• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆତଙ୍କବାଦୀଙ୍କ ନିଷ୍ଠୁର ନରସଂହାର ପରେ ବି ଥମିନି ଭିଡ଼ ।

  • ଆଫଗାନ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି ଲୋକ ।

  • କମିନି ତାଲିବାନ କବଳରୁ ମୁକ୍ତି ପାଇବାର ବ୍ୟଗ୍ରତା ।

କାବୁଲ ବିମାନବନ୍ଦର ବାହାରେ ନୃଶଂସ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କ ନିଷ୍ଠୁର ନରସଂହାର ପରେ ବି ଥମିନି ଭିଡ଼ । ଆଫଗାନ ଛାଡ଼ି ଚାଲିଯିବାକୁ ଚାହୁଁଥିବା ଶହ ଶହ ନିରୀହଙ୍କ ରକ୍ତରେ ଆତଙ୍କବାଦୀଙ୍କ ହୋଲି ପରେ ବି କମିନି ତାଲିବାନ କବଳରୁ ମୁକ୍ତି ପାଇବାର ବ୍ୟଗ୍ରତା ।

ଗତକାଲି କାବୁଲ ବିମାନବନ୍ଦର ବାହାରେ ISIS ଆତଙ୍କୀଙ୍କ ଦ୍ୱାରା ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ ଓ ଆଖିବୁଜା ଗୁଳିମାଡ଼ । ଏଥିରେ ଶତାଧିକ ଲୋକଙ୍କ ଜୀବନ ଯିବା ପରେ ବି ଆଜି ଆଫଗାନ ଛାଡ଼ି ଚାଲିଯିବାକୁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଏପଟେ ଆତଙ୍କୀଙ୍କ ପ୍ରଚଣ୍ଡ ଆକ୍ରମଣ ଓ ପୁଣି ଆକ୍ରମଣର ଭୟ ସତ୍ତ୍ୱେ ନିଜ ନାଗରିକଙ୍କୁ ଉଦ୍ଧାର ପାଇଁ ଏୟାର ଲିଫ୍ଟିଂ କାର୍ଯ୍ୟକୁ ସକ୍ରିୟ କରିଛି ଆମେରିକା ।

ତେଣେ କାବୁଲ ବିସ୍ଫୋରଣ ପରେ ରେସ୍‌କ୍ୟୁ ଅପରେସନକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ଅଷ୍ଟ୍ରେଲିଆ ସମେତ କାନାଡା, ଡେନମାର୍କ, ନେଦରଲ୍ୟାଣ୍ଡ ଏବଂ ବେଲଜିୟମ୍ । ଏଣେ ଆତଙ୍କର ବଳୟ ଭିତରୁ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ କରିବ ବୋଲି କହିଛିି ବ୍ରିଟେନ୍ । ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ସାରିବାକୁ ଯୋଜନା କରିଥିବା ଫ୍ରାନ୍ସ ଏହି ଅବଧିକୁ ବଢ଼ାଇବା ସମ୍ଭାବନା ରହିଥିବା ଦେଶର ଜଣେ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏପଟେ ଭାରତ ଆଫଗାନସ୍ତାନ ସ୍ଥିତିକୁ ଅତି ସତର୍କତାର ସହ ତର୍ଜମା କରୁଥିବା କହିଛନ୍ତି ବୈଦେଶକି ବ୍ୟାପର ମନ୍ତ୍ରାଳୟ ମୂଖପାତ୍ର ଅରିନ୍ଦମ ବାଗ୍‌ଚି ।

ଗତକାଲି କାବୁଲ ବିମାବନ୍ଦର ଆବେ ଗେଟ୍ ସାମ୍ନାରେ ସନ୍ଦିଗ୍ଧ ISIS ଆତଙ୍କୀଙ୍କ ଦ୍ୱାରା ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ପରେ ସେଠାରେ ସୃଷ୍ଟି ହୋଇଥିଲା କୋକୁଆ ଭୟ । ଲୋକେ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡ଼ିବା ବେଳେ ଅନ୍ୟଦିଗରୁ ଆରମ୍ଭ ହୋଇଥିଲା ଆଖିବୁଜା ଗୁଳିମାଡ଼ ।ଫଳରେ ସେଇଠି ପାତାଳି ଭଳି ଟଳି ପଡ଼ିଥିଲେ ଶହ ଶହ ନୀରିହ ଜନତା । କ୍ଷଣିକ ଭିତରେ ବିମାନବନ୍ଦରକୁ ଶ୍ମଶାନରେ ପରିଣତ କରିଦେଇଥିଲେ ଆତଙ୍କବାଦୀ । ଏପଟେ ଆତଙ୍କୀଙ୍କ ନରସଂହାର ଭିତରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଧାଁ ଦୌଡ଼ ।  ଏହି ଆକ୍ରମଣରେ ୧୩ ଆମେରିକୀୟ ସୈନ୍ୟ, ଏପରିକି ୨୮ ତାଲିବାନୀଙ୍କ ସମେତ ଶହେରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଉଥିଲେ ବି ବାସ୍ତବ ସଂଖ୍ୟା ଆହୁରି ଅଧିକ ବୋଲି ଅନୁମାନ କରାଯାଉଛି ।

କାବୁଲରେ ଆଫାଗନୀ ISISର ଏହି ନାରକୀୟ କାଣ୍ଡର ପ୍ରଚଣ୍ଡ ପ୍ରତିଶୋଧ ନେବ ବୋଲି କହିଛି ଆମେରିକା । ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, ଆକ୍ରମଣକାରୀ ଯିଏ ବି ହୋଇଥାଉ, ସେମାନଙ୍କୁ ଖୋଜି ଖୋଜି ନିପାତ କରାଯିବ । ଆମେରିକୀୟଙ୍କ ଉପରେ ଆକ୍ରମଣର ନିଶ୍ଚିତ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ସହ ଯିଏ ଆମେରିକାର କ୍ଷତି ଚାହୁଁଛି ତାକୁ ନା ଭୁଲିବୁ ନା କ୍ଷମାଦେବୁ ବୋଲି କଡ଼ା ଭାଷାରେ କହିଛନ୍ତି ବାଇଡେନ୍ ।

ଏପେଟେ ଆଫଗାନିସ୍ତାନର ସ୍ଥିତି ଓ କାବୁଲ ବିସ୍ଫୋରଣ ବେଳର ଦୃଶ୍ୟ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ଏକ ଜରୁରୀ ବୈଠକ ଡକାଇ ଆଲୋଚନା ପାଇଁ ନିଷ୍ପତ୍ତି ନେଇଛନ୍ତି ।