• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆନନ୍ଦପୁର(ମୁନା ସିଂ) : ବୟସ ଅଳ୍ପ କିନ୍ତୁ ପ୍ରତିଭା ଅନେକ । ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଛନ୍ତି । ଛୋଟ ଏକ ଗାଁରୁ ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି କେନ୍ଦୁଝରର ଜଣେ ମେଧାବୀ ପ୍ରତିଭାବାନ ଛାତ୍ର । ତୁଳସୀ ଦୁଇପୁତ୍ରରୁ ବାସିବା ଭଳି ବିଶ୍ୱବନ୍ଧୁଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା । ଏବେ ତାଙ୍କ ବୟସ ମାତ୍ର୧୫ ହ ତାଙ୍କର ଏହି ପ୍ରତିଭାକୁ ନେଇ ସ୍ଥାନୀୟ ଅଞ୍ଚଳ ଲୋକେ ବେଶ୍ ଗର୍ବିତ ।

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ତରିମୂଳ ଗାଁର ପୁଅ ବିଶ୍ୱବନ୍ଧୁ । ସ୍ଥାନୀୟ ତରିମୂଳ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ର । ବାପା ଜଣେ ଶିକ୍ଷକ ଥିବେବେଳେ ୬ ମାସ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି । ଅନେକ ପ୍ରତିକୂଳ ପରିସ୍ଥିତି ସତ୍ୱେ ସେ କେବେ ପଛକୁ ଚାହିଁନାହାନ୍ତି । କଠିନ ପରିଶ୍ରମ କରି ଆଗକୁ ବଢ଼ି ଚାଲିଛନ୍ତି । ଭବିଷ୍ୟତକୁ ନେଇ ଅସୁମାରୀ ସ୍ୱପ୍ନ ଦେଖିଛନ୍ତି । କିଛି ଦିନ ପୂର୍ବରୁ ଏକ ସୌରଚାଳିତ ସାଇକେଲ ନିର୍ମାଣ କରି ବେଶ ନାଁ କମାଇଥିଲେ ବିଶ୍ୱବନ୍ଧୁ ।

ମାତ୍ର ୧୫ ବର୍ଷ ବୟସରେ ହିଁ ନାସା ପାଇଁ କାମ କରୁଛନ୍ତି । ଏବେ ସେ ଘରେ ରହି ନାସା ତରଫରୁ ଅଫିସିଆଲ ଅଫିସର ପଦବୀରେ କାର୍ଯ୍ୟରତ ଥିବା ବେଳେ ସେଠାରେ ନିଯୁକ୍ତି ପାଇବାକୁ ଇଛୁକ ଛାତ୍ରଛାତ୍ରୀଙ୍କୁ ପାଠ ମଧ୍ୟ ପଢାଉଛନ୍ତି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଓ ନାସା ତରଫରୁ ୩୦୦ରୁ ଉର୍ଦ୍ଧ୍ୱ ସାର୍ଟିଫିକେଟ ମିଳିଥିବା ବେଳେ ଯୁବ ବୈଜ୍ଞାନିକ ସମ୍ମାନ ପାଇଁ ମନୋନୀତ ହୋଇଥିଲେ । ହେଲେ ବୟସ ହୋଇ ନଥିବାରୁ ସାର୍ଟିଫିକେଟ ମିଳିନଥିବା ସେ କହିଛନ୍ତି ।

 ଛୋଟ ବୟସରୁ ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ନାସାରେ ଛାତ୍ରଛାତ୍ରୀଙ୍କ ପାଇଁ ସୃଷ୍ଟି ହେଉଥିବା ସୁଯୋଗ ସେମାନଙ୍କ ନିକଟରେ ପହଁଚି ପାରୁନଥିବା ନେଇ ସେ ମତପ୍ରକାଶ କରିଛନ୍ତି । ବିଶ୍ୱବନ୍ଧୁଙ୍କ ଅଧ୍ୟବସାୟ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇ ଥିବା ବେଳେ ତାଙ୍କର ଭବିଷ୍ୟତ ଉଜ୍ଵଳମୟ ହେଉ ଏବଂ ସେ ଆମ ଦେଶ ନାଁକୁ ବହୁତ ଆଗକୁ ନିଅନ୍ତୁ ଏହାହିଁ ଆଶା । ତେବେ ପରିବାର ଲୋକେ ଓ ବିଦ୍ୟାଳୟର ଶିକ୍ଷକ ତାଙ୍କର ଏହି ପ୍ରତିଭା ଓ ଭବିଷ୍ୟତ କୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।