• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭଜନକୀର୍ତ୍ତନ କରିବା ସହ ମନ୍ଦିରରେ ନବରାତ୍ରୀ ପାଳନ କଲେ ହିନ୍ଦୁ

କାବୁଲ : ତାଲିବାନ୍ ରାଜ୍‌ରେ ଆଫଗାନିସ୍ତାନରେ ଗୁଞ୍ଜରିତ ହେଲା କୃଷ୍ଣ ଓ ରାମ ଶବ୍ଦ । ବନ୍ଧୁକ ମୁନରେ ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଭୟର ବାତାବରଣ ଲାଗି ରହିଥିଲା । ହେଲେ ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି । ରାଜଧାନୀ କାବୁଲର ଏକ ମନ୍ଦିରରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ହିନ୍ଦୁ (ସଂଖ୍ୟାଲଘୁ ସମ୍ପ୍ରଦାୟର) ଲୋକମାନେ ନବରାତ୍ରୀର ଶୁଭ ଅବସରରେ ଭଜନ କୀର୍ତ୍ତନ କରିବା ସହ ପ୍ରସାଦ ବାଣ୍ଟିଛନ୍ତି ।

ମଙ୍ଗଳବାର ଦିନ ହିନ୍ଦୁମାନେ କାବୁଲର ଆସାମଇ ମନ୍ଦିର (Asamai Mandir) ରେ କୀର୍ତ୍ତନ କରି ଭଗବାନଙ୍କର ପୂଜାର୍ଚ୍ଚନା କରିଛନ୍ତି । ବର୍ତ୍ତମାନ ସମୟରେ ହିନ୍ଦୁମାନେ କୀର୍ତ୍ତନର ଭିଡିଓ ଭାଇରାଲ୍ ହେଉଛି । ଆଉ ଏହା ଆସମଇ ମନ୍ଦିରର ଦୃଶ୍ୟ ବୋଲି କୁହାଯାଉଛି । ଏହି ମନ୍ଦିର କାବୁଲର ଅବସ୍ଥିତ 'କରତେ ପରୱାନ୍' ଗୁରୁଦ୍ୱାର ଠାରୁ ୪-୫ କିଲୋମିଟର ଦୂରରେ ଅବସ୍ଥିତ । ଗତ ସପ୍ତାହରେ ତାଲିବାନ ଲଢ଼ାକୁମାନେ ଏହି ଗୁରୁଦ୍ୱାରେ ଭଙ୍ଗାରୁଜା କରିଥିଲେ ।

କାବୁଲ ସ୍ଥିତ ଆସାମଇ ମନ୍ଦିରର ପରିଚାଳନା କମିଟିର ସଭାପତି ରାମ ଶରଣ ସିଂ କହିଛନ୍ତି, ଭଜନକୀର୍ତ୍ତନ ସହ ମନ୍ଦିରରେ ଭଣ୍ଡାରର ମଧ୍ୟ ଆୟୋଜନ କରିଯାଇଥିଲା । ଆଉ ଏଠାରେ ଅଭାବୀ ଲୋକଙ୍କୁ ଖାଦ୍ୟ ଦିଆଯାଉଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଲୋକ ଏକତ୍ରିତ ହୋଇଥିଲେ, ଯେଉଁଥିରେ ଆଫଗାନିସ୍ତାନରେ ରହୁଥିବା ହିନ୍ଦୁମାନଙ୍କ ସହିତ ଶିଖମାନେ ମଧ୍ୟ ସାମିଲ ହୋଇଥିଲେ ।

ତେବେ ଏହି ହିନ୍ଦୁ ଏବଂ ଶିଖମାନେ ଖୁବ ଶୀଘ୍ର ଆଫଗାନିସ୍ତାନରୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ଆଫଗାନିସ୍ତାନର ଆର୍ଥିକ ସ୍ଥିତି ଆଦୌ ଭଲ ନାହିଁ ଏବଂ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ।