• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • IBPSରେ ଖାଲି ପଡିଛି ୪୧୩୫ଟି ପଦବୀ

ନୂଆଦିଲ୍ଲୀ: ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍ସନ କମିଶନ ବା (IBPS) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । IBPS (ଆଇବିପିଏସ୍ ମ୍ୟାନେଜମେଣ୍ଟ ଟ୍ରେନି ପଦରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି ।

ପ୍ରତିବର୍ଷ ଭଳି ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ବିଭିନ୍ନ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକରେ ପ୍ରୋବେସନାରୀ ଅଫିସର୍ (PO) ନିଯୁକ୍ତି ପାଇଁ ଆଇବିପିଏସ୍ PO ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବର୍ଷ ଆଇବିପିଏସ୍ PO ବିଜ୍ଞପ୍ତି ୧୯ ଅକ୍ଟୋବର ୨୦୨୧ରେ IBPS ଅଫିସିଆଲ୍ ୱେବସାଇଟ୍ @ ibps.inରେ ବ୍ୟାଙ୍କ POର ୪୧୩୫ ପଦବୀ ନିଯୁକ୍ତି ପାଇଁ ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ IBPSର ଅଫିସିଆଲ୍ ୱେବସାଇଟ୍‌ରେ ଆଇବିପିଏସ୍ PO ଅଫିସିଆଲ୍ ବିଜ୍ଞପ୍ତିକୁ ଯାଇ ଆବେଦନ କରିପାରିବେ । ଆଇବିପିଏସ୍ ପିଓ ପରୀକ୍ଷାରେ ନିଯୁକ୍ତି ପାଇଁ ଆଇବିପିଏସ୍ ଦ୍ୱାରା ପରିଚାଳିତ ପ୍ରିଲିମସ୍, ମେନ୍ସ ଏବଂ ଇଣ୍ଟରଭ୍ୟୁ ରାଉଣ୍ଡ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ ।

ଏହି ନିଯୁକ୍ତି ଅଭିଧାନ ମାଧ୍ୟମରେ ବିଭିନ୍ନ ବିଭାଗରେ ୪୧୩୫ ପଦବୀ ପୂରଣ ହେବ । ଆଗ୍ରହୀ ପ୍ରାର୍ଥୀମାନେ ବିଜ୍ଞପ୍ତିରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଯାଞ୍ଚ କରି ଆବେଦନ କରିପାରିବେ। IBPS PO ନିଯୁକ୍ତି ୨୦୨୧ ପାଇଁ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ୧୦ ନଭେମ୍ବର ୨୦୨୧ ରହିଛି ।

IBPS PO ନିଯୁକ୍ତି ୨୦୨୧ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ ଗୁଡ଼ିକ ହେଲା ..

ଅନଲାଇନ ପ୍ରିଲିମ୍ ପରୀକ୍ଷା ତାରିଖ- ୧୧ ଡିସେମ୍ବର ୨୦୨୧

ପ୍ରିଲିମସ୍ ପରୀକ୍ଷା ଫଳାଫଳ- ଡିସେମ୍ବର ୨୦୨୧

ଅନଲାଇନ୍ ମେନ୍ ପରୀକ୍ଷା-ଜାନୁୟାରୀ ୨୦୨୨

ମେନ୍ ପରୀକ୍ଷା ଫଳାଫଳ ଜାନୁଆରୀ ଓ ଫେବୃଆରୀ ୨୦୨୨

ଏହା ସହିତ ଫାଇନାଲ ଇଣ୍ଟରଭ୍ୟୁ ରାଉଣ୍ଡ ପାଇଁ ମାର୍ଚ୍ଚ ୨୦୨୨ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ।

ଆବେଦନ କରିବା ପାଇଁ ଯୋଗ୍ୟତା:

ଆବେଦନ କରିବାକୁ ଥିବା ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବାଥିବା ଆବଶ୍ୟକ । ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ । ଅଣସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୮୫୦ ଟଙ୍କା ଥିବାବେଳେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ଦେୟ ୧୭୫ ଟଙ୍କା ରହିଛି ।