• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଜୁଳି ସଙ୍କଟ ପାଇଁ ବର୍ତ୍ତମାନ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡ଼ୁଛି

  • ଅଯଥା ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର ନକରିବା ପାଇଁ ପରାମର୍ଶ

ବେଜିଂ : ଚୀନ୍‌ରେ ଭୟଙ୍କର ବିଜୁଳି ସଙ୍କଟ । ଚୀନ୍‌ର ଉତ୍ତର-ପୂର୍ବ ଅଞ୍ଚଳରେ ଆରମ୍ଭ ହୋଇଥିବା ବିଦ୍ୟୁତ୍ ସଙ୍କଟ ବର୍ତ୍ତମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଡ଼ ବଡ଼ ସହରରେ ବିଜୁଳି ଅପଚୟ ରୋକିବା ପାଓୱାର କଟ୍ କରାଯାଉଛି । ବିଜୁଳି ସଙ୍କଟ ପାଇଁ ବର୍ତ୍ତମାନ କାରଖାନା, ମଲ୍, ଦୋକାନ ବନ୍ଦ କରିବାକୁ ପଡ଼ୁଛି । ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଇଲା ଯୋଗାଣରେ ସମସ୍ୟା ହେତୁ ଚୀନ୍‌ର ଉତ୍ତର-ପୂର୍ବ ଅଞ୍ଚଳରେ କିଛି ଦିନ ହେବ ବିଦ୍ୟୁତ ସଙ୍କଟ ଦେଖାଦେଇଛି ।

ଚୀନରେ ଉତ୍ପାଦନକାରୀଙ୍କ ଚାହିଦା ବୃଦ୍ଧି ମଧ୍ୟରେ କୋଇଲା ଯୋଗାଣ ପ୍ରଭାବିତ ହୋଇଛି । ଫଳରେ କୋଇଲା ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି, ଏପରି ପରିସ୍ଥିତିରେ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି । ଏହି କାରଣରୁ ଆପଲ୍, ଟେସଲା ଭଳି କମ୍ପାନୀର କାରଖାନା ମଧ୍ୟ ବନ୍ଦ ହେବା ଉପରେ ।

ବିଜୁଳି ସଙ୍କଟ ପାଇଁ ଚାଙ୍ଗଚୁନ୍ ଅଞ୍ଚଳରେ ଗତ ସପ୍ତାହରେ ବିଦ୍ୟୁତ୍ ଯୋଗାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା, ଯାହାଫଳରେ ଘର ଏବଂ କାରଖାନାକୁ ସମାନ ଭାବେ ବିଜୁଳି ଯୋଗେଇ ହେବ । ତେବେ ଏଠାରେ ରହୁଥିବା ଲୋକେ ଅନେକ ଅଭିଯୋଗ କରିଛନ୍ତି । ଅଳ୍ପ ସମୟ ବ୍ୟବଧାନରେ ପାୱାର କଟ୍ ହେଉଛି ବୋଲି ସେମାନେ କହିଛନ୍ତି ।

ବିଜୁଳି ସଙ୍କଟ ପାଇଁ ଚୀନତ ଉତ୍ପାଦନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି । କାରଖାନାଗୁଡ଼ିକ ଆବଶ୍ୟକ ବିଦ୍ୟୁତ୍ ପାଇପାରୁ ନାହାଁନ୍ତି । ଚୀନ୍‌ର ସେହି ଅଞ୍ଚଳରେ ଶୀତ ମଧ୍ୟ ଅତ୍ୟନ୍ତ ଭୟଙ୍କର, ଆଉ ଏହା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଶୀତଦିନେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପାଇଁ ଉଦ୍ୟମ କରାଯାଉଛି ।

ତେବେ ବିଜୁଳି ବଞ୍ଚାଇବା ପାଇଁ ଲୋକଙ୍କ ସହଯୋଗ ନିବେଦନ କରିଛନ୍ତି ଚୀନ୍ ସରକାର । ଅଯଥା ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଏପରିକି ଲୋକଙ୍କୁ ପାଣି ମଧ୍ୟ ନକରିବା ପାଇଁ କୁହାଯାଇଛି । ସ୍ଥାନୀୟ ରିପୋର୍ଟରେ ସତ୍ୟତା ଥିଲେ, ଚୀନରେ ଏହି ଶକ୍ତି ସଙ୍କଟ ଆହୁରି ଆଗକୁ ବୃଦ୍ଧି ପାଇପାରେ । କରୋନା କାଳରେ ଅର୍ଥନୀତି ଖସୁଥିବା ବେଳେ ଚୀନରେ ଶକ୍ତି ସଙ୍କଟ ଦେଖାଦେଇଛି ।