• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୧୧ ବର୍ଷ ପରେ ହାଇତିରେ ପୁଣି ପ୍ରକୃତିର ତାଣ୍ଡବ ।

  • ଭୂ-କମ୍ପରେ ଛାରଖାର ହୋଇଯାଇଛି ଘରଦ୍ୱାର ।

  • ଧ୍ୱଂସସ୍ତୁପରେ ପରିଣତ ହୋଇଛି ଅନେକ ଅଟ୍ଟାଳିକା ।

ନୂଆଦିଲ୍ଲୀ: ୧୧ ବର୍ଷ ପରେ ହାଇତିରେ ପୁଣି ପ୍ରକୃତିର ତାଣ୍ଡବ । ଭୂ-କମ୍ପରେ ଛାରଖାର ହୋଇଯାଇଛି ଘରଦ୍ୱାର । ଧ୍ୱଂସସ୍ତୁପରେ ପରିଣତ ହୋଇଛି ଅନେକ ଅଟ୍ଟାଳିକା । ଅନେକ ସ୍ଥାନରେ ଗୋଟିଏ ଗୋଟିଏ ଗାଁ ପୁରା ନିଶ୍ଚିନ୍ନ ହୋଇଯାଇଥିବାର ଚିତ୍ର ସବୁ ସାମ୍ନାକୁ ଆସୁଛି ।

ହଜାର ହଜାର ଘର ନଷ୍ଟ ହୋଇଯିବା ପରେ ବେସାହାରା ହୋଇପଡିଛନ୍ତି ଅନେକ ଲୋକ । ଭୀଷଣ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ହଜାର ହଜାର ଲୋକ ଖୋଲା ଆକାଶ ତଳେ ପଡିରହିଛନ୍ତି । ଧ୍ୱଂସସ୍ତୁପ ତଳୁ ନିଜର ପ୍ରିୟ ପରିଜନକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ପରିବାର ଲୋକ । ହାଇତିର ଉଦ୍ଧାରକାରୀ ଟିମ୍ ବିଭିନ୍ନ ସ୍ଥାନରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି । ଆମେରିକା, ଚିଲି, ମେକ୍ସିକୋ ଓ କ୍ୟୁବାର ଉଦ୍ଧାରକାରୀ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ଦିନ ଗଡିବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ମିଳିଥିବା ଖବର ଅନୁସାରେ ୧୪ ଅଗଷ୍ଟ ସମୟ ସକାଳ ୮ଟା ୨୯ରେ ଘଟିଥିବା ଏହି ଅଘଟଣରେ ୭ହଜାର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୫ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୩୭ ହଜାର ପରିବାର ବେସାହାରା ହୋଇପଡିଛନ୍ତି ।

ତେବେ ଭୂମିକମ୍ପର ପ୍ରକୋପରୁ ବାଦ ପଡିନି ହସ୍ପିଟାଲ, ସ୍କୁଲ ଓ ସରକାରୀ, ବେସରକାରୀ ଅଫିସ । ପ୍ରାକୃତିକ ବିପର୍ଯ୍ୟୟ ପରେ ମେଡିକାଲରେ ରୋଗୀ ସଂଖ୍ୟା ବଢିବା ସ୍ୱାଭାବିକ ହୋଇଥିବା ବେଳେ ହସ୍ପିଟାଲ ଭାଙ୍ଗିରୁଜି ଯାଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଛି । ଖୋଲା ଆକାଶ ତଳେ ଚାଲିଛି ରୋଗୀଙ୍କ ଚିକିତ୍ସା ।