• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୧୫ ତାରିଖ, ବୁଧବାର, ସିଂହ ୩୦ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ପୂର୍ବାଷଢା ନକ୍ଷତ୍ର, ଧନୁ ଚନ୍ଦ୍ର।ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ... 

ମେଷ- କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟରେ ସମାଧାନ କରି ଦେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇ ପାରିବେ।
ପ୍ରତିକାର- ଶ୍ରୀ ଗଣେଷ ମହାପ୍ରଭୁଙ୍କୁ ଦୂବ ଅର୍ପଣ କରନ୍ତୁ

ବୃଷ- ଯାନବାହାନ ଚଳାଇବା ବେଳେ ଅଘଟଣ ଘଟିପାରେ, ସେଥିପାଇଁ ସତର୍କ ରହିବାକୁ ପଡ଼ିବ। ନୂତନ ଘର ତିଆରି ପାଇଁ ମନ ବଳାଇବେ, ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ସନ୍ତାନମାନଙ୍କ ପାଇଁ ବାପାମା’ ଚିନ୍ତାଗ୍ରସ୍ତ ରହିପାରନ୍ତି।
ପ୍ରତିକାର- ଧଳା ଫୁଲ ପାଖରେ ରଖନ୍ତୁ 

ମିଥୁନ- ବହୁଦିନର ଦୂର ବନ୍ଧୁଙ୍କ ସହିତ ମିଳନ ହେବ ଏବଂ ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟରେ ଆର୍ଥିକ କ୍ଷତି ଲାଗି ରହିପାରେ, ଯାହା ଫଳରେ ମାନସିକ ଚିନ୍ତା ବଢିପାରେ।
ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦ ଉପୁଜିପାରେ।
ପ୍ରତିକାର- ଗ୍ରାମଦେବୀଙ୍କ ପାଖରେ ଘିଅଦ୍ୱୀପ ଜାଳନ୍ତୁ   

କର୍କଟ- ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବାକି ପଡିଥିବା ଅର୍ଥ ‌ଆଦାୟ ହେବ। ରାଜନୀତି କରୁଥିବା ବ୍ୟକ୍ତି ଲାଭ ପାଇପାରିବେ ଏବଂ ଘରକୁ ବନ୍ଧୁଙ୍କର ଆଗମନ ହେବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବାରୁ ମାନସିକ ଦୁଃଖ ମିଳିପାରେ।
ପ୍ରତିକାର- ମହାଦେବଙ୍କୁ ଦର୍ଶନ କରନ୍ତୁ   

ସିଂହ- ବ୍ୟବସାୟରେ ଅର୍ଥ ଅଭାବ ଦେଖାଦେବାରୁ ମନ ଭଲ ରହିବ ନାହିଁ। ଅଳସୁଆପଣ ଦେଖାଯିବ। ଚିଡ଼ିଚିଡ଼ା ସ୍ୱଭାବ ରହିବ। ଘର ପାଇଁ କୌଣସି ଜିନିଷ କ୍ରୟ କରିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅସଫଳ ହୋଇପାରେ।
ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ 

କନ୍ୟା- ବୃତ୍ତିଗତ କାର୍ଯ୍ୟ ପାଇଁ ଆଜି ବନ୍ଧୁଙ୍କ ଠାରୁ ଧାର କରଜ କରିପାରନ୍ତି। କର୍ମକ୍ଷେତ୍ରକୁ ନେଇ ବ୍ୟସ୍ତ ବିବ୍ରତ ହେବେ, ମନ ଚଳଚଞ୍ଚଳ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନସମ୍ମାନ ବୃଦ୍ଧି ହେବ।
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ 

ତୁଳା- ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଉନ୍ନତି ହେବ। ଘର ପାଇଁ କୌଣସି ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରଗତି କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ମାନସିକ ଚିନ୍ତା ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ପ୍ରତିକାର- ମା’ ପାର୍ବତୀଙ୍କୁ ଦର୍ଶନ କରନ୍ତୁ

ବିଛା- ବ୍ୟବସାୟରେ ଅର୍ଥହାନୀ ଦେଖାଦେଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ସ୍ୱାସ୍ଥ୍ୟଗତ ପୀଡ଼ା ଦେଖା ଦେଇପାରେ। ଏହାସହ ପାରିବାରିକ ସମସ୍ୟା ମଧ୍ୟ ଦେଖା ଦେଇପାରେ। ବୃତ୍ତିଗତ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସାହାଯ୍ୟ ପାଇବେ।
ପ୍ରତିକାର- ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କୁ ଦର୍ଶନ କରନ୍ତୁ

ଧନୁ- ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟୀମାନେ ଲାଭ ପାଇପାରିବେ। ଭ୍ରମଣ ଯୋଗ ରହିଛି।
ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ

ମକର- କର୍ମକ୍ଷେତ୍ରରେ ଅପମାନ ପାଇବାର ସମ୍ଭାବନା ରହିଛି। ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢାକୁ ନେଇ ସୁଚିନ୍ତା କରିବେ। ବ୍ୟବସାୟରେ ଲାଭ ଯୋଗୁ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି।
ପ୍ରତିକାର- ପାଖରେ ଗୋଟା ଗୁଆ ରଖନ୍ତୁ

କୁମ୍ଭ- କର୍ମକ୍ଷେତ୍ରରେ ପଦୋନ୍ନତି ଏବଂ ମାନସମ୍ମାନ ମିଳିପାରେ। ବୃତ୍ତିଗତ କାର୍ଯ୍ୟକୁ ନେଇ ମନରେ ଦ୍ୱନ୍ଦ୍ୱ ଆସିପାରେ। 
ପ୍ରତିକାର- ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ 

ମୀନ- ଆଜି ଅଚାନକ ଯେକୌଣସି ଦ୍ରବ୍ୟ ଲାଭ ହେବାର ଯୋଗ ରହିଛି। ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିପାରନ୍ତି। ଜୀବନସାଥିଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ।
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ