• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସ୍ଫଟିକ୍ ବା କ୍ରିଷ୍ଟାଲ ଲଗାଇଲେ ଘରେ ଟଙ୍କା ଅଭାବ ରହେନାହିଁ

  • କଦଳୀ ଗଛ ଲଗାଇବା ଦ୍ୱାରା ଘରେ ଶାନ୍ତି ରହିଥାଏ

ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘରେ ଅର୍ଥର ଅଭାବର ସମସ୍ୟା ଦୂର ହୋଇପାରିବ । ତେବେ ଚାଲନ୍ତୁ ଜାଣିବା ବସ୍ତୁ ଅନୁଯାୟୀ କିପରି ଦୂର ହେବ ଆର୍ଥିକ ସମସ୍ୟା ।

  • ଶୋଇବା ଘରର ଝରକାରେ ସ୍ଫଟିକ୍ ବା କ୍ରିଷ୍ଟାଲ ଲଗାଇଲେ ଘରେ ଟଙ୍କା ଅଭାବ ରହେନାହିଁ  । ଏହାକୁ ଛୁଇଁ ଘରକୁ ଯେଉଁ ଆଲୋକ ଆସିଥାଏ ତାହା ସାକରାତ୍ମକ ଶକ୍ତି ଆଣିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ଦେଇଥାଏ ।
  • ଘରେ ଜଳର ଅପଚୟ ଏକ ଭଲ ସଙ୍କେତ ନୁହେଁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଜଳ ଅପଚୟ ଦ୍ୱାରା ଘରେ ଟଙ୍କା ଅଭାବ ଦେଖାଦେଇଥାଏ । ଏହି କାରଣରୁ ମନୁଷ୍ୟର ଚନ୍ଦ୍ର ଦୁର୍ବଳ ହୋଇଥାଏ । ସେଥିପାଇଁ ଜଳ ନଷ୍ଟ କରିବା ଅନୁଚିତ ।
  • ଘରେ ଏକ ଦର୍ପଣ ରଖନ୍ତୁ ଯେପରି ଏହାର ପ୍ରତିବିମ୍ବ ଘରର ଟ୍ରେଜେରି କିମ୍ବା ଆଲମାରୀ ଉପରେ ପଡ଼ିବ । ଏହା ଦ୍ୱାରା ଅଯଥା ଖର୍ଚ୍ଚ ହ୍ରାସ ହୋଇଥାଏ ଏବଂ ଜମା ପୁଞ୍ଜି ବୃଦ୍ଧି ହୁଏ ।
  • ଘରର ମୁଖ୍ୟ ପ୍ରବେଶ ପଥକୁ ସର୍ବଦା ସଫା ରଖନ୍ତୁ ଏବଂ ଏହାର ଚାରିପାଖରେ ଥିବା କାନ୍ଥର ରଙ୍ଗ ପରିବର୍ତ୍ତନ କରନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ କେବେ ବି ଟଙ୍କାର ଅଭାବ ହୁଏ ନାହିଁ ।
  • ଘରର ଉତ୍ତର-ପୂର୍ବ କାନ୍ଥରେ ଗଣେଶଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଅର୍ଥାଭାବ ଦୂର କରିବାକୁ ମା’ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ମଧ୍ୟ ପ୍ରସନ୍ନ କରିବା ଆବଶ୍ୟକ ।
  • ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବଗିଚାରେ ଏକ କଦଳୀ ଗଛ ଲଗାଇବା ଦ୍ୱାରା ଘରେ ଶାନ୍ତି ରହିଥାଏ ଏବଂ ଟଙ୍କା ଅଭାବ ହୁଏ ନାହିଁ ।
  • ହିନ୍ଦୁ ଧର୍ମରେ କଦଳୀ ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଘରର ପୂର୍ବ-ଉତ୍ତର ଦିଗରେ କଦଳୀ ଗଛ ଲଗାଯିବା ଉଚିତ୍ ।