• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମହିଳାଙ୍କୁ ଗାଢା ପୋଷାକ ପିନ୍ଧିବା ମନା: ତାଲିବାନ୍‌

  • ମହିଳାମାନେ ବ୍ୟବହାର କରିପାରିବେ ନାହିଁ ପର୍‌ଫ୍ୟୁମ 

କାବୁଲ୍ : ତାଲିବାନୀ ସରକାରରେ ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ଆଣି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ବିଭିନ୍ନ ନିୟମ ପ୍ରଣୟନ କରିଛି । ବର୍ତ୍ତମାନ ମହିଳାଙ୍କୁ ଗାଢ ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିବା ବେଳେ ପର୍‌ଫ୍ୟୁମ ବ୍ୟବହାର ନକରିବାକୁ କୁହାଯାଇଛି । କେବଳ ଏତିକି ନୁହେଁ ବରଂ ମହିଳାଙ୍କ ଚାଲିବା ଶଦ୍ଦ ଦ୍ୱାରା ଯେପରି କୌଣସି ପୁରୁଷଙ୍କ ଦୃଷ୍ଟି ଆକର୍ଷଣ ନ ହେବେ, ସେନେଇ ମହିଳାମାନଙ୍କୁ ଲଙ୍ଗ୍‌ ବୁଟ୍‌ ତଥା ହାଇ ହିଲ୍‌ ପିନ୍ଧିବା ଉପରେ ମଧ୍ୟ ରୋକ୍‌ ଲଗାଯାଇଛି । ତାଲିବାନୀ ନିୟମ ଅନୁସାରେ, ମହିଳାମାନେ ସର୍ବସାଧାରଣରେ କୌଣସି କାର୍ଯ୍ୟ କରିପାରିବେ ନାହିଁ । ତାଲିବାନ୍‌ ମହିଳାଙ୍କ ପିନ୍ଧିବା ଠାରୁ ଆରମ୍ଭ କରି କାର୍ଯ୍ୟକଳାପ ପର୍ଯ୍ୟନ୍ତ ସବୁଥିରେ ଅନେକ ପ୍ରକାରର କଟକଣା ଲାଗାଇଛି ।

ଜାଣନ୍ତୁ ମହିଳାଙ୍କ ପାଇଁ କଣ ରହିଛି କଟକଣା

  • ତାଲିବାନ୍‌ ନିୟମ ଅନୁସାରେ, ମହିଳାମାନେ ସର୍ବସାଧାରଣରେ ଥଟ୍ଟା ମଜା କରିପାରିବେ ନାହିଁ । ମହିଳାମାନେ ଏକାକୀ ଘର ବାହାରକୁ ଯାଇପାରିବେ ନାହିଁ । ସେମାନେ କେବଳ ଜଣେ ପୁରୁଙ୍କ ସହ ହିଁ ଘରୁ ବାହାରକୁ ଯାଇପାରିବେ । ଏହାସହ ସେମାନେ ନିଜକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇ ରଖିବେ ।
  • ପୁରୁଷ ଦୋକାନୀମାନ ଙ୍କଠାରୁ କୌଣସି ସାମଗ୍ରୀ କିଣିପାରିବେ ନାହିଁ । ଚିକିତ୍ସା ପାଇଁ କେବଳ ମହିଳା ଡାକ୍ତରଙ୍କ ପାଖକୁ ହିଁ ଯାଇପାରିବେ ହେଲେ ସେମାନେ ପୁରୁଷ ଡାକ୍ତରଙ୍କ ପାଖକୁ ଯାଇପାରିବେ ନାହିଁ ।
  • ମହିଳାମାନେ କୌଣସି କସ୍‌ମେଟିକ୍‌ ବ୍ୟବହାର କରିପାରିବେ ନାହିଁ । ପୁରୁଷ ମାନଙ୍କ ସହ ହାତ ମିଳାଇବା ତଥା ଜୋରେ ହସିପାରିବେ ନାହିଁ ।
  •  ଟ୍ୟାକ୍ସିରେ ଯାଇପାରିବେ ନାହିଁ ମହିଳା । ଏହା ବ୍ୟତୀତ ମହିଳାମାନଙ୍କ ପାଇଁ ବାଇକ୍, ସାଇକେଲ ଚଲାଇବା ଓ କ୍ରୀଡା ଉପରେ ମଧ୍ୟ ପ୍ରଇବନ୍ଧକ ଲାଗାଯାଇଛି । ଏହାସହ ନଦୀରେ ପୋଷାକ ଧୋଇ ପାରିବେ ନାହିଁ କିମ୍ବା ବାଲକୋନି ଏବଂ ଝରକାରୁ ଦେଖିପାରିବେ ନାହିଁ ।
  • ମହିଳାଙ୍କୁ ଫଟୋ କ୍ଲିକ୍ କରିବା ପାଇଁ ମଧ୍ୟ ମନା କରାଯାଇଛି । ଏମିତିକି କୌଣସି ବିଜ୍ଞାପନରେ ମଧ୍ୟ ମହିଳା ରହିପାରିବେ ନାହିଁ । ମହିଳାମାନେ ପୁରୁଷଙ୍କ ସହ ଗୀତ ଶୁଣିପାରିବେ ନାହିଁ । ଏହାସହ ସର୍ବସାଧାରଣରେ ଟିଭି, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ଦେଖିପାରିବେ ନାହିଁ ।