• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ପୂରଣ ହେବ ଖାଲି ପଡ଼ିଥିବା ବ୍ୟାଙ୍କ ଅଫିସର ପଦବୀ

  • ସେପ୍ଟେମ୍ବର ୧୯ ପୂର୍ବରୁ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୧୯୦ ପଦବୀ ପୂରଣ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି। Bank of Maharashtra Recruitment 2021 ଅନୁସାରେ ସ୍ପେଶାଲିଷ୍ଟ ଅଫିସର ସ୍କେଲ-I ଏବଂ ସ୍କେଲ-II ପଦ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍‌ bankofmaharashtra.inକୁ ଯାଇ ସମସ୍ତ ବିବରଣୀ ଯାଞ୍ଚ କରିପାରିବେ। ସେପ୍ଟେମ୍ବର ୧୯ ତାରିଖ ଭିତରେ ଆବେଦନ କରିବା ପାଇଁ କୁହାଯାଇଛି। ସ୍ପେଶାଲ ଅଫିସର ସ୍କେଲ-I ଏବଂ ସ୍କେଲ-II ଅନ୍ତର୍ଗତ ଏଗ୍ରିକଲ୍‌ଚର ଫିଲ୍‌ଡ ଅଫିସର, ସିକ୍ୟୁରିଟି ଅଫିସର, ଲ ଅଫିସର, ଏଆର/ପର୍ସନାଲ ଅଫିସର, ଆଇଟି ସପୋର୍ଟ ଆଡମିନିଷ୍ଟ୍ରେଟର, ୱିଣ୍ଡୋଜ୍‌ ଆଡ୍‌ମିନିଷ୍ଟ୍ରେଟର, ପ୍ରଡକ୍ଟ ସପୋର୍ଟ ଇଞ୍ଜିନିୟର, ନେଟୱର୍କ ଆଣ୍ଡ ସିକ୍ୟୁରିଟି ଆଡମିନିଷ୍ଟ୍ରେଟର ଏବଂ ଇମେଲଆ ଡମିନିଷ୍ଟ୍ରେଟର ପୂରଣ  ହେବ। 

ଆବେଦନ କରିବାର ତାରିଖ
ଆରମ୍ଭ- ସେପ୍ଟେମ୍ବର ୧, ୨୦୨୧
ଶେଷ-ସେପ୍ଟେମ୍ବର ୧୯, ୨୦୨୧

ପଦବୀ ସଂଖ୍ୟା

୧-ଏଗ୍ରିକଲ୍ଚର ଫିଲ୍‌ଡ ଅଫିସର-୧୦୦
୨-ସିକ୍ୟୁରିଟି ଅଫିସର-୧୦
୩-ଲ ’ ଅଫିସର-୧୦
୪-ଏଚ୍‌ଆର/ପର୍ସନାଲ ଅଫିସର-୧୦
୫-ଆଇଟି ସପୋର୍ଟ ଆଡମିନିଷ୍ଟ୍ରେଟର-୩୦
୬-ଡିବିଏ-୩
୭-ୱିଣ୍ଡୋଜ୍‌ ଆଡ୍‌ମିନିଷ୍ଟ୍ରେଟର-୭
୮-ପ୍ରଡକ୍ଟ ଆଡ୍‌ମିନିଷ୍ଟ୍ରେଟର-୩
୯-ନେଟୱର୍କ ଆଣ୍ଡ ସିକ୍ୟୁରିଟି ଆଡମିନିଷ୍ଟେଟର-୧୦
୧୦-ଇମେଲ ଆଡ୍‌ମିନିଷ୍ଟ୍ରେଟର-୨

ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା

୧-ସିକ୍ୟୁରିଟି ଅଫିସର-ବ୍ୟାଚଲର ଡିଗ୍ରୀ ସହିତ ଭାରତୀୟ ସେନାରେ ଅ‍‍ଫିସର ଭାବେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବ। 
୨-ଏଗ୍ରିକଲ୍ଚର ଫିଲ୍‌ଡ ଅଫିସର-ଏଗ୍ରିକଲ୍‌ଚର/ହର୍ଟିକଲ୍‌ଚର/ଆନିମଲ୍‌ ହସ୍‌ବେଣ୍ଡ୍ରି/ଭେଟେନାରୀ ସାଇନ୍ସ/ଡାଏରୀ ସାଇନ୍ସ/ ଫିଶରିଜ୍‌ ଆଦିରେ ୪ ବର୍ଷିଆ ଗ୍ରାଜୁଏଶନ କରିଥିବ ଏବଂ ୬୦% ନମ୍ବର ରଖିଥିବ।
୩-ଲ ଅଫିସର-୬୦ ପ୍ରତିଶତ ନମ୍ବର ସହ ବ୍ୟାଚଲର ଡିଗ୍ରୀ କରିଥିବେ। ଏଥିସହିତ ବ୍ୟାଙ୍କିଂ ଲ, କମ୍ପାନୀ ଲ, ଲେବର ଲ ଆଦିରେ ଜ୍ଞାନ ଥିବ। ଏଥିସହିତ କୌଣସି କୌଣସି ବ୍ୟାଙ୍କରେ ଲିଗାଲ ଡିପାର୍ଟମେଣ୍ଟ କିମ୍ବା ଫାଇନାନ୍‌ସିଆଲ ଇନ୍‌ଷ୍ଟିଚ୍ୟୁଟରେ ଅତିକମ୍‌ରେ ୫ ବର୍ଷ ଲ‘ ଅଫିସର ଭାବେ କାମ କରିବାର ଅଭିଜ୍ଞତା ଥିବ। 
୪-ଏଚଆର/ପର୍ସନାଲ ଅଫିସର-ପୋଷ୍ଟ ଗ୍ରାଜୁଏଶନ କିମ୍ବା ପର୍ସନାଲ ମ୍ୟାନେଜମେଣ୍ଟରେ ଅତିକମ୍‌ରେ ୬୦% ନମ୍ବର ରଖି ଡିପ୍ଲୋମା କରିଥିବ। ଏଥିସହିତ ଏଚଆର ମ୍ୟାନେଜର ପଦରେ କାମ କରିବାର ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବ। 
୫-ଆଇଟି ସପୋର୍ଟ ଆଡମିନିଷ୍ଟ୍ରେଟର-କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନରେ ବିଟେକ/ବିଇ କିମ୍ବା ଏମ୍‌ସିଏ ବା ଏମ୍‌ଏସି କମ୍ପୁଟର ସାଇନ୍ସ ।
୬-ଡିବିଏ(ଏମ୍‌ଏସ୍‌ଏସ୍‌କ୍ୟୁଏଲ୍‌/ଓଆରଏସିଏଲ୍‌ଇ)-କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନରେ ବିଟେକ/ବିଇ କିମ୍ବା ଏମ୍‌ସିଏ ବା ଏମ୍‌ଏସି କମ୍ପୁଟର ସାଇନ୍ସ ।
୭-ୱିଣ୍ଡୋଜ୍‌ ଏଡ୍‌ମିନିଷ୍ଟ୍ରେଟର-କମ୍ପ୍ୟୁଟ ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେଶନରେ ବିଟେକ/ବିଇ କିମ୍ବା ଏମ୍‌ସିଏ ବା ଏମ୍‌ଏସି  କମ୍ପ୍ୟୁଟର ସାଇନ୍ସ।
୮-ପ୍ରଡକ୍ଟ ସପୋର୍ଟ ଇଞ୍ଜିନିୟର-କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନରେ ବିଟେକ/ବିଇ କିମ୍ବା ଏମ୍‌ସିଏ ବା ଏମ୍‌ଏସି କମ୍ପୁଟର ସାଇନ୍ସ ।
୯-ନେଟୱର୍କ ସପୋର୍ଟ ଆଡ୍‌ମିନିଷ୍ଟ୍ରେଟର-କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନରେ ବିଟେକ/ବିଇ କିମ୍ବା ଏମ୍‌ସିଏ ବା ଏମ୍‌ଏସି କମ୍ପୁଟର ସାଇନ୍ସ ।
୧୦-ଇମେଲ ଆଡ୍‌ମିନିଷ୍ଟ୍ରେଟର-କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନରେ ବିଟେକ/ବିଇ କିମ୍ବା ଏମ୍‌ସିଏ ବା ଏମ୍‌ଏସି କମ୍ପୁଟର ସାଇନ୍ସ ।


ଅଧିକ ତଥ୍ୟ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।