• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଭାରତ ପ୍ରତି ବିପଦ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଗୋଟିଏ ପଟେ ପାକିସ୍ତାନ, ଅନ୍ୟପଟେ ଚୀନ୍ ଆଉ ଏବେ ନେପାଳ । ପୁଣିଥରେ ଭାରତୀୟ ସୀମାକୁ ପଶିଆସିଛି ନେପାଳର ବିମାନ । ତେବେ ଏହି ଘଟଣା ପରେ ଭାରତୀୟ ସେନା ସମେତ ସୁରକ୍ଷା ଏଜେନ୍ସି ଆଲର୍ଟରେ ଅଛନ୍ତି । ନେପାଳ ବିମାନଟି ନିଜ ସୀମାକୁ ଲାଗିଥିବା ବିହାରର ମହାରାଜଗଞ୍ଜ ଜିଲ୍ଲାର ସୋନୌଲି ସହର ଉପରେ ଦୀର୍ଘ ସମୟ ଧରି ଉଡ଼ିଥିଲା, ଆଉ ତା’ପରେ ଫେରି ଯାଇଥିଲା ।

ନେପାଳର ଭୈରହବା ଗୌତମ ବୁଦ୍ଧ ବିମାନବନ୍ଦରରେ ଅବତରଣ କରିବା ସମୟରେ, ସେଠାରୁ ଏକ ବିମାନ ଭାରତୀୟ ସୀମା ଭିତରକୁ ପ୍ରାୟ ୪୦୦ ମିଟର ପଶିଆସିଥିଲା । ଏହି ଘଟଣା ଶୁକ୍ରବାର ଅପରାହ୍ନ ୧ ଟାର ବୋଲି କୁହାଯାଉଛି । ଦୀର୍ଘ ସମୟ ଧରି ଭାରତୀୟ ସୀମାରେ ବୁଲିବା ପରେ ବିମାନଟି ନେପାଳକୁ ଫେରି ଯାଇଥିଲା ।

ତେବେ ଏହି ଘଟଣା ପରେ ଭୈରହବା ଷ୍ଟେସନ ଅଧୀକ୍ଷକ ଦର୍ଶନ ଧିମରେ ସ୍ପଷ୍ଟୀକରଣ ରଖିଛନ୍ତି । ଖରାପ ପାଗ ଏବଂ ଅବତରଣ ସିଗନାଲ ଉପଲବ୍ଧ ନହେବା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଉତ୍ତର ଦିଗରେ ଯେତେବେଳେ ପାଗ ଖରାପ ହୁଏ, ବିମାନ ଅବତରଣ ପାଇଁ ଦକ୍ଷିଣରୁ ଆସିବାକୁ ପଡିବ । ଆଉ ଏଥିପାଇଁ ବିମାନର ନିରାପଦ ଅବତରଣ ପାଇଁ ଜଣେ ଭାରତୀୟ ସୀମାକୁ ଯିବାକୁ ପଡିଲା ବୋଲି ସେ କହିଛନ୍ତି ।

ଅନ୍ୟପଟେ ନେପାଳ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି , ସୁରକ୍ଷିତ ଅବତରଣ ପାଇଁ ବିମାନକୁ ପ୍ରାୟ ୪ କିଲୋମିଟର ବ୍ୟାସାର୍ଦ୍ଧର ଆବଶ୍ୟକତା ପଡ଼େ । ଆଉ ଦକ୍ଷିଣ ଦିଗରେ ମାତ୍ର ତିନି କିମି ଦୂରରେ ପଡ଼େ ଭାରତର ସୀମା । ପାଗ ଖରାପ ହେତୁ ବାଧ୍ୟତାମୂଳକ ଭାବେ ବିମାନକୁ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ପଡ଼ିଥିଲା । ଆଉ ଏଥିପାଇଁ ପାଇଲଟ୍ ବାରାଣାସୀ ବିମାନବନ୍ଦରର ଗୋରଖପୁରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଅନୁମତି ନେଇ ଭାରତୀୟ ଅଞ୍ଚଳରେ ଉଡ଼ାଣ ଭରନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ନେପାଳର ଏକ ବିମାନ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଛି ।