• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୱାଶିଂଟନ: ଆଜିର ଭର୍ଚୁଆଲ ଦୁନିଆରେ ଇଣ୍ଟରନେଟ୍‌ ଇନଫ୍ଲୁଏନ୍ସରକୁ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଛି । ଯିଏକି ତାର କାମ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥାଏ । ବର୍ତ୍ତମାନ ଦୁନିଆରେ ଏମାନଙ୍କ ଉପରେ ଲୋକଙ୍କର ଅଧିକ ଭରସା ରହିଛି ଏବଂ ଏମାନଙ୍କର କଥାକୁ ମଧ୍ୟ ସମସ୍ତେ ଅନୁସରଣ କରିଥାନ୍ତି । ସେହିପରି ଏକ ଉଦୀୟମାନ ତାରକା ହେଉଛି ଏକ ବର୍ଷକର ଶିଶୁ । ଯିଏ ସାରା ବିଶ୍ୱ ପରିଭ୍ରମଣ କରିବା ସହ ମାସକୁ ପ୍ରାୟ ୭୫ ହଜାର ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ।

ସୂଚନା ଅନୁଯାୟୀ ଶିଶୁର ନାମ ହେଉଛି ବ୍ରିଗ୍ସ। ମାତ୍ର ଏକ ବର୍ଷ ବୟସରେ ସେ ଏପର୍ଯ୍ୟନ୍ତ ୪୫ ଟି ବିମାନରେ ଯାତ୍ରା କରିସାରିଛି । ଆଲାସ୍କା, କାଲିଫର୍ନିଆ, ଫ୍ଲୋରିଡା, ଉଟାହ୍, ଆଇଡାହୋ ସମେତ ଆମେରିକାର ୧୬ ଟି ରାଜ୍ୟ ମଧ୍ୟ ପରିଦର୍ଶନ କରିସାରିଛି । ବ୍ରିଗ୍ସଙ୍କ ମା ଜେସ୍ କହିଛନ୍ତି ଯେ ସେ ଗତ ବର୍ଷ ଅକ୍ଟୋବର ୧୪ ରେ ବ୍ରିଗ୍ସ ଜନ୍ମ ହୋଇଥିଲେ ଏବଂ ମାତ୍ର ତିନି ସପ୍ତାହ ମଧ୍ୟରେ ତାଙ୍କର ପ୍ରଥମ ଯାତ୍ରା କରିଥିଲେ। ସେ ଆଲାସ୍କାରେ ଏକ ଭାଲୁ ଦେଖିଛନ୍ତି , ୟେଲୋଷ୍ଟୋନ୍ ଜାତୀୟ ଉଦ୍ୟାନରେ ଗଧିଆ ଏବଂ ଉଟାହ୍‌ରେ ଡେଲିକେଟ୍ ଆର୍ଚ ଏବଂ କାଲିଫର୍ଣ୍ଣିଆର ବିଚ୍‌କୁ ଉପଭୋଗ କରିସାରିଛନ୍ତି ।

ବ୍ରିଗ୍ସଙ୍କର ଇନଷ୍ଟାଗ୍ରାମରେ ୩୦ ହଜାର ଫଲୋଅର୍ସ ଅଛନ୍ତି । ତାଙ୍କ ମା ଜେସ୍‌ଙ୍କ ନାମରେ ପୂର୍ବରୁ 'ପାର୍ଟ ଟାଇମ୍ ଟୁରିଷ୍ଟ' ନାମକ ଏକ ବ୍ଲଗ୍ ରହିଛି । ବ୍ରିଗ୍ସଙ୍କ ଯାତ୍ରା ପାଇଁ ଅନେକ ସଂସ୍ଥା ସମସ୍ତ ଖର୍ଚ୍ଚ ବହନ କରିଥାଏ । ଅର୍ଥାତ ସେ ଭ୍ରମଣ ପାଇଁ ମୋଟା ଅଙ୍କର ଟଙ୍କା ପାଇଥାନ୍ତି । ବ୍ରିଗ୍ସଙ୍କ ଜନ୍ମ ବେଳେ ସେ ବେଶ ଚିନ୍ତାରେ ଥିଲେ । ସେ ଭାବୁଥିଲେ କି ତାଙ୍କର ବ୍ଲଗିଙ୍ଗ କ୍ୟାରିୟର ବନ୍ଦ ହୋଇଯିବ । କିନ୍ତୁ ବ୍ରିଗ୍ସ ଆସିବା ପରେ ତାଙ୍କର ଏହି ସଂସ୍ଥା ତାଙ୍କୁ ଏକ ନୂତନ ଉଚ୍ଚତାକୁ ନେଇଯାଇଛି । ଜେସ୍‌ଙ୍କର ‘ବେବି ଟ୍ରାଭେଲ୍ସ’ ନାମରେ ଏକ ଆକାଉଣ୍ଟ ରହିଛି, ଯେଉଁଥିରେ ସେ ବ୍ରିଗ୍ସଙ୍କ ସମସ୍ତ ଯାତ୍ରାର ଭିଡିଓ ସେୟାର କରିଥାନ୍ତି । ହଜାର ହଜାର ପ୍ରଶଂସକ ତାଙ୍କୁ ଅନୁସରଣ କରିଥାନ୍ତି । ଜେସ୍‌ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସେ ସମସ୍ତ କୋଭିଡ ପ୍ରୋଟୋକଲ ଅନୁଯାୟୀ ଯାତ୍ରା କରୁଛନ୍ତି ।