• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନକୁ ହତ୍ୟା ସୂଚି ଦେଲେ ଆମେରିକୀୟ ଅଧିକାରୀ ।

  • ଯେଉଁମାନେ ଆମେରିକା ସୈନିକଙ୍କୁ ସହଯୋଗ କରିଛନ୍ତି । 

ଆମେରିକୀୟ ଅଧିକାରୀଙ୍କ ବଡ଼ ପ୍ଲାନ୍‌ । ଯେଉଁମାନେ ସହଯୋଗ କରିଥିଲେ ସେମାନ ନାଁ ତାଲିବାନକୁ ଦେଇଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେତେବେଳେ ଅଧିକାଂଶ ଦେଶ ଆଫଗାନ ସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀମାନେ ତାଲିବାନକୁ ଏମିତି ଏକ ତାଲିକା ଦେଇଛନ୍ତି । ଯେଉଁଥିରେ ଆମେରିକା ସୈନିକମାନଙ୍କୁ ଆଫଗାନିସ୍ତାନରେ ସହଯୋଗ କରିଥିବା ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କ ନାଁ ରହିଛି । 

‘ପଲିଟିକୋ’ ଅନୁଯାୟୀ, ତାଲିବାନ ଚଳିତ ମାସ ଆରମ୍ଭରେ କାବୁଲକୁ କବ୍‌ଜା କରିଥିଲା । ଏହାପରେ ଆମେରିକାର ଅଧିକାରୀମାନେ ଆମେରିକୀୟ ନାଗରିକ, ଗ୍ରୀନ କାର୍ଡଧାରୀ ଏବଂ ଆଫଗାନ ସହଯୋଗୀଙ୍କ ନାମର ଏକ ତାଲିକା ପ୍ରସ୍ତୁତ କରି ଆତଙ୍କବାଦୀ ଗୋଷ୍ଠୀକୁ ଦେଇଥିଲେ । ଯାହା ଦ୍ୱାରା ସେମାନଙ୍କୁ କାବୁଲର ହମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ଖାଲିସେତିକି ନୁହେଁ ତାଲିବାନ ନିୟନ୍ତ୍ରିତ ଏହାର ଆଖପାଖ ଅଞ୍ଚଳରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଇପାରିବ ।

ତେବେ ୧୧ ସେପ୍ଟେମ୍ବର ୨୦୦୧ ଆତଙ୍କବାଦୀ ଆକ୍ରମଣ ପରେ ଯୁଦ୍ଧ ସମୟରେ ଆମେରିକାର ସୈନ୍ୟବାହିନୀ ଏବଂ ଅନ୍ୟ ପାଶ୍ଚାତ୍ୟ ସୁରକ୍ଷାବଳକୁ ସମର୍ଥନ କରୁଥିବା ଆଫଗାନୀମାନଙ୍କର ତାଲିବାନ ଦ୍ୱାରା ନିର୍ମମ ହତ୍ୟା କରାଯାଇଥିଲା । ଏହା ସତ୍ତ୍ୱେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ତାଲିବାନ ଦେଶ ଦଖଲ କରିବା ପରେ ସାଧାରଣ ନାଗରିକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସମସ୍ତେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ଚାରିଆଡ଼େ ଅଶାନ୍ତି ଖାଳିଯାଇଥିଲା । ଆଉ ଏଭଳି ଅଶାନ୍ତି ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

ବିମାନବନ୍ଦର ବାହାରେ ବାଇଡେନ ପ୍ରଶାସନ ଦ୍ୱାରା ସୁରକ୍ଷା ପାଇଁ ତାଲିବାନ ଉପରେ ବିଶ୍ୱାସ ଥିବାରୁ ଏହି ପଦକ୍ଷେପ ନିଆଯାଇଥିଲା । ତାଲିବାନ କାବୁଲକୁ କବ୍‌ଜା କରିବା ପରେ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ଦେଶରୁ ଉଦ୍ଧାର କରିଦିଆଯାଇଛି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ତାଲିବାନ ଚେକପଏଣ୍ଟ ଦେଇ ଯିବାକୁ ପଡୁଥିଲା ।

ଆମେରିକାର ରାଷ୍ଟ୍ରପତି ଏହାକୁ ଅସ୍ୱୀକାର କରିନାହାଁନ୍ତି

କିନ୍ତୁ ମାତ୍ର ହାତ ଗଣତି ନାଁ ତାଲିବାନକୁ ହସ୍ତାନ୍ତର କରାଯାଇଥିବାରୁ ସାଂସଦ ଏବଂ ସେନା ଅଧିକାରୀ ମଧ୍ୟ ସ୍ତବ୍ଧ । ଏହି ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜଣେ ସୁରକ୍ଷା ଅଧିକାରୀ ନିଜ ନାଁ ଗୋପନୀୟତା ରଖି କହିଛନ୍ତି ଯେ, ସେମାନେ ସେହି ସମସ୍ତ ଆଫଗାନୀଙ୍କୁ ହତ୍ୟା ତାଲିକାରେ ରଖିବାକୁ ଚାହୁଁଛନ୍ତି । ଯାହାକି ଅତ୍ୟନ୍ତ ନିରାଶାଜନକ ଏବଂ ଦୁଃଖ ଦାୟକ ।

ଏହି ରିପୋର୍ଟ ବିଷୟରେ ପଚରାଯିବାରୁ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ସେ ବିଶ୍ୱାସ କରିପାରୁ ନାହାନ୍ତି ଯେ ଏଭଳି କୌଣସି ତାଲିକା ରହିଛି । କିନ୍ତୁ ଏହାକୁ ଅସ୍ୱୀକାର କରିନାହାନ୍ତି ଯେ, ତାଲିବାନକୁ ବେଳେବେଳେ ଆମେରିକା ଏଭଳି କିଛି ତାଲିକା ଦେଇଥାଏ ।