• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୧୬ ତାରିଖ, ଗୁରୁବାର, ସିଂହ ୩୧ ଦିନ, ଭାଦ୍ରବ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ଉତ୍ତରାଷାଢା ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେଇପାରେ। ଆୟଠାରୁ ବ୍ୟୟ ଅଧିକ ହୋଇପାରେ। ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡିପାରନ୍ତି, ସଜାଗ ରୁହନ୍ତୁ।
ପ୍ରତିକାର- ମା’ ବଗଳାମୁଖୀଙ୍କୁ ପ୍ରଣାମ କରନ୍ତୁ ଏବଂ ନାଲି ରଙ୍ଗ ବ୍ୟବହାର କରନ୍ତୁ

ବୃଷ- ବ୍ୟବସାୟରେ ଲାଭ ହୋଇପାରେ। ଆପଣଙ୍କ କାର୍ଯ୍ୟ ଆପଣଙ୍କୁ ସୁଖ୍ୟାତି ଦେବ। ଶରୀରରେ ଆଘାତ ଲାଗିପାରେ। ଯାନବାହାନ ଚଳାଚଳ ବେଳେ ସାବଧାନ ରୁହନ୍ତୁ।
ପ୍ରତିକାର- ଭଗବାନ ଶିବଙ୍କୁ ଆରାଧନା କରିବା ସହ ଧଳା ରଙ୍ଗ ବ୍ୟବହାର କରନ୍ତୁ

ମିଥୁନ- ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ଚିନ୍ତିତ ରହିପାରନ୍ତି।
ପ୍ରତିକାର- ଶ୍ରୀ ଗଣେଶଙ୍କ ଆରାଧନା କରନ୍ତୁ   

କର୍କଟ- କର୍ମକ୍ଷେତ୍ରରେ ପଦୋନ୍ନତି ଏବଂ ଆର୍ଥିକ ଲାଭ ହୋଇପାରେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ମାନସିକ ଶାନ୍ତି ମିଳିପାରେ।
ପ୍ରତିକାର- ଅସହାୟ ବ୍ୟକ୍ତିକୁ ଦାନ ଦିଅନ୍ତୁ   

ସିଂହ- କର୍ମକ୍ଷେତ୍ରରେ ଆର୍ଥିକ ଚିନ୍ତା ରହିପାରେ। ସାମାନ୍ୟ ବାଦ ବିବାଦ ଦେଖା ଦେଇପାରେ। ଶତ୍ରୁଙ୍କ ଠାରୁ ବିଜୟୀ ହେବେ।
ପ୍ରତିକାର- ମା’ ଦୁର୍ଗାଙ୍କୁ ଆରାଧନା କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ 

କନ୍ୟା- ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ବନ୍ଧୁଙ୍କ ସାହାଯ୍ୟ ମିଳିପାରେ।

ତୁଳା- ବ୍ୟବସାୟରେ ସଫଳତା ମିଳିପାରେ। ଚାକିରି କ୍ଷେତ୍ରରେ ମାନସମ୍ମାନ ପାଇବେ। ମହିଳାମାନେ ଅଳଙ୍କାର କ୍ରୟ କରିପାରନ୍ତି।
ପ୍ରତିକାର- ଧଳା ରଙ୍ଗ ବ୍ୟବହାର କରନ୍ତୁ

ବିଛା- ବ୍ୟବସାୟରେ ବାଧାବିଘ୍ନ ଦୂର ହୋଇପାରେ। ଦୈନିକ ରୋଜଗାରରେ ସଫଳତା ମିଳିପାରେ। ଦୁଃସମ୍ବାଦ ପାଇ ଚିନ୍ତାରେ ପଡ଼ିପାରନ୍ତି।
ପ୍ରତିକାର- ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ 

ଧନୁ- ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ। ବନ୍ଧୁଙ୍କ ସହଯୋଗ ମିଳିପାରେ। ଭଲ ଖବର ଏବଂ ସୁଖାଦ୍ୟ ପ୍ରାପ୍ତି ହୋଇପାରେ।
ପ୍ରତିକାର- ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

ମକର- ଚାକରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମହିଳାମାନେ ଧର୍ମ ପରାୟଣ ହେବେ।
ପ୍ରତିକାର- ସବୁଜ ରଙ୍ଗ ବ୍ୟବହାର କରନ୍ତୁ

କୁମ୍ଭ- କର୍ମକ୍ଷେତ୍ରରେ ଉନ୍ନତି ହେବ, ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଗୃହ ପାଇଁ ଭୂମି କ୍ରୟ କରିବାର ସୁଯୋଗ ଆସିପାରେ। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।
ପ୍ରତିକାର- ନୀଳ ରଙ୍ଗ ବ୍ୟବହାର କରନ୍ତୁ 

ମୀନ- ବନ୍ଧୁବାନ୍ଧବଙ୍କ ସହଯୋଗ ପାଇ ମନ ଖୁସି ହେବ। ମାନସିକ ଶାନ୍ତି ମିଳିପାରେ।
ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ