• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଋଷିଆ ମନ୍ତବ୍ୟକୁ ନେଇ ଚାଲିଛି ଚର୍ଚ୍ଚା

  • ବିବାଦୀୟ ମନ୍ତବ୍ୟ ପାଇଁ ବଢିପାରେ ଅଡ଼ୁଆ

ମସ୍କୋ: ଜଟିଳ ହେବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି। ସ୍ଥିତି ଏମିତି ହେଲାଣି ଦେଶରୁ ଲକ୍ଷାଧିକ ଲୋକ ଅନ୍ୟ ଦେଶକୁ ପଳାଉଛନ୍ତି। ଜୀବନ ବଂଚାଇବା ଲାଗି ସେଠି ଚାଲିଛି ସଂଘର୍ଷ। ଆଉ ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛି ଋଷିଆ। ତାଲିବାନୀଙ୍କ ସପକ୍ଷରେ ମତ ପ୍ରକାଶ କରିଛି ଋଷିଆ। ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ କହିଛନ୍ତି ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ। ଆଫଗାନିସ୍ତାନକୁ ନିଜ କବଜାକୁ ନେବାର ୨୪ ଘଂଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଏବେ ଅଧିକ ସୁରକ୍ଷିତ ରହିବ। ତେବେ ଋଷିଆର ଏପରି ମନ୍ତବ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। କାରଣ ଗୋଟିଏ ପଟେ ତାଲିବାନ୍‌ର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଲକ୍ଷାଧିକ ଆଫଗାନୀ ଦେଶ ଛାଡ଼ୁଥିବା ବେଳେ ଋଷିଆ କହିଛି ତାଲିବାନୀଙ୍କ ହାତରେ ସୁରକ୍ଷିତ କାବୁଲ।

ସେପଟେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶକୁ ସମ୍ବୋଧିତ କରିଛନ୍ତି। ସେ ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ଅସରଫ ଗନିଙ୍କୁ ଇଶାରା କରି ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି। ଯେତେବେଳେ ଲୋକଙ୍କ ପାଖରେ ତାଙ୍କର ଉପସ୍ଥିତି ସବୁଠାରୁ ବେଶି ଜରୁରୀ ଥିଲା ସେତେବେଳେ ସେ ତାଙ୍କ ସାଥ୍‌ ଦେଲେ ନାହିଁ। ଆଫଗାନସ୍ଥାନରେ ଆମେରିକାର ଯୁଦ୍ଧ ଶେଷ ହୋଇଛି ଏବଂ ସୈନ୍ୟ ପ୍ରତ୍ୟାହାର ହୋଇଛନ୍ତି ବୋଲି ବାଇଡ଼େନ କହିଛନ୍ତି।

ସେପଟେ, ୨୦ ବର୍ଷ ପରେ ତାଲିବାନକୁ ପୁଣି କବଜାକୁ ନେଲା ତାଲିବାନୀ ସଂଗଠନ । ରବିବାର ଦିନ ରାଜଧାନୀ କାବୁଲକୁ ଅକ୍ତିଆର କରିଥିଲା କରିବା ପରେ ତା’ ପରଦିନ ତାଲିବାନୀ ମାନେ ଏକ ମନୋରଞ୍ଜନ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଥିଛି । ଆମ୍ୟୁଜମେଣ୍ଟ୍ ପାର୍କରେ ଛୁଆଙ୍କ ପରି ମଜାମସ୍ତି କରିବାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ତାଲିବାନବାସୀ ହାତରେ ବନ୍ଧୁକ ଧରି ଏକ ବୈଦ୍ୟୁତିକ କାର ଚଳାଉଥିବା ଦେଖାଯାଇଛି । ଅନ୍ୟ ଏକ ଭିଡିଓରେ କିଛି ତାଲିବାନୀ ଘୋଡା ଚଢ଼ୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଭାରି ଖୁସି ଅଛନ୍ତି ତାଲିବାନୀ । ଗୋଟିଏ ପଟେ ସାଧାରଣ ଲୋକେ ଭୟଭୀତ ହୋଇ ଦେଶ ଛାଡ଼ୁଥିବା ବେଳେ ତାଲିବାନୀ ଆତଙ୍କବାଦୀ ମଜା କରୁଛନ୍ତି ।