• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇସଲାମାବାଦ : ପ୍ରହସନ କରୁଛନ୍ତି ଇମ୍ରାନ୍ ସରକାର ? ଜନତାଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ, କିନ୍ତୁ ଚିନି ମୂଲ୍ୟ ବଢ଼ିଗଲା । ପାକିସ୍ତାନରେ ପେଟ୍ରୋଲ ଠାରୁ ମହଙ୍ଗା ଚିନି । ଚିନ୍ତାରେ ସାଧାରଣ ଲୋକ । ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶରେ ହୁ ହୁ ହୋଇ ବଢ଼ୁଛି ଖାଦ୍ୟସାମଗ୍ରୀ ଦର । ଗୁରୁବାର ଦିନ ପେଟ୍ରୋଲ ତୁଳନାରେ ଅଧିକ ରହିଛି ଚିନି ଦର । ଦେଶର ବିଭିନ୍ନ ସହରରେ ଚିନି ମୂଲ୍ୟ କିଲୋଗ୍ରାମ ପ୍ରତି ୧୫୦ରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଲିଟର ପିଛା ୧୩୮.୩୦ ଟଙ୍କାରେ ବିକ୍ରି ହେଉଛି ।

ବୁଧବାର ଦିନ ଇମ୍ରାନ ସରକାର ଦେଶବାସୀଙ୍କ ପାଇଁ ସବୁଠୁ ବଡ ସବସିଡି ପ୍ୟାକେଜ ଘୋଷଣା କରିଥିଲେ । ଦରଦାମ୍ କମ୍ ହେବ ବୋଲି ଚିନ୍ତା କରିଥିଲେ ପାକ୍ ଜନତା । ହେଲେ ଫଳ ହେଲା ଓଲଟା । ଲୋକଙ୍କୁ ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ କ’ଣ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ଇମ୍ରାନ ସରକାର ୧୨୦ ଆରବ ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ଘିଅ, ମଇଦା ଏବଂ ଡାଲି ଉପରେ ୩୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି ।

ହେଲେ ତାଙ୍କର ସହୟତା ପ୍ୟାକେଜ୍ କେବଳ ଫାଇଲରେ ସୀମିତ ହୋଇ ରହିଗଲା ପରି ଲାଗୁଛି । ପାକିସ୍ତାନର ବିଭିନ୍ନ ସହରରେ ଚିନି କିଲୋଗ୍ରାମ ପିଛା ୧୫୦ ଥିବାବେଳେ ପେଟ୍ରୋଲ ଲିଟର ପିଛା ପାଖାପାଖି ୧୪୦ଟଙ୍କାରେ ବିକ୍ରି ହେଉଛି। ପେଶୱାରର ହୋଲସେଲ ବଜାରରେ ଚିନି ମୂଲ୍ୟ କିଲୋଗ୍ରାମ ପିଛା ଏକାବେଳେ ୬ ଟଙ୍କା ବୃଦ୍ଧି ପାଇଛି। ହୋଲସେଲ ବଜାରରେ ଚିନି କିଲୋଗ୍ରାମ୍ ପ୍ରତି ୧୪୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା ମୂଲ୍ୟ ୧୪୫ରୁ ୧୫୦କୁ ବୃଦ୍ଧି ପାଇଥିବା କହିଛନ୍ତି ଚିନି ଡିଲର ଆସୋସିଏସନର ସଭାପତି । ସେହିପରି ଗତକାଲି ଲାହୋରର ହୋଲସେଲ ବଜାରରେ ଚିନି ମୂଲ୍ୟ ୧୨୬ ଟଙ୍କା ଥିଲା ।

ଡିଲରମାନେ ଟଙ୍କା ରୋଜଗାର ପାଇଁ ଚିନିର କୃତ୍ରିମ ଅଭାବ ସୃଷ୍ଟି କରିବାରୁ ମୂଲ୍ୟ ବୃଦ୍ଧି ହୋଇଥିବା ଅଭିଯୋଗ ହୋଇଛି । କରାଚିରେ ଏକ୍ସି ମିଲ୍ ଚିନି ମୂଲ୍ୟ ବର୍ତ୍ତମାନ ରେକର୍ଡ ଛୁଇଁବା ସହ କିଲୋଗ୍ରାମ ପିଛା ୧୪୨ଟଙ୍କା ଛୁଇଁଛି । ମାତ୍ର ଗୋଟିଏ ଦିରେ ୧୨ ଟଙ୍କା ବୃଦ୍ଧି ପାଇଛି ଚିନି ଦର । କ୍ୱେଟାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି, ଯେଉଁଠାରେ ଚିନି ମୂଲ୍ୟ ୧୨୪ରୁ ୧୨୯ ଟଙ୍କାକୁ ବୃଦ୍ଧି ପାଇଛି।