• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୨୦ ତାରିଖ, ସୋମବାର କନ୍ୟା ୪ ଦିନ ଭାଦ୍ରବମାସ ,ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି,ପୂର୍ବ ଭାଦ୍ରପଦ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - କର୍ମ କ୍ଷେତ୍ରରେ ବହୁତ ଶୁଭ ଫଳ ପାଇପାରନ୍ତି । ଦୂର ଯାତ୍ରା ଯୋଗ ରହିଛି ଏବଂ ଯାତ୍ରା ଶୁଭ ରହିବାର ସମ୍ଭାବନା ରହିଛି । ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ - ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ବନ୍ଧୁବାନ୍ଧବଙ୍କ ସହଯୋଗ ପାଇପାରନ୍ତି । ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବାର ସମ୍ଭାବନା ରହିଛି ।

ପ୍ରତିକାର - ଧଳା ରଙ୍ଗର ବ୍ୟବହାର କରନ୍ତୁ

ମିଥୁନ- ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକା ହେବାର ଆଶା ରହିଛି । ଅଯଥା ଶତ୍ରୁମାନେ ହଇରାଣ କରି ପାରନ୍ତି ସତର୍କ ରୁହନ୍ତୁ । ମହିଳାମାନେ ଧର୍ମ ପରାୟଣ ହୋଇପାରନ୍ତି ।

ପ୍ରତିକାର - ସବୁଜ ରଙ୍ଗର ବ୍ୟବହାର କରନ୍ତୁ ଏବଂ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

କର୍କଟ - କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ । କୌଣସି କାର୍ଯ୍ୟରେ ଅତ୍ୟଧିକ ବ୍ୟୟ ହୋଇପାରେ । ପରିବାରରେ କଳହ ଦେଖାଦେଇପାରେ ।

ପ୍ରତିକାର - ଓଂ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

ସିଂହ - କର୍ମକ୍ଷେତ୍ରରେ ଶୁଭଫଳ ପାଇପାରିବେ । ଆୟ ଭଲ ହେବାର ସମ୍ଭାବନା ଅଛି । ମନ ପ୍ରଫୁଲ୍ଲ ରହିପାରେ । ଶତ୍ରୁମାନେ ପରାଜିତ ହୋଇପାରନ୍ତି।

ପ୍ରତିକାର - ନାଲି ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା- ବ୍ୟବସାୟରେ ଲାଭ-କ୍ଷତି ସମାନ ରହିପାରେ। କର୍ମ କ୍ଷେତ୍ରରେ ବାଧା ବିଘ୍ନ ଦୂର ହୋଇପାରେ । ମହିଳାମାନେ ଧର୍ମ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି ।

ପ୍ରତିକାର - ଶ୍ରୀଗଣେଶ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ

ତୁଳା - ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକା ରହିବ । ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି । ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ପାଇପାରନ୍ତି ।

ପ୍ରତିକାର - ମା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ

ବିଛା –କର୍ମ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ମନ ଅଶାନ୍ତି ରହିବାର ସମ୍ଭାବନା ରହିଛି ।

ପ୍ରତିକାର - ୧୦୮ ଥର ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

ଧନୁ - କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ଶାରିରୀକ ସୁସ୍ଥତା ଲାଭ କରିପାରନ୍ତି ।

ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ମକର- କର୍ମ କ୍ଷେତ୍ରରେ ଶୁଭଫଳ ପାଇପାରରିବେ । ଇଚ୍ଛିତ ଅଭିଳାଷ ପୂରଣ ହୋଇପାରେ । ମାନସମ୍ମାନ ବୃଦ୍ଧି ହୋଇପାରେ ।

ପ୍ରତିକାର - ସବୁଜ ରଙ୍ଗର ବ୍ୟବହାର କରନ୍ତୁ

କୁମ୍ଭ - ଦୈନିକ ରୋଜଗାରରେ ବୃଦ୍ଧି ହୋଇପାରେ । ମାନସିକ ଚିନ୍ତା ଦୂର ହୋଇପାରେ । ମହିଳାମାନେ ସୁଖୀ ହୋଇପାରନ୍ତି ।

ପ୍ରତିକାର - ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମୀନ –କର୍ମ କ୍ଷେତ୍ରରେ ସଫଳତା ପାଇପାରିବେ । ନୂତନ କାର୍ଯ୍ୟଭାର ହାତକୁ ନେଇପାରନ୍ତି । ଅର୍ଥ ଲାଭର ସୁଯୋଗ ମିଳିପାରେ ।

ପ୍ରତିକାର - ହଳଦିଆା ରଙ୍ଗର ବ୍ୟବହାର କରନ୍ତୁ