• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁଣି ଭାରତ ବିରୋଧରେ ବିଷ ଓଗାଳିଲା ପାକିସ୍ତାନ୍

  • କିଏ ଆକ୍ରମଣର ଶିକାର ହେଉଛି ଆଉ କିଏ ଦୋଷ ଦେଉଛି ?

ଇସଲାମାବାଦ : ଆତଙ୍କୀ ଦେଶର କୁମ୍ଭୀର କାନ୍ଦଣା । ଇମ୍ରାନ ଖାନ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଭାରତରେ ବାରମ୍ବାର ଆତଙ୍କୀ ଆକ୍ରମଣ ଘଟାଉଥିବା ପଡ଼ୋଶୀ ଦେଶ ଓଲଟା କଥା କହୁଛି । ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନଏ ପକ୍ଷରୁ ହୋଇଥିବା ଏକ ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି, ଆଫଗାନିସ୍ତାନର ପୂର୍ବ ସରକାର ସହିତ ମିଶି ଅତୀତରେ ପାକିସ୍ତାନ ଉପରେ ଆତଙ୍କୀ ଆକ୍ରମଣ ଘଟାଇଛି ଭାରତ । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କନ୍ ପୂର୍ବରୁ ଆଫଗାନିସ୍ତାନରେ ପାକିସ୍ତାନର ଭୂମିକା ଉପରେ ବୟାନ୍ ଦେଇଥିଲେ, ଯାହା ଇମ୍ରାନଙ୍କ ମର୍ମକୁ ଭେଦିଯାଇଛି ।

ଭାରତ ପ୍ରତି ପାକିସ୍ତାନର ଆତଙ୍କୀ ଚିନ୍ତାଧାରା ପରି ଆଫଗାନିସ୍ତାରେ ମଧ୍ୟ ଇମ୍ରାନ୍ ସରକାରଙ୍କ ସକ୍ରିୟ ଭୂମିକା ରହିଛି ବୋଲି କହିଥିଲେ ଆମେରିକାର ବୈଦେଶିକ ସଚିବ । ତେବେ ତାଙ୍କର ଏହି ବୟାନ ଶୁଣିବା ପରେ ଇମ୍ରାନ ରାଗରେ ରକ୍ତଚାଉଳ ଚୋବାଉଛନ୍ତି । ଆଫଗାନିସ୍ତାନର ପୂର୍ବ ସରକାର ସହ ମିଶି ଭାରତ ପାକିସ୍ତାନରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇଥିବା ପରି ଅଭିଯୋଗ ଆଣିଛନ୍ତି ।

ଜଣେ ବନ୍ଧୁ ହିସାବରେ ପାକିସ୍ତାନ୍ ୟୁଏସ୍ ଯୁଦ୍ଧରେ ଆମେରିକାକୁ ସମର୍ଥନ କରିଥିଲା ବୋଲି କହିଛନ୍ତି ଇମ୍ରାନ । କିନ୍ତୁ ଆମେରିକା ବନ୍ଧୁତ୍ୱର ମାନ ରଖିଲାନି । ଆଫଗାନିସ୍ତାନରୁ ପାକିସ୍ତାନର ମିତ୍ର ସରକାରକୁ ହଟାଇ ଭାରତ ସମର୍ଥିତ ସରକାରଙ୍କୁ ଗାଦିରେ ବସାଇବାରେ ସାହାଯ୍ୟ କରିଥିଲା ଆମେରିକା । ଏହାସହ ଇମ୍ରାନ୍ କହିଛନ୍ତି, ପୂର୍ବ ଆଫଗାନିସ୍ତାନ ସରକାର ସହ ମିଶି ଭାରତ ପାକିସ୍ତାନରେ ଅନେକ ଆତଙ୍କବାଦୀ ଆକ୍ରମଣ କରାଇଛି । ସେମାନେ ପାକିସ୍ତାନୀ ତାଲିବାନ ଓ ବଲୁଚ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି, ଯେଉଁମାନେ ବର୍ତ୍ତମାନ ପାକିସ୍ତାନରେ ଆତଙ୍କବାଦର ମୁଖ୍ୟ କାରଣ ପାଲଟିଛନ୍ତି।

ପାକିସ୍ତାନ ଏକ ଛୋଟ ଦେଶ । ପୂର୍ବରୁ ଦେଶ ତିନୋଟି ଯୁଦ୍ଧ ଲଢିସାରିଛି ଏବଂ ଆଫଗାନିସ୍ତାନ ସହ ସଂଲଗ୍ନ ପାକିସ୍ତାନର ୨୬୦୦ କିଲୋମିଟର ଲମ୍ବା ସୀମା ରହିଛି । ତେବେ ସେଠାରେ ଭାରତ ସମର୍ଥିତ ସରକାର ଗାଦିରେ ବସିଲେ ପାକିସ୍ତାନ ପାଇଁ ବିପଦପୂର୍ଣ୍ଣ ହେବ । ଫଳରେ ଆମକୁ ଉଭୟ ପକ୍ଷରୁ ବିପଦକୁ ସାମ୍ନା କରିବାକୁ ପଡିବ।

ସେହିପରି ଆମେରିକାର ରାଷ୍ଟ୍ରପତି ଇମ୍ରାନଙ୍କ ସହ ସିଧାସଳଖ କଥାବାର୍ତ୍ତା କରନ୍ତି ନାହିଁ ବୋଲି ପ୍ରଶ୍ନ କରିଥିଲେ ଆମେରିକୀୟ ସାମ୍ବାଦିକ । ତେବେ ସାମ୍ବାଦିକଙ୍କ ଏହି ପ୍ରଶ୍ନରେ ଇମ୍ରାନ ଚିଡ଼ିଯିବା ସହ କହିଥିଲେ ଆମେରିକା ଏବଂ ପାକିସ୍ଥାନ ମଧ୍ୟରେ ସମ୍ପର୍କ କେବଳ ଏକ ଫୋନ୍ କଲ ଉପରେ ନିର୍ଭର କରେ ନାହିଁ । ଉଭୟ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କ ଗଢିବାର ଆବଶ୍ୟକତା ରହିଛି ।

ଆମେରିକା ନିଜକୁ ସୁରକ୍ଷିତ ରଖିବା ପାଇଁ ପାକିସ୍ତାନକୁ ଚୀନ୍ ଆଡକୁ ଠେଲି ଦେଉଛି କି ବୋଲି ପ୍ରଶ୍ନ କରାଯାଇଥିଲା ? ଏହା ଉତ୍ତରରେ ଇମ୍ରାନ କହିଛନ୍ତି, ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ୭୦ ବର୍ଷର ଦୃଢ ବନ୍ଧୁତା ରହିଆସିଛି । ବର୍ତ୍ତମାନ ମଧ୍ୟ ଏହି ସମ୍ପର୍କ ପୂର୍ବ ଭଳି ଗଭୀର ରହିଛି । ୧୯୭୦ରେ ଆମେରିକା ପାଇଁ ହିଁ ଚୀନ ସହ ବନ୍ଧୁତା କରିଥିଲା ପାକିସ୍ତାନ । ଏବେ ଆମେରିକା ଯେତେ ଚେଷ୍ଟା କଲେ ବି ଚୀନ ଏବଂ ପାକିସ୍ତାନ୍ ସମ୍ପର୍କରେ ଭଟ୍ଟା ପଡ଼ିବ ନାହିଁ । ଅନ୍ୟପଟେ ବର୍ତ୍ତମାନ ପାକିସ୍ତାନ, ଆମେରିକା ଏବଂ ଭାରତ ସହିତ ସାଧାରଣ ସମ୍ପର୍କ ଚାହୁଁଛି ବୋଲି କହିଛନ୍ତି ଇମ୍ରାନ୍ ।