• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଫାଟିଲା ଜ୍ୱାଲାମୁଖୀ 

  • ସୁରକ୍ଷିତଭାବେ ସ୍ଥାନାନ୍ତରିତ ହେଲେ ୧୦ ହଜାର ଲୋକ

ସ୍ପେନରେ ଫାଟିଲା ଜ୍ୱାଳାମୁଖୀ । ସ୍ପେନ୍‌ର ଲା ପାଲମାର କେନେରୀ ଦ୍ୱୀପରେ ଘଟିଛି ଏପରି ଭୟାନକ୍ ଘଟଣା । ଜ୍ୱାଳାମୁଖୀ ଫାଟିବା ପରେ ବର୍ତ୍ତମାନ ପ୍ରାୟ ୫ ରୁ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନ୍ତାନ୍ତରଣ କରାଯାଇଛି ବୋଲି ଆଞ୍ଚଳିକ ଅଧିକାରୀମାନେ ସୂଚନା ଦେଇଛନ୍ତି । ରିକ୍ଟର ସ୍କେଲରେ ୪.ର ଭୂକମ୍ପ ହୋଇଥିବା ପରେ ହିଁ ଜ୍ୱାଲାମୁଖି ଫାଟିଥିବା ଜଣାପଡିଛି । ଜ୍ୱାଲାମୁଖୀରୁ ଏବେ ଲାଭା, ଧୂଆ ଓ ପାଉଁଶ ବାହାରୁଥିବା ଦେଖିବାକୁ ମିଳଛି ।

ବର୍ତ୍ତମାନ ସୁଦ୍ଧା ଅଞ୍ଚଳବାସୀଙ୍କର କୌଣସି କ୍ଷତି ନ ହୋଇଥିଲେ ମଧ୍ୟ ଧନସମ୍ପତ୍ତିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଗତକାଲି ସନ୍ଧ୍ୟାରେ ଜରୁରୀକାଳୀନ ସ୍ଥିତିରେ ଏଲ ପାସୋ, ତାଜାକୋର୍ଟ ଏବଂ ଲାସ ଲ୍ଲାନୋସ ଡିଆରିଆଡେନ ଅଞ୍ଚଳରୁ ପ୍ରାୟ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ପ୍ରାୟ ୪୦ ଜଣ ଲୋକ ଏବଂ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା ।

 

ବିସ୍ପୋରଣ କାରଣରୁ ଆଜି ସେହି ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି । ଲାଭା ଉଦଗିରଣ ହେଉଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ଏବଂ ନିକଟସ୍ଥ ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି । ବର୍ତ୍ତମାନ ସମୟରେ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଫଳ ଏବଂ ପନିପରିବା ଧୋଇକି ବ୍ୟବହାର କରିବା ସହ ଲୋକଙ୍କୁ ନିଜ ଘରର କବାଟ ଓ ଝରକା ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସହାୟତା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହାନୀ ପହଞ୍ଚି ଥିବାବେଳେ ସ୍ପେନର ମିଲିଟାରୀ ଜରୁରୀକାଳୀନ ୟୁନିଟ୍ (UME)ର ସହାୟତା ମାଗିଛନ୍ତି ସ୍ଥାନୀୟ ପ୍ରଶାସନ । ସ୍ପେନର ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତକୁ ବାତିଲ କରି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘର ସାଧାରଣ ସଭାରେ ଯୋଗଦେବାକୁ ଆମେରିକା ଗସ୍ତରେ ଯିବାର ଯୋଜନା ଥିଲା । ୭ ହଜାର ବର୍ଗ କିଲୋମିଟରରୁ ଅଧିକ କ୍ଷେତ୍ର ଥିବା ଏହି ଦ୍ୱୀପରେ ପ୍ରାୟ ୮୫ ହଜାର ଲୋକ ବାସ କରନ୍ତି ।