• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜି୨୦୨୧ ମସିହା, ନଭେମ୍ୱର ମାସ, ୧ ତାରିଖ, ସୋମବାର, ତୁଳା ୧୬ ଦିନ କାର୍ତ୍ତିକ ମାସ କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - ବନ୍ଧୁ ମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିପାରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହୋଇପାରନ୍ତି ।

ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

 

ବୃଷ- ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ । ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ । ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ।

ପ୍ରତିକାର-ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

 

ମିଥୁନ -ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବେ । ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ଶୁଭ ଫଳ ମିଳିପାରିବ ।

ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

 

କର୍କଟ –ଆପଣ ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହୋଇପାରିବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହୋଇପାରିବେ । ବନ୍ଧୁ ଦର୍ଶନର ସୁଯୋଗ ଅଛି, ଅପରାହ୍ନରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

 

ସିଂହ - ଆଜି ବିଳମ୍ବିତ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହୋଇପାରିବ । ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିପାରିବ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।

ପ୍ରତିକାର- ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ

 

କନ୍ୟା -ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥ ବ୍ୟୟ ସାହାଯ୍ୟ କରିପାରିବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ସାହିତ୍ୟ ଓ ସଭା ସମିତିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି ।

ପ୍ରତିକାର-ସାତଟି ପାନ ପତ୍ର ଗଣେଶଙ୍କୁ ଚଳାନ୍ତୁ

 

ତୁଳା- ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇପାରିବେ । ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହୋଇପାରିବେ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।

ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

 

ବିଛା- ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳ ପାଇପାରିବେ । ଯେକୌଣ ସିମତେ ଅର୍ଥ ରୋଜଗାରର ହୋଇପାରିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନ ଶୁଭ ପ୍ରଦ ହେବାର ଆଶା ଅଛି ।

ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

 

 

ଧନୁ - ଆଜି ଦୂର ଯାତ୍ରା କରିବାର ସୁଯୋଗ ପାଇପାରିବେ । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ୱୀକାର କରିହେବନି ।କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ ।

ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ

 

ମକର -ଆଜି ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିପାରିବେ । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ।

ପ୍ରତିକାର-ମା କାଳୀଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

 

କୁମ୍ଭ -ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । କର୍ମ କ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ କରିପାରିବେ । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରାନ୍ତୁ ନାହିଁ ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର କଳାରାଶି ମିଶାଇ ଢାଳନ୍ତୁ

 

ମୀନ - ଆଜି ଦିନଟି ଆପଣଙ୍କ ପାଇଁ ଲାଭ ପ୍ରଦ ହୋଇପାରିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିପାରିବ । ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରିବେ ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ