• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •   ବେକାର ଯୁବକ ଓ ଯୁବତୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

  • ବିନା ପରୀକ୍ଷାରେ ପାଇବେ ଚାକିରୀ

ନୂଆଦିଲ୍ଲୀ: ଆୟକର ବିଭାଗରେ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆୟକର ବିଭାଗରେ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ, ଉତ୍ତର ପ୍ରଦେଶ(ପୂର୍ବ), ଲକ୍ଷ୍ନୌରେ ଆୟକର ନିରୀକ୍ଷକ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଓ ମଲ୍ଟି ଟାସ୍କିଂ ଷ୍ଟାଫ୍‌ ଭାବେ ସ୍ପୋର୍ଟସ ପର୍ସନଙ୍କୁ ଚାକିରି ମିଳିବ । ଇଛୁକ ପ୍ରାର୍ଥୀମାନେ ଆୟକର ବିଭାଗର ଅଫିସିଆଲ ୱେବସାଇଟ୍ incometaxindia.gov.inକୁ ଯାଇ ଆବେଦନ କରିପାରିବେ। ଏହି ପଦବୀଗୁଡିକ ଆବେଦନ କରିବା ପାଇଁ ସେପ୍ଟେମ୍ବର ୩୦ ଶେଷ ତାରିଖ ରହିଛି । ଏହା ଛଡ଼ା ଆଶାୟୀ ପ୍ରାର୍ଥୀମାନେ https://incometaxindia.gov.in/Pages/default.aspx ଲିଙ୍କ୍‌କୁ ଯାଇ ପଦବୀ ପାଇଁ ସିଧାସଳଖ ଆବେଦନ କରିପାରିବେ । ଏଥିସହ, ଆପଣ ଏହି ଲିଙ୍କ୍ ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି (ଆୟକର ବିଭାଗ ନିଯୁକ୍ତି ୨୦୨୧)ରେ ଦେଖିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨୮ଟି ପଦବୀରେ ଚାକିରି ମିଳିବ ।

ପଦବୀ:

ଆୟକର ନିରକ୍ଷକ, ଟ୍ୟାକ୍ସ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ୍ ଆଦି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଅବେଦନ କରିପାରିବେ ।

ଆୟକର ବିଭାଗ ନିଯୁକ୍ତି ପାଇଁ ବୟସ ସୀମା:

ଆୟକର ବିଭାଗର ନିରୀକ୍ଷକ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୩୦ ବର୍ଷ ମଧ୍ୟରେ ରହିବ ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ବର୍ଷରୁ ୨୭ ବର୍ଷ ମଧ୍ୟରେ ରଖାଯାଇଛି ।

ପଦବୀ ପାଇଁ ଯୋଗ୍ୟତା:

ଆୟକର ନିରୀକ୍ଷକ ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ- ପ୍ରାର୍ଥୀମାନେ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ହେବା ଉଚିତ୍ । ଏଥିସହ, ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଘଣ୍ଟାରେ ୮୦୦୦ ଡିପ୍ରେସନର ଡାଟା ଏଣ୍ଟ୍ରି ସ୍ପିଡ୍ ରହିବା ଉଚିତ୍ ।

ଆୟକର ବିଭାଗ ନିଯୁକ୍ତି ପାଇଁ ଦରମା ୨୦୨୧:

ଆୟକର ନିରୀକ୍ଷକ ପଦବୀ ପାଇଁ -୪୪୯୦୦ ରୁ ୧,୪୨,୪୦୦ ଟଙ୍କା ରହିଛି । ସେହିପରି ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ -୨୫,୫୦୦ରୁ ୮୧,୧୦୦ ଟଙ୍କା ରଖାଯାଇଛି ଓ ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ୧୮,୦୦୦ରୁ ୫୬,୯୦୦ ଟଙ୍କା ରଖାଯାଇଛି ।