• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି

  • ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବାକୁ ନିଷ୍ପତ୍ତି

  • ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦% ଦରମା ମିଳିବ

  • ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ପାଇବେ ଠିକା କର୍ମଚାରୀ

ଭୁବନେଶ୍ୱର : ଠିକା କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି । ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସମସ୍ତ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ । ପୂର୍ବ ନିୟମ ଅନୁସାରେ ୬ ବର୍ଷ ପରେ ନିୟମିତ ହେବେ ଠିକା କର୍ମଚାରୀ । ତେବେ ଠିକା କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ୫୦ ପ୍ରତିଶତ ଅଧିକ ଦେବାକୁ ହେଲେ ବାର୍ଷିକ ୨୫୦ କୋଟି ଖର୍ଚ୍ଚ ହେବ । ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ପାଇବେ ଠିକା କର୍ମଚାରୀ ।

ସେହିପରି ରାଜ୍ୟର ଆସନ୍ତା ୧ବର୍ଷ ପାଇଁ ଧାନ କିଣା ପଲିସିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।  ଖରିଫ ଓ ରବିରେ ପ୍ରାୟ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ ଓ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ କିଣିବା ପାଇଁ ନିଷ୍ପତ୍ତି ହୋଇଛି ।  ଏହି କାର୍ଯ୍ୟରେ ବିଶେଷ ଭାବେ SHGକୁ ନିୟୋଜିକ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ୟାକ୍ସ, ଲ୍ୟାମ୍ସ ଓ ପାଣିପଞ୍ଚାୟତ ସଂସ୍ଥା ଜରିଆରେ ବି ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।