• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ସିନ୍ଦୂର ,ପ୍ରବେଶ କରେ ନାହିଁ ନକରାତ୍ମକ ଶକ୍ତି

ବାସ୍ତୁ ଶାସ୍ତ୍ର ଅନୁସାରେ ସିନ୍ଦୁରର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବିବାହିତ ସ୍ତ୍ରୀର ସିନ୍ଦୂର ହେଉଛି ମୁଖ୍ୟ ଅଂଶ । ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀର ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ଲମ୍ବା ହୋଇଥାଏ । ସ୍ୱାମୀର ଶରୀର ସୁସ୍ଥ ରହିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । କିନ୍ତୁ ଏହି ସିନ୍ଦୂର ସଧବା ନାରୀର ମଥାରେ ଲାଗିବା ବ୍ୟତୀତ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ସିନ୍ଦୂରର ମାହାତ୍ମ୍ୟ କଣ ରହିଛି ।

  • ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଅଳ୍ପ କିଛି ସିନ୍ଦୂର ପାଣିରେ ମିଶାନ୍ତୁ । ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ୱସ୍ତିକ୍ ଚିହ୍ନ ତିଆରି କରନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । ଏହିଭଳି କରିବା ଦ୍ୱାରା ଘରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ରହିଥାଏ ।
  • ଘରର ମୁଖ୍ୟ ଦ୍ୱାରରେ ତେଲରେ ସିନ୍ଦୂର ମିଶାଇ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଏହାକୁ କ୍ରମାଗତ ଭାବରେ ୪୦ ଦିନ କରିବା ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ଦୂର ହୋଇଥାଏ ।
  • ହିନ୍ଦୁ ଧର୍ମ ଅନୁଯାୟୀ ଦେବତାମାନଙ୍କର ପୂଜା ମଧ୍ୟ ବିନା ସିନ୍ଦୂରରେ ଅସମ୍ପୂର୍ଣ୍ଣ ହୋଇଥାଏ । ଅର୍ଥ ହାନୀ ହେଉଥିଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ପାଞ୍ଚ ମଙ୍ଗଳବାର ଏବଂ ଶନିବାର ଦିନ ତେଲ ସହିତ ସିନ୍ଦୁର ମିଶ୍ରଣ କରି ଭଗବାନ ହନୁମାନଙ୍କୁ ଚଢାନ୍ତୁ । ଏହା କରିବା ଦ୍ୱାରା ବ୍ୟବସାୟରେ ଅଗ୍ରଗତି ହେବ ଏବଂ ଅର୍ଥ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ ।
  • ଘରେ କାହାର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିଲେ ,ରୋଗୀ ଉପରେ ସିନ୍ଦୁରକୁ ବୁଲାଇ ଏହାକୁ ଜଳରେ ପ୍ରବାହିତ କରିବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ ।
  • ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂର ଚଢା ହୋଇଥିବା ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ରହିଥାଏ ।
  • ପୂଜା ସମୟରେ ମୁଣ୍ଡରେ ଲାଲ୍ ତିଳକ ବା ସିନ୍ଦୁର ଲଗାଇ ପୂଜା କଲେ ଶୁଭ ଫଳ ମିଳିଥାଏ । ମନରେ ଏକାଗ୍ରତା ଓ  ଶାନ୍ତି ଆସିଥାଏ ।