• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୂର୍ବ ଲଦାଖ୍ ପରେ ଉତ୍ତରାଖଣ୍ଡ ଉପରେ ଭୂମାଫିଆ ଚୀନର ନଜର

  • ୩୦ ଅଗଷ୍ଟରେ ଚୀନୀ ସୈନିକ ଅନୁପ୍ରବେଶ ଉଦ୍ୟମ କରି ପଳାୟନ କରିଥିଲେ

ବେଜିଂ : ପୂର୍ବ ଲଦାଖ୍ ପରେ ଉତ୍ତରାଖଣ୍ଡ ଉପରେ ଭୂମାଫିଆ ଚୀନର ନଜର । ଚୀନ୍‌ର ଷଡ଼ଯନ୍ତ୍ର ରୋକିବାକୁ ବିଶ୍ୱ ଏକଜୁଟ୍ ହେଉଥିବା ବେଳେ ଡ୍ରାଗନ୍ ପଡୋଶୀ ଦେଶ ଭାରତ ଉପରେ ବାରମ୍ବାର ଆଖି ପକାଉଛି । ପୂର୍ବ ଲଦାଖରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ଉତ୍ତରାଖଣ୍ଡର ବାରାହୋଟି ଅଞ୍ଚଳରେ ଭାରତକୁ ଉସକାଇବା ଭଳି କାମ କରିଛି । ଚୀନ୍ ୧୦୦ରୁ ଅଧିକ ସେନା ସୀମା ପାର କରି ଭାରତରେ ଅନୁପ୍ରବେଶ କରି ଅନେକ ଭିତ୍ତିଭୂମି ନଷ୍ଟ କରିଦେଇଛନ୍ତି । ତେବେ ଫେରିବା ପୂର୍ବରୁ ଭାରତର ଏକ ବ୍ରିଜ୍ ମଧ୍ୟ ନଷ୍ଟ କରିଦେଇଛନ୍ତି PLA ସେନା । ପୂର୍ବ ଲଦାଖରେ ସୈନ୍ୟ ପ୍ରତ୍ୟାହାରକୁ ନେଇ ସକରାତ୍ମକ ଫଳାଫଳ ମଧ୍ୟରେ ଉତ୍ତରାଖଣ୍ଡରେ ଅନୁପ୍ରବେଶ ଉଦ୍ୟମ ଭାରତ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି ।

ଅତୀତରେ ବାରହୋତି ଅଞ୍ଚଳରେ ଅନେକ ଥର ଚୀନ୍ ପକ୍ଷରୁ ଅନୁପ୍ରବେଶ ହୋଇଛି । ସେପ୍ଟେମ୍ବର ୨୦୧୮ରେ ଚୀନ୍ ସୈନିକମାନେ ଏଠାରେ ୩ ଥର ଅନୁପ୍ରବେଶ ଉଦ୍ୟମ କରିଥିଲେ । ୧୯୫୪ ମସିହାରେ ବାରହୋତିରେ ଚୀନ ସେନା ପ୍ରଥମେ ଅନୁପ୍ରବେଶ କରିଥିଲେ ଏବଂ ପରେ ଅନ୍ୟ ଅଞ୍ଚଳ ଦଖଲ କରିବାକୁ ଚେଷ୍ଟା କରିଥିଲେ । ଆଉ ଏଥିପାଇଁ ୧୯୬୨ ଯୁଦ୍ଧ ହୋଇଥିଲା ।

ତେବେ ଏଥର ୩୦ ଅଗଷ୍ଟରେ ଚୀନୀ ସୈନିକ ଅନୁପ୍ରବେଶ ଉଦ୍ୟମ କରି ପଳାୟନ କରିଛନ୍ତି । ଆଉ ଏହି କାରଣରୁ ଭାରତୀୟ ସେନା ସହ ମୁହାଁମୁହିଁ ହୋଇପାରି ନଥିଲେ । ସୁରକ୍ଷା ସୂତ୍ର ଅନୁସାରେ ତୁନ୍ ଜୁନ୍ ଲା ପାସ୍ ଅତିକ୍ରମ କରି ୫୫ ଘୋଡା ଏବଂ ୧୦୦ରୁ ଅଧିକ ସେନା ସହ ୫ କିଲୋମିଟରରୁ ଅଧିକ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା ଚୀନ୍ । ଗତ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ପିଏଲ୍ଏ ପକ୍ଷରୁ ଅନୁପ୍ରବେଶର ଜାରି ରହିଛି । ଶେଷ ଥର ପାଇଁ ଜୁଲାଇରେ ଅନୁପ୍ରବେଶ ଉଦ୍ୟମ କରିଥିଲା ପିଏଲ୍‌ଏ, ଆଉ ଏଥିପାଇଁ ନୂଆଦିଲ୍ଲୀର ଚିନ୍ତା ବଢ଼ିଯାଇଥିଲା । 

ଚୀନ୍ ସୈନିକମାନଙ୍କର ଏହି ଦଳ ପ୍ରାୟ ତିନି ଘଣ୍ଟା ରହିଥିଲା ବୋଲି କୁହାଯାଉଛି । ସୈନିକ ମୁତୟନ ହେଉନଥିବା କ୍ଷେତ୍ରରେ ଏତେ ସଂଖ୍ୟକ PLA ସୈନିକଙ୍କ ଉପସ୍ଥିତି ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଅନୁପ୍ରବେଶ ସମ୍ପର୍କରେ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ ବୋଲି ସୂଚନା ମିଳିଛି । ଏହା ପରେ ଆଇଟିବିପି ଏବଂ ଆର୍ମି ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲେ । ତେବେ ଭାରତୀୟ ସେନା ପାଟ୍ରୋଲିଂ ପାଇଁ ଆସିବା ପୂର୍ବରୁ ଚୀନ୍ ସୈନିକମାନେ ସେହି ଅଞ୍ଚଳ ଛାଡି ଫେରି ସାରିଥିଲେ ।