• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: କାଙ୍ଗାଳ ହୋଇଗଲାଣି ପାକିସ୍ତାନ । ପାକିସ୍ତାନରେ ଧିରେ ଧିରେ ଅର୍ଥ ଅଭାବର ସଙ୍କଟ ଦେଖିବାକୁ ମିଳିଛି । ଦେଶର ଏଭଳି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଚିନ୍ତାରେ ପଡିଛନ୍ତି । ତେବେ ଏହି ପରିସ୍ଥିତିରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପାକିସ୍ତାନ ଏକ ନୂଆ ପନ୍ଥା ଆପଣେଇଛି । ଛୋଟ ଛୁଆଙ୍କ ଚେହେରା ବିଗିଡାଇ ଭିକ ମାଗିବାକୁ ବାଧ୍ୟ କରୁଛି ପାକିସ୍ତାନ ।

ଭାରତର ପଡୋଶୀ ଦେଶ ପାକିସ୍ତାନରେ ପ୍ରତିଦିନ ଏଭଳି କିଛି ଅମାନିସୁକ କାଣ୍ତ ଘଟେ ଯାହା ଦ୍ୱାରା ସମସ୍ତଙ୍କ ରକ୍ତ ଗରମ ହୋଇଯାଏ । ଏହି ଦେଶରେ ପରମ୍ପରା ନାମରେ ମହିଳାଙ୍କ ଠାରୁ ଶିଶୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଯାତନା ଦିଆଯାଉଛି । ବର୍ତ୍ତମାନ ଏହି ଦେଶର ଏକ ପରମ୍ପରା ସୋସିଆଲ ମିଡିଆରେ ସେୟାର କରାଯାଉଛି, ଯାହା ଶୁଣିଲେ ହୃଦୟ କମ୍ପି ଉଠିବ । ଏଠାରେ ପିଲାଙ୍କ ଜନ୍ମ ପରେ ଲୁହାରେ ତିଆରି ମାସ୍କରେ ଜବରଦସ୍ତି ପିନ୍ଧାଇ ଦିଆଯାଉଛି । ଏହା ଦ୍ୱାରା ପିଲାଙ୍କ କପାଳ ବଡ ହେବାକୁ ଦିଆଯାଏ ନାହିଁ । ଯେତେବେଳେ ଶିଶୁର ମୁହଁ ନଷ୍ଟ ହୋଇଯାଏ, ତେବେ ସେମାନଙ୍କୁ ଭିକ ମାଗିବାକୁ ଛାଡି ଦିଆଯାଏ ।

ଏଭଳି ଅମାନୁସିକ କାର୍ଯ୍ୟ ଦ୍ୱାରା ପିଲାଙ୍କ ଚେହେରା ବିଗିଡି ଯାଏ ଓ ଅଜବ ଧରଣର ଦେଖାଯାଏ । ଏହି ପିଲାଙ୍କୁ ପାକିସ୍ତାନରେ ମୂଷା କିମ୍ବା ମୂଷା ଛୁଆ ବୋଲି ଡକାଯାଏ । ପାକିସ୍ତାନରେ କୁହାଯାଏ ଯେ ଏହି ପିଲା ମାନଙ୍କୁ ଟଙ୍କା ଦେବାକୁ ମନା କଲେ ପରିବାର ଉପରେ ଦୁର୍ଭାଗ୍ୟ ମାଡି ଆସେ । ତେଣୁ ଏହି ଭୟରେ ଲୋକେ ଏହି ପିଲାଙ୍କୁ ଟଙ୍କା ଦେଇଦିଅନ୍ତି । ପଇସା ଲୋଭରେ ନିଜ ବାପା ମା ମଧ୍ୟ ନିଜ ପିଲାଙ୍କ ସହ ଏଭଳି ଅତ୍ୟାଚାର କରୁଥିବାର ଦେଖିବାକୁ ମିଳିଛି । ତେବେ ପାକିସ୍ତାନ ନିଜର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଏଭଳି ଅମାନୁସିକ କାଣ୍ତ ଘଟାଉଛି ।

ପାକିସ୍ତାନର ଇଂରାଜୀ ଖବରକାଗଜ 'ଦି ନ୍ୟୁଜ୍ ଇଣ୍ଟରନ୍ୟାସନାଲ' ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରଠାରୁ ହିଁ ଦେଶରେ ଏଭଳି ଆର୍ଥିକ ସଙ୍କଟ ଉପୁଜିଛି । ବର୍ତ୍ତମାନ ଦେଶକୁ ପ୍ରାୟ ୫୧. ୬ ବିଲିୟନ ଡଲାରର ଆର୍ଥିକ ସହାୟତା ଆବଶ୍ୟକ । ଏହି ଅର୍ଥ ଦ୍ୱାରା ପାକିସ୍ତାନ ଆଗାମୀ ୨ ବର୍ଷର (୨୦୨୧-୨୩) ମୌଳିକ ଆବଶ୍ୟକତାକୁ ପୂରଣ କରିପାରିବ ।