• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ: ଆଫଗାନିସ୍ତାନରୁ ସୁନା ଖଜାନା ଗାୟବ । ଖଜାନା ଖୋଜି ଖୋଜି ତାଲିବାନୀଙ୍କ ଅବସ୍ଥା ବେହାର ହୋଇଗଲାଣି । ଆଫଗାନିସ୍ତାନ ନିୟନ୍ତ୍ରଣ ପରେ ତାଲିବାନ୍‌ ସରକାର ପାଇଁ ଦେଶ ଚଳାଇବା କୌଣସି ଚ୍ୟାଲେଞ୍ଜ୍ ଠାରୁ କମ୍ ନୁହେଁ । ତେବେ ଏପରି ସ୍ଥିତିରେ ୨ ହଜାର ବର୍ଷ ପୂରୁଣା ଖଜାନା କୁଆଡ଼େ ଉଭାନ୍ ହୋଇଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ସମସ୍ତ କଳବଳ କୌଶଳେ ଲଗାଇଲେ ବି ଖଜାନାର କୌଣସି ଖବର ମିଳୁନି । ଏହା ଏକ ପ୍ରାଚୀନ ବ୍ୟାକ୍ଟ୍ରିଆନ୍ ଭଣ୍ଡାର, ଯେଉଁଥିରେ ସୁନା ନିର୍ମିତ ସାମଗ୍ରୀ ମହଜୁଦ ଥାଏ । ଦୀର୍ଘ ଚାରି ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନର ଟେଲାଟାପା ଅଞ୍ଚଳରେ ଏହି ଖଜାନାର ସନ୍ଧାନ ମିଳିଥିଲା ।

ସାଂଖଜାନାର ଅନୁସନ୍ଧାନ ପାଇଁ ସେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସାଂସ୍କୃତିକ ଆୟୋଗର ଡେପୁଟି ମୁଖ୍ୟ ଅହମ୍ମଦୁଲ୍ଲା ୱାସିକ । ବ୍ୟାକ୍ଟ୍ରିଆନ୍ ଭଣ୍ଡାର ଆଫଗାନିସ୍ତାନରେ ଅଛି ନା ତାହାକୁ ବାହାରକୁ ନିଆଯାଇଛି ତାହା ର ତଦନ୍ତ ହେବା ଆବଶ୍ୟକ । ସୁନାର ଭଣ୍ଡାର ଯଦି ବାହାରକୁ ଯାଇଥିବ, ତେବେ ଏହା ଦେଶଦ୍ରୋହ ଅଟେ । ଏନେଇ ତାଲିବାନ ଗୁରୁତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ବ୍ୟାକ୍ଟ୍ରିଆନ୍ ଖଜାନାରେ କ’ଣ ଅଛି?

ବ୍ୟାକ୍ଟ୍ରିଆନ୍ ଭଣ୍ଡାରରେ ପ୍ରାଚୀନ ଦୁନିଆର ହଜାର ହଜାର ସୁନାର ଖଣ୍ଡ ରହିଛି । ନ୍ୟାସନାଲ୍ ଜିଓଗ୍ରାଫିକ୍ ଅନୁସାରେ ୬ ଟି କବର ଭିତରୁ ଏହି ଖଜାନା ମିଳିଥିଲା । କବରଗୁଡ଼ିକରେ ସୁନା ମୁଦି, ମୁଦ୍ରା, ଅସ୍ତ୍ରଶସ୍ତ୍ର, କାନଫୁଲ, ବ୍ରେସଲେଟ୍, ହାର ଏବଂ ମୁକୁଟ ସମେତ ୨୦୦୦ ରୁ ଅଧିକ ବସ୍ତୁ ରହିଥିଲା । ସୁନା ବ୍ୟତୀତ ଏଥିରେ ଥିବା ଅନେକ ଜିନିଷ ଫିରୋଜା, କାରେଲିଆନ୍ ଏବଂ ଲେପିସ୍ ଲାଜୁଲି ଭଳି ବହୁ ମୂଲ୍ୟବାନ ପଥରରେ ତିଆରି କରାଯାଇଥିଲା ।

ଐତିହାସିକ ସ୍ମାରକୀଗୁଡିକୁ ସୁରକ୍ଷା ଦେବ ତାଲିବାନ

ପ୍ରାଚୀନ ତଥା ଐତିହାସିକ ସ୍ମାରକର ସୁରକ୍ଷା ଉପରେ ଅନ୍ତର୍ଜାତୀୟ ସମୁଦାୟ ସହିତ ହୋଇଥିବ ଚୁକ୍ତି ପୂର୍ବବତ୍ ରହିବ ବୋଲି କହିଛନ୍ତି ଅହମ୍ମଦୁଲ୍ଲା ୱାସିକ । ତେବେ ଜାତୀୟ ସଂଗ୍ରହାଳୟ, ଜାତୀୟ ଗ୍ୟାଲେରୀ ଏବଂ ଅନ୍ୟ ଐତିହାସିକ ତଥା ପ୍ରାଚୀନ ସ୍ମାରକୀଗୁଡ଼ିକ ସେମାନଙ୍କ ସ୍ଥାନରେ ସୁରକ୍ଷିତ ଥିବା ସେ କହିଛନ୍ତି ।