• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଆଜି ୨୦୨୧ ମସିହା ସେପ୍ଟେମ୍ବର ୧୦ ତାରିଖ ଶୁକ୍ରବାର । ଶ୍ରୀ ଗଣେଶ ପୂଜା। ସିଂହ ୨୫  ଦିନ, ଭାଦ୍ରବ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି,  ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର।  ବିଛା, ଧନୁ ଓ ମୀନ ରାଶିର ଆଜି ଘାତ ବାର।

ଆଜିର ନିଷେଧ ଖାଦ୍ୟ-: ମୂଳା

ମେଷ- 
ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହେବେ । କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ । ପରିବାର ଓ ପରିବହନ ତଥା ବ୍ୟାବସାୟିକ ଦିଗରୁ ଲାଭବାନ୍ ହେବେ,  ଯାନବାହନରେ ଚଳାଚଳରେ ସତର୍କ ରୁହନ୍ତୁ।
ପ୍ରତିକାର-: ଲାଲ୍ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ
 ବୃଷ-
 ପରିବାରରେ  ଭ୍ରାତୃ ବିବାଦ ଦେଖା ଦେଇପାରେ। ଆଜି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇପାରନ୍ତି । ଏହା ଆପଣଙ୍କ ପାଇଁ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। କୋର୍ଟ କଚେରି ମାମଲାରେ ବିଜୟୀ ହେବେ ।କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ ।

ପ୍ରତିକାର-: ଓଁ ଗମ୍ ଗଣପତୟେ ନମଃ ଏହି ମନ୍ତ୍ରରେ ଗଣେଶଙ୍କୁ ଦୁବ ଚଢାନ୍ତୁ

 ମିଥୁନ- 
 ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ।  ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ  । ଅପ୍ରିୟ ସତ୍ୟକଥା କହିବା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।
 ପ୍ରତିକାର-: ସାତଟି ପେଡା ବା ଲଡ଼ୁ ସାତ ଜଣ ପିଲାଙ୍କୁ ବାଣ୍ଟନ୍ତୁ
 
କର୍କଟ-
 ଆଜି ବିଭିନ୍ନ ପ୍ରକାର ଦୁଃଖ ଦେବା ପରି ଘଟଣା ଦେଖିବାକୁ ମିଳିବ। ଯାହାଫଳରେ ମାନସିକ ଅସ୍ଥିରତା, ଭୟ, ଆଶାଆଶଙ୍କା ଦେଖାଦେବ  । କୌଣସି ବନ୍ଧୁ ସ୍ୱତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। 
ପ୍ରତିକାର-: ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

 ସିଂହ-
ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋରଦାର କରିପାରନ୍ତି । କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।
ପ୍ରତିକାର-: ଗୁଡ଼ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ
 

କନ୍ୟା- 
 ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି । ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। କୈଣସି ସାଙ୍ଗଠନିକ କାର୍ଯର ନେତୃତ୍ୱ ନେଇ କାର୍ଯ୍ୟରେ ସଫଳତା ହାସଲ କରିବେ।
ପ୍ରତିକାର-: ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ତୁଳା-
ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ।ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ସଭାସମିତିରେ ସଫଳତା ହାସଲ କରିବେ। ପିତାମାତାଙ୍କ ସ୍ୱାସ୍ଥ୍ୟରେ  ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ପ୍ରତିକାର-: ଧଳାରଙ୍ଗର ପୋଷାକ ପରିଧାନ କରନ୍ତୁ
 
ବିଛା-

 ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍ ଆସି ନ ପାରେ ।ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି  । ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ
ପ୍ରତିକାର-: ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ 
 
ଧନୁ-
 ଆଜି ଆପଣ ଆତ୍ମୀୟସ୍ୱଜନ କିମ୍ବା ପାଖ ପଡ଼ୋଶୀଙ୍କଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ।ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ । ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ। 
ପ୍ରତିକାର-: ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ
 
ମକର-
 ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।  ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ମାନସିକ କଷ୍ଟ ପାଇବେ । ଅପରାହ୍ନରେ  ପରିବାରରେ ସୁଖଶାନ୍ତି ଲାଭ ସାଙ୍ଗକୁ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ।
ପ୍ରତିକାର-: ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ

କୁମ୍ଭ 
ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ସମସ୍ତ ଦିଗରେ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବ॥
ପ୍ରତିକାର-: ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

 ମୀନ- 
ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ।
 ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହି। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ ।
ପ୍ରତିକାର-: ଗ୍ରାମ ଦେବତୀଙ୍କୁ ଦର୍ଶନ କରିବା ସହିତ ସାତଟି ତ୍ରିଶାଖା ବେଲ ପତ୍ର ବନ ଦୁର୍ଗା ମନ୍ତ୍ରରେ ଚଢାନ୍ତୁ