• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚୀନ ତିଆରି କରୁଛି ୧୦୦ରୁ ଅଧିକ ପରମାଣୁ ମିସାଇଲ୍ ସାଇଲୋ  

  • ଆଣବିକ କ୍ଷମତା ବିସ୍ତାର କରୁଛି ଡ୍ରାଗନ୍

  • ସାଟେଲାଇଟ୍ ଚିତ୍ରରେ ଷଡ଼ଯନ୍ତ୍ରର ଖୁଲାସା

ଭୂମି ତଳେ ଷଡ଼ଯନ୍ତ୍ର ରଚୁଛି ଭୂମାଫିଆ ଚୀନ୍ । ସବୁ ଦେଶ ଉପରେ ପ୍ରଭୁତ୍ୱ ଜାହିର କରିବାକୁ ପରମାଣୁ ଅସ୍ତ୍ରଶସ୍ତ୍ର କ୍ଷମତା ବଢ଼ାଇବାରେ ଲାଗିଛି । ଚୀନ୍ ନିଜର ଉତ୍ତର-ପଶ୍ଚିମ ଅଞ୍ଚଳର ମରୁଭୂମିରେ ୧୧୯ଟି ନୂତନ ମିସାଇଲ୍ ସାଇଲୋ ନିର୍ମାଣ କରୁଛି । ସାଟେଲାଇଟ୍ ଚିତ୍ରରୁ ଚୀନ୍‌ର ଏହି ପଡ଼ଯନ୍ତ୍ରରୁ ପରଦା ଉଠିଛି । ସାଟେଲାଇଟ୍ ପ୍ରତିଛବିରେ ଚୀନ୍ ତିଆରି କରିଥିବା ଅନେକ ସାଇଲୋ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ସାଇଲୋ ଏକ ଲମ୍ବା, ଗଭୀର ଗର୍ତ୍ତ. ଯେଉଁଥିଲେପରମାଣୁ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ରଖାଯାଏ । ଆବଶ୍ୟକ ସ୍ଥଳେ ସାଇଲୋର ଢ଼ାଙ୍କୁଣୀ ଖୋଲି ଏଠାରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଏ । ଏହାକୁ ଚୀନ୍‌ର ଆଣବିକ ଅସ୍ତ୍ର କାର୍ଯ୍ୟକ୍ରମର ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି ।

ବାଣିଜ୍ୟିକ ଉପଗ୍ରହରୁ ନିଆଯାଇଥିବା ଚିତ୍ର ଆଧାରରେ ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି, ଚୀନ୍ ନିଜ ଦେଶରେ ୧୧୯ଟି ଆଣବିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାଇଲେ ନିର୍ମାଣ କରିଛି । ଏହି କ୍ଷେପଣାସ୍ତ୍ରଗୁଡିକ ଆମେରିକା ଉପରେ ଆକ୍ରମଣ କରିବାର କ୍ଷମତା ରଖେ । ତେବେ ଚୀନ୍ ତିଆରି କରିଥିବା ସାଇଲୋ ଗୁଡ଼ିକରେ କ୍ଷେପଣାସ୍ତ୍ର ଅଛି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

କାଲିଫର୍ନିଆର ମୋଣ୍ଟେରୀରେ ଥିବା ଜେମ୍ସ ମାର୍ଟିନ ସେଣ୍ଟର ଫର ନନପ୍ରୋଫେସନାଲ୍ ଅଧ୍ୟୟନ ଅନୁସାରେ, ଅନୁସନ୍ଧାନକାରୀମାନେ Planet Labsରେ ସାଟେଲାଟ୍ ଚିତ୍ର ଯାଞ୍ଚ କରିଛନ୍ତି । ଏଥିରେ ଚାଇନାର ଉତ୍ତର-ପଶ୍ଚିମରେ ଅବସ୍ଥିତ ୟୁମେନ ସହରର ମରୁଭୂମିରେ ମିସାଇଲ ସାଇଲୋ ଦେଖିବାକୁ ମିଳିଛି । ଏହି ସାଇଲେ ଗୁଡ଼ିକ ଏକ ୱିଣ୍ଡ୍ ଫାର୍ମ ନିକଟରେ ନିର୍ମିତ ହୋଇଛି । ପ୍ଲାନେଟ୍ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ ୱିଲ୍ ମାର୍ଶଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ସେ ତାଙ୍କ ଟ୍ୱିଟରେ ଦୁଇଟି ଚିତ୍ର ଦେଖାଇଛନ୍ତି । ଯେଉଁ ଥିରେ ଚୀନ ନିର୍ମାଣ କରିଥିବା ମିସାଇଲର ସାଇଲୋର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ୱିଲ ମାର୍ଶଲ ଟ୍ୱିଟ କରି ଲେଖିଛନ୍ତି ମରୁଭୂମିରେ ୧୦୦ରୁ ଅଧିକ ଆଣବିକ କ୍ଷେପଣାସ୍ତ୍ର ସାଇଲୋ ନିର୍ମାଣ କରୁଛି ଚୀନ୍ । ଗତ ବର୍ଷ ସେ ୧୦୦ରୁ ଅଧିକ ଉଇଗର ଡିଟେନସନ୍ ଶିବିର ସ୍ଥାପନ କରିଥିଲେ ଜିନିପଙ୍ଗ ସରକାର ।