• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନର ଅସରଫ ଘାନି ସରକାରଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । ତାଲିବାନ ଯୁଦ୍ଧବିମାନ କାବୁଲ ନିକଟରେ ପହଞ୍ଚିଯାଇଛି ଓ ରାଜଧାନୀ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ହୋଇଛି । ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ତାଲିବାନ ବିଦ୍ୟୁତ ଯୋଗାଣ କାଟି ଦେଇଥିବା ସୂଚନା ମିଳିଛି । ତାଲିବାନ ସହ ବିବାଦ ଏହାର ମୋଡ଼ରେ ପହଞ୍ଚିଛି । ଅନ୍ୟପକ୍ଷରେ ବର୍ତ୍ତମାନ କାବୁଲ ସମ୍ପୂର୍ଣ୍ଣ ଅନ୍ଧକାରରେ ଆଚ୍ଛନ୍ନ ହୋଇଥିବା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ।

ବର୍ତ୍ତମାନ ଉଗ୍ରବାଦୀମାନେ ଜାଲାଲାବାଦକୁ ଅକ୍ତିଆର କରିସାରିଛନ୍ତି ଏବଂ କାବୁଲ ଦେଶର ପୂର୍ବ ଭାଗରୁ କଟିଯାଇଛି । ତାଲିବାନ ପକ୍ଷରୁ ରବିବାର ସକାଳେ କିଛି ଫଟୋ ଅନଲାଇନରେ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ତାଲିବାନୀ ସଂଗଠନର ଲୋକେ ଜାଲାଲାବାଦରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସାଂସଦ ଅବରୁଲ୍ଲା ମୁରାଦ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି, ଉଗ୍ରବାଦୀମାନେ ଜାଲାଲାବାଦକୁ କାବୁ କରି ନେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି । ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି । ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି ରାଜଧାନୀକୁ ଯୋଡ଼ୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର୍ ହାଇେଓ୍ୱ ବି ତାଲିବାନ ହାତକୁ ଯାଇସାରିଛି ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ତାଲିବାନର ଦଖଲ ବଢ଼ିବା ସଙ୍ଗେ ସଙ୍ଗେ ଯୁବତୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢ଼ିବାରେ ଲାଗିଛି । ତାଲିବାନ ଯୁବତୀ ଓ ମହିଳାଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରୁଛନ୍ତି ଆତଙ୍କବାନୀ । ତାଲିବାନ ଆତଙ୍କବାଦୀ ମାନେ ଏକ ନୂତନ ଅଞ୍ଚଳ କିମ୍ବା ସହରକୁ ଦଖଲ କରିବା ମାତ୍ରେ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ପତ୍ନୀ ଏବଂ ବିଧବାମାନଙ୍କୁ ପ୍ରଥମେ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ତାଲିବାନୀ ଆତଙ୍କବାନୀଙ୍କ ଭୟରେ ନିଜ ଘରର ମହିଳା ଓ ଝିଙ୍କୁ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି ପରିବାର ଲୋକ । ଯେଉଁଠାରେ ସେମାନେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇପାରିବେ । ଆଫଗାନିସ୍ତାନର ତଖାର ଏବଂ ବାଦାଖଶାନ ଅଞ୍ଚଳରେ ମହିଳାଙ୍କୁ ବାଧ୍ୟତାମୂଳକ ବିବାହ କରିବା ମାମଲା ସାମ୍ନାକୁ ଆସିଛି ।