• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିମାନବନ୍ଦର ଭିତରକୁ ପ୍ରବେଶ କରାଇଦିଅ କହି କାନ୍ଦୁଛନ୍ତି ଆଫଗାନୀ ମହିଳା

  • ସମସ୍ତ ଚେଷ୍ଟା ପରେ ମଧ୍ୟ ପଶିବାକୁ ଦେଇନଥିଲେ ଆମେରିକୀୟ ସୈନିକ

କାବୁଲ : ଆଖିରେ ଲୁହ ଆଉ ମନରେ ଆଶାର କିରଣ ନେଇ କାବୁଲ ଏୟାରପୋର୍ଟରେ ଆଫଗାନୀ ମହିଳା । ଆମକୁ ଭିତରକୁ ଆସିବାକୁ ଅନୁମତି ଦିଅ । ତାଲିବାନୀ ଆସୁଛନ୍ତି । ଆମକୁ ଛାଡ଼ିବେନି କହି ମହିଳାମାନେ କାନ୍ଦୁଛନ୍ତି । କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକ ବିମାନକୁ ଅପେକ୍ଷା କରିଛନ୍ତି । ଆଉ ଏହି ସମୟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅତି ହୃଦୟବିଦାରକ । କିଛି ମହିଳା ଆମେରିକୀୟ ସୈନିକଙ୍କୁ ବିମାନବନ୍ଦରରେ ପ୍ରବେଶ କରିବାକୁ ଆକୁଳ ନିବେଦନ କରୁଥିବା ଭିଡ଼ିଓରେ ଜଣାପଡ଼ୁଛି । ହେଲେ ଦୁଃଖର କଥା ଅନେକ ଗୁହାରୀ ପରେ ବି ସେମାନଙ୍କୁ କାବୁଲ ଏୟାରପୋର୍ଟ ଭିତରକୁ ପ୍ରବେଶ କରବାକୁ ଅନୁମତି ଦିଆଯାଇ ନାହିଁ ।

କାବୁଲର ହମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକା ଓ ନାଟୋ ଦେଶର ସେନା ବ୍ୟାରିକେଡ୍ ତିଆରି କରିଛନ୍ତି । ଏମାନେ ସମସ୍ତେ କେବଳ ନିଜ ଦେଶର ନାଗରିକଙ୍କୁ ବିମାନବନ୍ଦରକୁ ଆସିବାକୁ ଅନୁମତି ଦେଉଛନ୍ତି । ତାଲିବାନୀ ଶାସନ ଆରମ୍ଭ ହୋଇଯାଇଥିବା ବେଳେ ଅନେକ ଲୋକ ଦେଶ ଛାଡ଼ି ପଳାୟନ କରୁଥିବା ବେଳେ ଅଧିକ ଆତଙ୍କରେ ରହୁଛନ୍ତି ମହିଳା । ପୂର୍ବ ତାଲିବାନ ଶାସନରେ ହେଉଥିବା ଅତ୍ୟାଚାରକୁ ମନେପକାଇ ମହିଳାମାନେ ମଧ୍ୟ ଦେଶ ଛାଡ଼ି ଚାଲିଯିବାକୁ ଚାହଁଛନ୍ତି । ଆଉ କାବୁଲ ବିମାନବନ୍ଦର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବାକୁ ନିବେଦନ କରୁଛନ୍ତି ।

ତାଲିବାନୀଙ୍କ ଠାରୁ ରକ୍ଷା ପାଇବା ପାଇଁ ମହିଳାମାନେ ଚିତ୍କାର କରିବା ସହ ସାହାଯ୍ୟ ଲାଗି ବିକଳ ପ୍ରାର୍ଥନା କରୁଛନ୍ତି । ଭିଡିଓରେ ମହିଳାମାନଙ୍କ ବିକଳ କାନ୍ଦୁଣା ସ୍ପଷ୍ଟ ଶୁଣିବାକୁ ମିଳୁଛି । ଆମକୁ ଦୟକରି ସାହାଯ୍ୟ କରୁଛି, ତାଲିବାନୀ ଆସୁଛନ୍ତି ବୋଲି କହୁଛନ୍ତି । କିନ୍ତୁ ସମସ୍ତ ଚେଷ୍ଟା ପରେ ମଧ୍ୟ ଆମେରିକୀୟ ସୈନିକ କବାଟ ଖୋଲି ନଥିଲେ ।

କାବୁଲ ବିମାନବନ୍ଦରରେ ପାଖାପାଖି ପଚାଶ ହଜାରରୁ ଅଧିକ ଦେଶ ଛାଡିବାକୁ ଚାହୁଁଥିବା ଆଫଗାନୀ ଅପେକ୍ଷାରେ ଅଛନ୍ତି । ଦେଶରେ ରହିଲେ ତାଲିବାନୀଙ୍କ ବର୍ବରତାର ଶିକାର ହେବା ଥର ଚିନ୍ତା କରି ଦେଶ ଛାଡ଼ିଯିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କୌଣସି ବି ଆଫଗାନୀ ନାଗରିକଙ୍କୁ ଆଫଗାନିସ୍ତାନ ଛାଡିବା କଷ୍ଟକର । ଆମେରିକୀୟ ଏବଂ ନାଟୋ ଦେଶର ସୈନ୍ୟବାହିନୀ ପ୍ରଥମେ ସେମାନଙ୍କ ନାଗରିକ, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରନ୍ତି, ସେମାନଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି । ସମସ୍ତ ଦେଶର ସୈନିକମାନେ ବିମାନବନ୍ଦରରେ ବ୍ୟସ୍ତ ଅଛନ୍ତି ଏବଂ ନିଜ ଦେଶକୁ ନିଜ ଲୋକଙ୍କୁ ପଠାଉଛନ୍ତି ।