରଣ ହେବ ଶିକ୍ଷକ ପଦବୀ

  • ୪ ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରିରୀକ ଶିକ୍ଷା ଶିକ୍ଷକ

  • ୬ ହଜାର ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଟିଚର ନିଯୁକ୍ତି ଲାଗି ଯୋଜନା

  • ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ମାଧ୍ୟମରେ ଚୟନ କରାଯିବ

  • ପ୍ରବେଶିକା ପରୀକ୍ଷା ସିବିଟି ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ହେବ

ଭୁବନେଶ୍ୱର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ । ୪ ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରିରୀକ ଶିକ୍ଷା ଶିକ୍ଷକଙ୍କ ସମେତ ୬ ହଜାର ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଟିଚର ନିଯୁକ୍ତି ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ପ୍ରବେଶିକା ପରୀକ୍ଷା ସିବିଟି ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ହେବ ।

ସିବିଟି ମାଧ୍ୟମରେ ପରୀକ୍ଷା କରିବା ଲାଗି ଏକ ସ୍ୱତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ । ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନେ ନିଯୁକ୍ତି ପାଇବେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବ୍ରୁଆରି ପହିଲା ସୁଦ୍ଧା ରାଜ୍ୟରେ ୧୨ ହଜାର ୫୦୦ ହିନ୍ଦୀ, ସଂସ୍କୃତି, ପିଇଟି ଓ ଟିଜିଟି ପଦ ଖାଲି ରହିଛି । ଯାହାକି ମୋଟ ଅନୁମୋଦିତ ଶିକ୍ଷକ ପଦବୀର ମାତ୍ର ୩୪ ପ୍ରତିଶତ ହେବ । ଏତେ ସଂଖ୍ୟକ ବିଷୟ ଭିତ୍ତିକ ପଦ ଖାଲିପଡ଼ିବା ଚିନ୍ତାର ବିଷୟ । ତାହାକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ CBT ପରୀକ୍ଷା ଲାଗି ଯୋଜନା ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବେଷୟିକ କମିଟି ଏଦିଗରେ ସିବିଟି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ପ୍ରସ୍ତାବ ଦେଇଛି । ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗଠାରୁ ଏନେଇ ଅନୁମତି ଲୋଡ଼ାଯାଇଛି ।

ଅନ୍ୟପଟେ ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ । ଇଣ୍ଟର୍ନସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ । ଯୁକ୍ତ ୨ ରେଜଲ୍ଟ ଜୁଲାଇ ଶେଷ ମଧ୍ୟରେପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।