• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • UCILରେ ଖାଲିପଡିଛି ପଦବୀ

 ନୂଆଦିଲ୍ଲୀ: ଆପଣ UCILରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଅଟୋମେଟିକ ଏନର୍ଜି ଡିପାର୍ଟମେଣ୍ଟ, ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍ (UCIL) ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ୧୦ମ ପାସ୍ କରି ଆଇଟିଆଇ କରିଛନ୍ତି ତେବେ ଆପଣଙ୍କ UCILରେ ଚାକିରୀ କରିବାର ସୁଯୋଗ ପାଇପାରିବେ । ଅଟୋମେଟିକ ଏନର୍ଜି ଡିପାର୍ଟମେଣ୍ଟ, ୟୁରେନିୟମ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ୍ (UCIL) ଆପାରଣ୍ଟିସରେ ଖାଲିପଡିଛି ପଦବୀ।

ଏଥିରେ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ । ମୋଟ୍ ପଦବୀ ମଧ୍ୟରେ ଫିଟର-୮ଟି ପଦବୀ,ଇଲେକ୍ଟ୍ରିସିଆନ -୮ଟି,ୱେଲଡର-୮ଟି,ଟର୍ନର-୪ଟି,ମେକାନିକ ଡିଜେଲ-୩ଟି,କାରପେଣ୍ଟର-୩ଟି,ପ୍ଲମ୍ବର:-୩ଟି ଆଦି ପଦବୀ ପାଇଁ ଖାଲି ରହିଛି । ଆବେଦନକାରୀଙ୍କ ବୟସ ୧୮ବର୍ଷରୁ ଅଧିକ ଏବଂ ୨୫ ବର୍ଷରୁ କମ୍ ହୋଇଥିବା ଜରୁରୀ ଅଟେ । ପ୍ରାର୍ଥୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ମ୍ ପାସ୍ କରିବା ସହିତ ଆଇଟିଆଇ ପଢିଥିବା ଜରୁରୀ ।

କିପରି କରିବେ ଆବେଦନ

UCILରେ ୱେବସାଇଟ ucil.gov.in କୁ ଯାଇ ଆବେଦନ କରିପାରିବେ। ଇଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଫର୍ମ ପୁରଣ କରି ଆବେଦନ କରିପାରିବେ । ଅନ ଲାଇନରେ ଫର୍ମକୁ ୟାଇ ଏହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ନିଜସ୍ୱ ବିବରଣୀ ପ୍ରଦାନ କରିବାକୁ ହେବ। ଏହି ଫର୍ମକୁ ପୁରଣ କରି ସବ ମିଟ୍ କରିବାକୁ ହେବ । ତେବେ ଏହି ଆବେଦନ ପାଇଁ ଆପଣଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।