• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା ସେପ୍ଟେମ୍ବର ୯ ତାରିଖ, ଗୁରୁବାର, ସିଂହ ୨୪  ଦିନ ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର। ଜାଣନ୍ତୁ ଆଜି ଆପଣଙ୍କ ଦିନ କେମିତି କଟିବ ଓ କ’ଣ ରହିଛି ଆପଣଙ୍କ ରାଶିରେ। 

ମେଷ

  • ଆଜି ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିନ୍ତା ଓ କର୍ମକ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ 
  • କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ
  • ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ଆପଣଙ୍କୁ ଫସାଇ ସଫଳ ହୋଇପାରନ୍ତି

ପ୍ରତିକାର-: ଭଗବାନ ହନୁମାନ ଦର୍ଶନ କରିବା ସହିତ ହନୁମାନ ଚାଳିଶା ପାଠ କରନ୍ତୁ


ବୃଷ

  • ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ 
  • ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିପାରେ
  • କୌଣସି ଏକ ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ମିତ୍ରମାନଙ୍କଠାରୁ ଶୁଭ ଖବର ମିଳିପାରେ

ପ୍ରତିକାର-: ମହାପ୍ରଭୁ ନୃସିଂହଙ୍କ କବଚ ପାଠ କରନ୍ତୁ

ମିଥୁନ

  • ଆପଣଙ୍କ ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହୋଇପାରେ
  • ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ ଓ ଆର୍ଥିକ ଲାଭ ହୋଇପାରେ
  • ଅଫିସ୍‌ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନତା ଅବଲମ୍ବନ କରନ୍ତୁ 

ପ୍ରତିକାର-: ସାତଟି ଦୁବ ଓ ପାନ ପତ୍ର ଗଣେଶଙ୍କୁ ଚଢାନ୍ତୁ

କର୍କଟ

  • ସାବଧାନତାର ସହ ଚଳନ୍ତୁ। ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍‌ବେଗ ସହିତ କଟିବ
  • ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଚିକିତ୍ସକଙ୍କ ପରାମର୍ଶ ନେଇପାରନ୍ତି
  • ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଙ୍ଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ 

ପ୍ରତିକାର- ପ୍ରଭୁ ଶିବଙ୍କ ଦର୍ଶନ କରିବା ସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରି ୭ଟି ତ୍ରିଶାଖା ବେଲ ପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ

ସିଂହ

  • ଆଜି ନକାରାତ୍ମକ ବିଚାର ମାନସିକ ଦୁଶ୍ଚିନ୍ତା ସୃଷ୍ଟି ହୋଇପାରେ
  • ଶାରୀରିକ ଏବଂ ମାନସିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି। ମାତା-ପିତାଙ୍କ ସହ ମତଭେଦ ହୋଇପାରେ
  • ଯଦି ଆପଣ ଆଜି ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସ୍ୱାକ୍ଷର କରୁଛନ୍ତି, ତା’ହେଲେ ସାବଧାନତା ଅବଲମ୍ବନ କରନ୍ତୁ

ପ୍ରତିକାର-: ଓଁ ଘୃଣି ସୂର୍ଯ୍ୟାୟ ନମଃ, ଏହି ମନ୍ତ୍ରରେ ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

କନ୍ୟା

  • କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ
  • ପ୍ରତିଯୋଗୀମାନେ ପରାଜିତ ହୋଇପାରନ୍ତି। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ ହୋଇପାରେ
  • ଆର୍ଥିକ ଲାଭ ହୋଇପାରେ। କୈଣସି ଶୁଭ ଖବର ମିଳିପାରେ

ପ୍ରତିକାର-: ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ ଥର ଜପ କରନ୍ତୁ

ତୁଳା

  • ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ
  • ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ
  • ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଭଲ ରହିବ। ଅପରାହ୍ନରେ କୋଣସି ଶୁଭ ଖବର ପାଇପାରନ୍ତି

ପ୍ରତିକାର-: କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ବିଛା

  • ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି
  • ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ ଓ ଆୟ ବୃଦ୍ଧି ଘଟିପାରେ
  • ଅପେକ୍ଷା କରିଥିବା ଶୁଭ ସମାଚାର ପ୍ରାପ୍ତ ହୋଇପାରେ

ପ୍ରତିକାର-: ୭ଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ମା’ ପାର୍ବତୀଙ୍କୁ ଚଢାନ୍ତୁ

ଧନୁ

  • ଆଜି ଦିନ ଆପଣଙ୍କ ପାଇଁ ଟିକେ କଷ୍ଟଦାୟକ ହୋଇପାରେ 
  • ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ 
  • ଅଧିକ ଖର୍ଚ୍ଚ ହେବାରୁ ଧାର କରଜ କରିବାକୁ ପଡିପାରେ 

 ପ୍ରତିକାର-: ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ

ମକର

  •  ଆଜିର ଶୁଭ ଖବର ମିଳିପାରେ ଓ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି
  • ସପରିବାର କୌଣସି ମାଙ୍ଗଳିକ ବିଷୟରେ ଆଲୋଚନା କରିପାରନ୍ତି
  • ପୁତ୍ର ଓ କନ୍ୟାଙ୍କର ବୈବାହିକ ସମସ୍ୟାର ସମାଧାନ ହୋଇପାରେ

ପ୍ରତିକାର-: ପ୍ରଭୁ ଶିବଙ୍କ ଦର୍ଶନ କରିବା ସହ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ

କୁମ୍ଭ

  • ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିପାରେ ଏବଂ କାର୍ଯ୍ୟରେ ସଫଳତା ମିଳିପାରେ
  • ଗୃହସ୍ଥ ଜୀବନ ଆନନ୍ଦରେ କଟିପାରେ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗ ଅଛି

ପ୍ରତିକାର-: କୁଆ ଏବଂ କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ମୀନ

  •  ଆଧ୍ୟାତ୍ମିକତା ଦିଗରେ ମନୋନିବେଶ କରିବେ 
  • ଅଚାନକ ଧନ ଲାଭ ହୋଇପାରେ। କିନ୍ତୁ ସଞ୍ଚୟ ନହୋଇ ଅଯଥା ବ୍ୟୟ ହୋଇ ଯାଇପାରେ   
  • ଶତ୍ରୁମାନେ ପରାଜିତ ହୋଇପାରନ୍ତି। ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ 

ପ୍ରତିକାର-: କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ