• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଣ୍ଡନ୍ : ହାତକୁ ଦି ହାତ ହେଲେ ପାକିସ୍ତାନର ସର୍ବକନିଷ୍ଠା ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇ (Malala Yousafzai) । ମାତ୍ର ୨୪ ବର୍ଷ ବୟସରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏନେଇ ସେ ନିଜେ ଟୁଇଟ୍ କରିଛନ୍ତି ଏବଂ କିଛି ଫଟୋ ବି ନିଜ ଟୁଇଟ୍ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି । ଆଜି ମୋ ଜୀବନର ଏକ ମୂଲ୍ୟବାନ ଦିନ ବୋଲି ଟୁଇଟ୍ କରି ସେ ଲେଖିଛନ୍ତି ।

ଅସର୍ ଏବଂ ମୁଁ ଜୀବନର ସହଭାଗୀ ହେବାକୁ ପ୍ରତିଶ୍ରୁତିବଦ୍ଧ । ବର୍ମିଂହାମରେ ପରିବାର ସହିତ ମିଶି ଏକ ଛୋଟ ଧରଣର ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ଆମକୁ ଆଶୀର୍ବାଦ କରନ୍ତୁ । ଆଗକୁ ଏକାଠି ଯାତ୍ରା କରିବା ପାଇଁ ଅସର୍ ଏବଂ ମୁଁ ବେଶ୍ ଉତ୍କଣ୍ଠିତ । ତେବେ ସ୍ୱାମୀ ଅସରଙ୍କ ସମ୍ପର୍କରେ ଅଧିକ କିଛି ସୂଚନା ଦେଇ ନାହାଁନ୍ତି ମଲାଲା ।

୨୪ ବର୍ଷିୟା ମଲାଲା ନାରୀ ଶିକ୍ଷା ଏବଂ ପାକିସ୍ତାନୀ କାର୍ଯ୍ୟକର୍ତ୍ତା ତଥା ଇତିହାସର ସର୍ବକନିଷ୍ଠ ନୋବେଲ୍ ପୁରସ୍କାର ବିଜେତା ହୋଇଥିଲେ । ୧୬ ବର୍ଷ ବୟସରେ ଜାତିସଂଘ ମୁଖ୍ୟାଳୟରେ ଶିକ୍ଷା କ୍ଷେତ୍ରରେ ଲିଙ୍ଗଗତ ସମାନତାର ଆବଶ୍ୟକତା ଉପରେ ଭାଷଣ ଦେଇଥିଲେ ମଲାଲା । ତାସହ ତାଙ୍କୁ ହୋଇଥିବା ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଘଟଣା ବିଷରେ ଆଇ ଏମ୍ ମଲାଲା ନାମକ ଏକ ପୁସ୍ତକ ପ୍ରକାଶନ କରିଥିଲେ ।

ସୂଚନାଯୋଗ୍ୟ ଅକ୍ଟୋବର ୨୦୧୨ରେ ମଲାଲା ନିଜ ସାଙ୍ଗମାନଙ୍କ ସହ ସ୍କୁଲ ଯାଉଥିଲେ । ଆଉ ସେହି ସମୟରରେ ତାଲିବାନମାନେ ତାଙ୍କ ବସ୍‌କୁ ଅଟକାଇଥିଲେ । ଜଣେ ବନ୍ଧୁକଧାରୀ ଆତଙ୍କୀ ନାମ ପଚାରିବା ପରେ ମଲାଲାଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲା । ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା । ଗୁଳି ମୁଣ୍ଡରେ ବାଜିଥିବାରୁ ତାଙ୍କୁ ବ୍ରିଟେନର ବର୍ହିଂହାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ବର୍ଷ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ।୨୦୧୪ରେ ସେ ବର୍ହିଂହାମରେ ନିଜ ପରିବାର ଲୋକଙ୍କ ସହ ନୂଆ ଘରରେ ରହିବା ଆରମ୍ଭ କରିଥିଲେ ।

ଆଉ ସେହି ଘଟଣା ପରଠାରୁ ବିଶ୍ୱରେ ସେ ପରିଚିତ ହୋଇଗଲେ । ସେବେଠାରୁ ମଲାଲା ମାନବିକ ଅଧିକାରର ଏକ ବିଶ୍ୱସ୍ତରୀୟ ପ୍ରତୀକ ପାଲଟିଛନ୍ତି । ବିଶେଷ କରି ବାଳିକା ଶିକ୍ଷା ପାଇଁ ଏକ ସତ୍ତାର ପ୍ରଚାରକ ଭାବରେ ଉଭା ହୋଇଛନ୍ତି ।