• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଢ଼ିବ କି ISIS ଆତଙ୍କ ? ଆଫଗାନିସ୍ତାନର ଶାସନ ଡୋର ତାଲିବାନ ହାତକୁ ଗଲା ପରେ ଅନେକ ଦେଶ ଉପରେ ମଧ୍ୟ ବିପଦ ବଢ଼ିପାରେ । ଆଇଏସଆଇଏସର ବିପଦକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ବର୍ତ୍ତମାନ ପାଇଁ ଆଫଗାନିସ୍ତାନରେ ଆଇଏସଆଇଏସ୍ ବିଶେଷ ସକ୍ରିୟ ନଥିଲେ ସୁଦ୍ଧା କୌଣସି ସମୟରେ ମଧ୍ୟ ନିଜର ପୂର୍ବ ରୂପ ଦେଖାଇପାରେ ଆତଙ୍କବାଦୀ ସଂଗଠନ । କେତେବେଳେ ଯେ ଆଇଏସଆଇଏସ୍ ସକ୍ରିୟ ହୋଇଯିବ, କିଛି କୁହାଯାଇପାରିବ ନାହିଁ । ଏହି କାରଣରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଶନିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସମସ୍ତ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ବାଇଡେନ୍ ।

ଆଫଗାନିସ୍ତାନରେ ISIS ସକ୍ରିୟ ହେବ କି ?

ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବାଇଡେନଙ୍କୁ ସୂଚନା ଦିଆଯାଇଛି । ଆଇଏସ୍ ସର୍ବଦା ଆମେରିକା ଉପରେ ଆକ୍ରମଣ କରିବାକୁ ଚାହୁଁଥିବା ବୈଠକରେ ଆଲୋଚନା ହୋଇଛି । ଆଫଗାନିସ୍ତାନରେ ଅନେକ ବର୍ଷ ଧରି ISIS ସକ୍ରିୟ ଅଛନ୍ତି । ଏବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବ । ଫଳରେ ISIS ପୁନର୍ବାର ନିଜକୁ ମଜବୁତ କରିବାର ସୁଯୋଗ ପାଇପାରେ । ଆଇଏସ୍ ଶକ୍ତିଶାଳୀ ହେଲେ ଆମେରିକା ପାଇଁ ବିପଦ ବଢ଼ିବ ।

ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ସମସ୍ତ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ତାଙ୍କ ସହ ପ୍ରତିରକ୍ଷା ସଚିବ Lloyd Austin ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଆଇଏସ ଆତଙ୍କ ସମ୍ପର୍କରେ ଆଲୋଚନା କରାଯାଇ ନାହିଁ, ଆମେରିକା କି ପ୍ରକାର ପଦକ୍ଷେପ ନେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଭବିଷ୍ୟତରେ ଏହି ସଙ୍କଟକୁ କିପରି ମୁକାବିଲା କରାଯିବ ସେନେଇ ସମସ୍ତଙ୍କର ମତାମତ ନିଆଯାଇଛି ।

ସେପଟେ ଆଫଗାନିସ୍ତାନ ଦଖଲ କରିବା ସହିତ ସେଠାକାର ଯୁବ ପୀଢ଼ିଙ୍କ ସ୍ୱପ୍ନକୁ ବି ଚୁରମାର କରି ଦେଇଛି ତାଲିବାନ। କାହାକୁ ଜଣା ନାହିଁ ଆଗକୁ କଣ ହେବ? ଅନିଶ୍ଚିତ ଭବିଷ୍ୟତକୁ ନେଇ ସେମାନେ ସନ୍ଦିହାନ ହୋଇଛନ୍ତି। ଆଶଙ୍କା,ପୂର୍ବ ତାଲିବାନ ସରକାରର ପତନ ପରେ ଗତ ଦୁଇ ଦଶନ୍ଧି ଧରି ଦେଶ ଯେତିକି ଆଗେଇଥିଲା, ଏବେ ପଛକୁ ଯିବା ସହ ଆତଙ୍କବାଦ କି ଗୃହଯୁଦ୍ଧ ଆଡ଼କୁ ଠେଲି ହୋଇଯିବନି ତ ? ସେପଟେ ଆସୁ ଆସୁ ମହିଳାଙ୍କ ଉପରେ କଟକଣା ଲଗାଇ ଦେଲାଣି ତାଲିବାନ। ଜଣେ ମହିଳା ସାମ୍ବାଦିକଙ୍କୁ ଅଫିସରେ ପ୍ରବେଶ କରିବାକୁ ଏହି ସଂଗଠନ ବାରଣ କରିବା ପରେ ଏହାର ଅସଲ ରୂପ ପଦାକୁ ଆସିଛି। ଗଣମାଧ୍ୟମକୁ ନିଜ ଅକ୍ତିଆରରେ ମଧ୍ୟ ରଖିବାକୁ ଚେଷ୍ଟା କଲାଣି ତାଲିବାନ।