• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଭାରତରେ ୧୫ ହଜାରରୁ ଅଧିକ ରୋହିଙ୍ଗ୍ୟା

  • ଭାରତୀୟ ସୀମାରେ ଉତ୍ତେଜନା

ନୂଆଦିଲ୍ଲୀ: ମିଳିତ ଜାତିସଂଘ (UN)ର ସଭାପତି ଆଣ୍ଟୋନିଓ ଗୁଟେରସ୍ ଏକ ସାଧାରଣ ବୈଠକରେ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବାନୁଯାୟୀ ମିଆଁମାର ସେନାର ଏକଛତ୍ରବାଦୀ ଶାସନ ଯୋଗୁଁ ଲୋକମାନେ ଅତିଷ୍ଠ ହୋଇପଡ଼ୁଛନ୍ତି । ଆଉ ସେହି ସେନା ଭୟରେ ୧୫ ହଜାରରୁ ଅଧିକ ରୋହିଙ୍ଗ୍ୟା ଭାରତ ଭିତରେ ପ୍ରବେଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ମିଆଁମାର, ଥାଇଲ୍ୟାଣ୍ଡ, ଚୀନ୍ ଏବଂ ଭାରତର ସୀମାନ୍ତ ଅଞ୍ଚଳରେ ସାମରିକ ସଂଘର୍ଷ ବୃଦ୍ଧି ହେବାରେ ଲାଗିଛି । ସୀମାନ୍ତ ଅଞ୍ଚଳରେ ଜାତିଗତ ବିବାଦ ଆରମ୍ଭ ହୋଇଯାଇଛି, ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ଗୁଟେରସ୍ ମିଳିତ ଜାତିସଂଘରେ ମିଆଁମାରର ରୋହିଙ୍ଗ୍ୟା ମୁସଲମାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ଫେବୃଆରୀ ୧ରୁ ମିଆଁମାରରେ ସାମରିକ ବିବାଦ ଆରମ୍ଭ ହୋଇଛି । ଏନେଇ ମିଆଁମାରରେ ୩୬ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଛି । ଏଥିସହିତ ୧୫ ଅଗଷ୍ଟ ୨୦୨୦ରୁ ୧୪ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକ ଭାରତୀୟ ସୀମାରେ ପ୍ରବେଶ କରିଥିବା ବେଳେ ସାତ ହଜାର ଲୋକ ଥାଇଲ୍ୟାଣ୍ଡରେ ପ୍ରବେଶ କରିଛନ୍ତି ।

ଆଶ୍ଚର୍ଯ୍ୟଜନକ ବିଷୟ ଯେ, ମିଆଁମାର ଭାରତ ସହିତ ପ୍ରାୟ ୧୬୦୦ କିଲୋମିଟର ସୀମା ବାଣ୍ଟିଛି, ଯେଉଁଠାରେ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ନାହିଁ । ପୂର୍ବରେ ପଶ୍ଚିମବଙ୍ଗ ସୀମା ସହ ମିଆଁମାର ସଂଯୁକ୍ତ ଥିବା ବେଳେ ଉତ୍ତରପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର ଏବଂ ମିଜୋରାମ ସହ ମଧ୍ୟ ମିଆଁମାର ସୀମା ଲାଗି ରହିଛି ।

ଗୁଟେରସ୍‌ଙ୍କ ଅନୁଯାୟୀ, ମିଆଁମାରରେ ସେନାକୁ କ୍ଷମତା ମିଳିବା ପରେ ଆଂଗ୍ ସାନ୍ ସମେତ ଅନ୍ୟ ନେତାଙ୍କୁ ଗିରଫ କରାଯାଇଛି । ୨୦୧୫ ର ଚୁକ୍ତି ଯୋଗୁଁ ମିଆଁମାରରେ ଉତ୍ତେଜନା ବଢିବାରେ ଲାଗିଛି । ନିକଟରେ ସେନାର ଏକଛତ୍ରବାଦୀ ଶାସନ ବିରୋଧରେ ଦେଶର ଜାତୀୟ ଏକତା ସରକାର (NUG) ପକ୍ଷରୁ ଦେଶବ୍ୟାପୀ ବିଦ୍ରୋହ ଘୋଷଣା କରାଯାଇଛି । NUG ର ଏହି ନିଷ୍ପତ୍ତି ପରେ ମିଆଁମାରର ଅବସ୍ଥା ପୁଣି ଖରାପ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।