• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବିନା ପରୀକ୍ଷାରେ ହେବ ପଦବୀ ନୁଯୁକ୍ତି

ନୂଆଦିଲ୍ଲୀ :ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକ ମାନଙ୍କ ପାଇଁ ଏକ ଭଲ ସୁଯୋଗ ଆଣି ଦେଇଛି ରେଳ ବିଭାଗ । କୋଣାର୍କ ରେଲୱେ କର୍ପୋରେସନ୍ ଲିମିଟେଡ୍ ଓ ଜାମ୍ମୁ କାଶ୍ମୀରରେ ପରିଚାଳିତ ହେବାକୁ ଥିବା USBRL ପ୍ରକଳ୍ପ ପାଇଁ ଏକ ବୈଷୟିକ ସହାୟକର ଆବଶ୍ୟକତା ରହିଛି । ଏନେଇ କୋଣାର୍କ ରେଲୱେ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ବୈଷୟିକ ସହାୟକର ନିଯୁକ୍ତି ପଦବୀ ପାଇଁ କୈଣସୀ ପରୀକ୍ଷା ହେବ ନାହିଁ । ଏହି ଚାକିରି ସମ୍ବନ୍ଧୀୟ ସୂଚନା ପାଇଁ konkanrailway.com ୱେବସାଇଟରେ ଦିଆଯାଇଛି ।

ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ସିଭିଲ୍ ପଦ ପାଇଁ ୭ଟି ପଦବୀ ଖାଲି ଅଛି। ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ସିଭିଲ୍ ପଦ ପାଇଁ ମଧ୍ୟ ୭ଟି ଖାଲି ଅଛି । ଏହି ଦୁଇଟି ପଦବୀ ଖାଲିଥିବା ବେଳେ ୫ଟି ସିଟ୍ ଓବିସି ପାଇଁ ଏବଂ ଦୁଇଟି ଏସ୍‌ଟି ବର୍ଗ ପାଇଁ ସଂରକ୍ଷିତ ରହିଛି । ସାଧାରଣ ବର୍ଗ ପାଇଁ କୈଣସି ଖାଲି ସ୍ଥାନ ନାହିଁ ।

ଏହାଛଡ଼ା ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ ରହିଛି । ସିନିୟର ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ୍‌ ପୋଷ୍ଟ୍‌ ପାଇଁ ସାର୍ବାଧିକ ବୟସ ୩୦ ହେବା ଆବଶ୍ୟକ । ଜୁନିଅର ବୈଷୟିକ ସହାୟକ ପାଇଁ ସର୍ବାଧିକ ବୟସ ୨୫ ବର୍ଷ ରଖାଯାଇଛି । ଉଭୟ ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ସେପ୍ଟେମ୍ବର ୦୧, ୨୦୨୧ରୁ ଗଣନା କରାଯିବ ।

ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦବୀରେ ମନୋନିତ ପ୍ରାର୍ଥୀଙ୍କ ପାଇଁ ୩୫୦୦୦ ଟଙ୍କା ଦରମା ରହିଥିବା ବେଳେ , ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦବୀରେ ପାଇଁ ମନୋନୀତ ପ୍ରାର୍ଥୀମାନେ ମାସକୁ ୩୦ହଜାର ଟଙ୍କା ପାଇ ପାଇପାରିବେ।

ସିନିୟର ଏବଂ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ବି-ଟେକ୍ ସିଭିଲ୍ ଡିଗ୍ରୀ ଆବଶ୍ୟକ ଥିବା ବେଳେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହିତ ପାସ୍ ହୋଇଥିବା ଆବଶ୍ୟକ ।